13.4

ଯୋଡ଼ାରେ ଧୁମ୍ଧାମ୍ରେ ପାଳିତ ହେଲା ରାମନବମୀ

14

ଯୋଡ଼ା (ଆପ୍ର): ଶନିବାର ଦିନ ପବିତ୍ର ରାମନବମୀ ଉପଲକ୍ଷେ କେନ୍ଦୁଝର ଜିଲ୍ଲାର ଯୋଡା ଚଳଚଞ୍ଚଳ ହୋଇଉଠିବା ସହ ବିଭିନ୍ନ ସଂଗଠନ ଓ କମିଟି ପକ୍ଷରୁ ଏହାକୁ ପାଳନ ନିମନ୍ତେ ପ୍ରସ୍ତୁତି ଜୋରଦାର କରିଥିଲେ । ଭଗବାନ ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କର ପବିତ୍ର ଜନ୍ମତିଥି ଶ୍ରୀରାମ ନବମୀ ଉସôବକୁ ନେଇ ସମଗ୍ର ଅଞ୍ଚଳରେ ଆନନ୍ଦ ଉଲ୍ଲାସର ସହ ପାଳନ କରିଆସୁଥିବା ବେଳେ ଖଣି ସହରର ଯୋଡାର ଦୁଇଟି ହନୁମାନ ମନ୍ଦିର କମିଟି ଏବଂ କିଛି ସଂଗଠନମାନଙ୍କ ପକ୍ଷରୁ ଖୁବ ଧୁମଧାମରେ ପାଳନ କରାଯାଇଥିଲା ପବିତ୍ର ଶ୍ରୀରାମନବମୀ । ଯୋଡା, ଜୁରୁଡି, ବାମେବାରୀ, ବାଂଶପାଣି ଆଦି ସ୍ଥାନରେ ଥିବା ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ସହ ମହାବୀର ହନୁମାନଙ୍କ ମନ୍ଦିରରେ ବିଭିନ୍ନ କମିଟି ପକ୍ଷରୁ ପୂଜାର୍ଚ୍ଚନା, ହୋମଯଜ୍ଞ, ଅଷ୍ଟପ୍ରହର ନାମ ସଂକୀର୍ତ୍ତନ, ରାମ ଚରିତ ମାନସ ପାରାୟଣ, ଭଜନ ସନ୍ଧ୍ୟା ଆଦି କରାଯାଇଥିବାର ଦେଖିବାକୁ ମିଳିଥିଲା । ଶନିବାର ଅପରାହ୍ନ ସମୟରେ ଯୋଡା ହନୁମାନ ହାଟିଂ ସ୍ଥିତ ହନୁମାନ ମନ୍ଦିର ଏବଂ ଏସବିଆଇ ନିକଟ ହନୁମାନ ମନ୍ଦିରରୁ ଶତାଧିକ ଶ୍ରଦ୍ଧାଳୁ ପୂଜାର୍ଚ୍ଚନା ପରେ ଶ୍ରୀରାମ ଝଣ୍ଡା ଧରି ଶୋଭାଯାତ୍ରାରେ ବାହାରି ସମଗ୍ର ସହର ପରିକ୍ରମା କରି ମନ୍ଦିର ନିକଟରେ ଶେଷ କରିଥିଲେ । ସମସ୍ତ ଶ୍ରଦ୍ଧାଳୁଙ୍କ ଜୟ ଶ୍ରୀରାମ, ଜୟ ବଜରଙ୍ଗବଲି ଧ୍ୱନିରେ ଗଗନ ପବନ ପ୍ରକମ୍ପିତ ହୋଇଯାଇଥିଲା । ରଥାରୁଢ କଳାକାର ମାନଙ୍କ ଦ୍ୱାରା ରାମ, ଲକ୍ଷ୍ମଣ, ସୀତାଙ୍କ ଶୋଭାଯାତ୍ରାରେ ଉପସ୍ଥିତି ଏକ ଭକ୍ତିମୟ ପରିବେଶ ସୃଷ୍ଟି କରି ଶୋଭାଯାତ୍ରାର ଶୋଭାବର୍ଦ୍ଧନ କରିଥିଲା । ପାରମ୍ପାରିକ ଅସ୍ତ୍ରଶସ୍ତ୍ର ସହ ବାଡି ଖେଳ ହୋଇଥିବା ଦେଖିବାକୁ ମିଳିଥିଲା । କମିଟିର କର୍ମକର୍ତ୍ତା ମାନଙ୍କ ପକ୍ଷରୁ ପ୍ରସାଦ ବଣ୍ଟନର,ପାନୀୟ ଜଳ ଆଦିର ସୁବନେ୍ଦାବସ୍ତ କରାଯାଇଥିଲା । ଏହି ଅବସରରେ ସମଗ୍ର ଯୋଡା ସହରର ଗଳିକନ୍ଦିକୁ ଆଲୋକମାଳାରେ ସଜାଯାଇ ବିଭିନ୍ନ ସ୍ଥାନରେ ଶ୍ରୀରାମ ଓ ହନୁମାନଙ୍କ ମିଳିତ ପତାକା ମରାଯାଇଥିବା ଦେଖିବାକୁ ମିଳୁଛି । ତେବେ ରାମନବମୀ ଶୋଭାଯାତ୍ରାରେ ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ବଡବିଲ ଏସଡିପିଓ ଦିଲ୍ଲୀପ କୁମାର ବାଗଙ୍କ ନେତୃତ୍ୱରେ ୨ ପ୍ଲାଟୁନ ପୋଲିସ ଫୋର୍ସ ପକ୍ଷରୁ ବ୍ୟାପକ ବନେ୍ଦାବସ୍ତ କରାଯାଇ ଶାନ୍ତିଶୃଙ୍ଖଳା ସହ ପର୍ବଟି ଶେଷ କରାଯାଇଥିଲା ।

ସେଆର କରନ୍ତୁ:



Powered by odothemes.com