ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନି ସରକାରୀ ଘର

8

ମାହାଙ୍ଗା(ଆପ୍ର): ମାହାଙ୍ଗା ବ୍ଲକରେ ବହୁ ଯୋଗ୍ୟ ହିତାଧିକାରୀ ସରକାରୀ ଯୋଜନାରେ ସହାୟତା ପାଇବାରୁ ବଞ୍ଚôତ ହୋଇଥିବା ଅଭିଯୋଗ ଆସିଛି । ଫଳରେ ସେମାନେ ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିବା ଜଣାପଡ଼ିଛି । ସୂଚନାନୁଯାୟୀ, ସ୍ଥାନୀୟ ବ୍ଲକ ଅନ୍ତର୍ଗତ ଭଦ୍ରେଶ୍ୱର ପଞ୍ଚାୟତର ଝାଡ଼େଶ୍ୱରପୁର ଗ୍ରାମର ରବୀନ୍ଦ୍ରନାଥ ସାହୁଙ୍କ ଦିବ୍ୟାଙ୍ଗ ପୁଅ ଭାସ୍କର ସାହୁ ଘର ଖଣ୍ଡେ ପାଇଁ ବିଡିଓଙ୍କଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ବହୁବାର ଦଉଡ଼ି ଦଉଡ଼ି ଦରଖାସ୍ତ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ତେଣୁ ହତାଶ ହୋଇ ସେ ଉଚ୍ଚନ୍ୟାୟାଳୟରେ ଡବ୍ଲୁ ପିସି ୨୨୭୫୭/୨୦୧୮ ରେ ଏକ ମକଦ୍ଦମା କରିଥିଲେ । ମକଦ୍ଦମାର ବିଚାର କରି ଗତ ମାର୍ଚ୍ଚ ୧ରେ ଅଦାଲତ ମାହାଙ୍ଗା ବିଡିଓଙ୍କୁ ଚାରି ସପ୍ତାହ ମଧ୍ୟରେ ସଂପୃକ୍ତ ବ୍ୟକ୍ତିଙ୍କର ଅଭିଯୋଗ ଗ୍ରହଣ କରି ବିଚାର କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିଦେ୍ର୍ଦଶ ଦେଇଥିବା ଜଣାପଡ଼ିଛି ।
ସେହିପରି ମାହାଙ୍ଗା ପଞ୍ଚାୟତ ବାଲିପଡ଼ା ଗ୍ରାମର ଅଭିରାମ ସାହୁ ମଧ୍ୟ ବହୁବାର ଅଭିଯୋଗ କଲା ପରେ ସରକାରୀ ସ୍ଥାୟୀ ପକ୍କାଘର ଖଣ୍ଡେ ପାଇନଥିଲେ । ଏଣୁ ସେ ଉଚ୍ଚ ନ୍ୟାୟାଳୟରେ ଡବ୍ଲୁପିସି ୨୨୭୬୫/୨୦୧୮ରେ ମକଦ୍ଦମା ଦାୟର କରିଥିଲେ । ଏହି ମକଦ୍ଦମାର ବିଚାର କରି ଉଚ୍ଚନ୍ୟାୟାଳୟ ଗତ ୧.୩.୨୦୧୮ ରିଖରେ ତାଙ୍କୁ ତୁରନ୍ତ ସରକାରୀ ପକ୍କାଘର ଯୋଜନାରେ ଘର ଯୋଗାଇ ଦେବା ପାଇଁ ନିଦେ୍ର୍ଦଶ ଦେଇଥିବା ଜଣାପଡିଛି ।
ସୂଚନାଥାଉକି, ମାହାଙ୍ଗା ବ୍ଲକ ସୂଚନା ତଥ୍ୟ ନଂ-୧୭, ତା୩୦.୧.୨୦୧୮ ରିଖରେ ଦିଆଯାଇଥିବା ତଥ୍ୟ ଅନୁସାରେ ଏହି ବ୍ଲକରେ ୨୦୦୦ ରୁ ୨୦୧୮ ମସିହା ମଧ୍ୟରେ ମୋଟ ୧୮୩୩୯ ବିପିଏଲନ୍ ପରିବାରକୁ ସରକାରୀ ପକ୍କା ଗୃହ ଯୋଗାଣ କରାଯାଇଛି । କିନ୍ତୁ ବାସ୍ତବରେ ମାହାଙ୍ଗା ବ୍ଲକରେ ବିପିଏଲ୍ ପରିବାରଙ୍କ ସଂଖ୍ୟା ଏହାଠାରୁ କମ୍ ଥିବା ଅଭିଯୋଗ ହେଉଛି । ସେହିପରି ସରକାରୀ ପକ୍କାଘର ହିତାଧିକାରୀ ଚୟନ ନିମନ୍ତେ ପ୍ରସ୍ତୁତ ହୋଇଥିବା ଆଇଡିର କୌଣସି ତଥ୍ୟ ବ୍ଲକ କାର୍ଯ୍ୟାଳୟରେ ଉପଲବ୍ଧ ନଥିବା ଜଣାପଡିଥିବା ବେଳେ କିଭଳି ଆଇ.ଡି ଅନୁସାରେ ୨୬୬୬ ଜଣଙ୍କୁ ଘର ଯୋଗାଇଦିଆଗଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅପରପକ୍ଷରେ ଅବିବାହିତ ଯୁବକଙ୍କୁ ସରକାରୀ ପକ୍କାଘର ଦିଆଯାଇଥିଲା ବେଳେ ପ୍ରକୃତ ହିତାଧିକାରୀ ଏଥିରୁ ବଞ୍ଚôତ ଅଛନ୍ତି । ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି ହୋଇଛି ।

ସେଆର କରନ୍ତୁ:



Powered by odothemes.com