JAJPUR-RE-RAILWAY-COUNTER-ABASTHA-SOCHANIYA

ଯାଜପୁର ଟାଉନ୍ ଟିକେଟ୍ ଆରକ୍ଷଣ କେନ୍ଦ୍ର ସେବା ବନ୍ଦ

13

ରେଳ ବିଭାଗ-ପ୍ରଶାସନର ଖାମଖିଆଲ ନୀତି
ଯାଜପୁର(ଆପ୍ର): ଯାଜପୁର ସହରବାସୀଙ୍କର ବହୁବର୍ଷର ଦାବିକୁ ହୃଦୟଙ୍ଗମ କରି ତତ୍କାଳୀନ ଜିଲ୍ଲାପାଳ ଡଃ ଅରବିନ୍ଦ ପାଢ଼ୀଙ୍କ ଆନ୍ତରିକ ଉଦ୍ୟମ କ୍ରମେ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ରେଳ ଟିକେଟ୍ ଆରକ୍ଷଣ କାଉଣ୍ଟର୍ ସ୍ଥାପନ ହୋଇଥିଲା । ଦୀର୍ଘ ୧୨ବର୍ଷ ଧରି ଏହି ରେଳ ଟିକେଟ୍ ଆରକ୍ଷଣ କେନ୍ଦ୍ର କାର୍ଯ୍ୟ କରି ଆସୁଥିବା ବେଳେ ସହର ମଧ୍ୟର ରାସ୍ତାର ସଂପ୍ରସାରଣ କାର୍ଯ୍ୟ ପାଇଁ ଏହି ଟିକେଟ୍ ଆରକ୍ଷଣ କେନ୍ଦ୍ରକୁ ଭାଙ୍ଗିବା ପାଇଁ ନିଦେ୍ର୍ଦଶ ଆସିଥିଲା । ପରେ ଗତ ଡିସେମ୍ବରରୁ ଦୀର୍ଘ ୫୦ ଦିନ ହେଲା ଏହି ଟିକେଟ୍ ଆରକ୍ଷଣ କେନ୍ଦ୍ର ଏବେ ବନ୍ଦ ହୋଇ ପଡ଼ିଛି ।
ଏହି କାଉଣ୍ଟର ଉପରେ ଯାଜପୁର ସହରବାସୀଙ୍କ ସହ ବରୀ, ବିଞ୍ଝାରପୁର, ଦଶରଥପୁର, ଯାଜପୁର ସଦରର ଜନସାଧାରଣଙ୍କ ସହ ପଡ଼ୋଶୀ ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାର ହଜାର ହଜାର ରେଳଯାତ୍ରୀ ନିର୍ଭର କରିଥାନ୍ତି । ପ୍ରତିଦିନ ସକାଳୁ ଶହ ଶହ ରେଳଯାତ୍ରୀ ରେଳ ଟିକେଟ୍ କାଟିବା ନିମନ୍ତେ ଆସିଥାନ୍ତି । ଏଥି ସହ ପର୍ଯ୍ୟଟନ ସହର ଯାଜପୁର ତଥା ମା’ ବିରଜାଙ୍କ ଦର୍ଶନ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକମାନେ ଏହି ରେଳ ଟିକେଟ୍ ଆରକ୍ଷଣ କେନ୍ଦ୍ର ଉପରେ ନିର୍ଭର କରିଥାନ୍ତି । ପାଖା ପାଖି ୨ ମାସ ହେଲା ଏହି ରେଳ ଟିକେଟ୍ କାଉଣ୍ଟର ବନ୍ଦ ହେବା ଦ୍ୱାରା ରେଳଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେବା ସହ ଅର୍ଥ ଓ ସମୟ ନଷ୍ଟ କରି ଯାଜପୁର ରୋଡ୍ କିମ୍ବା କଟକ ଯାଉଛନ୍ତି । କେନ୍ଦ୍ର ବନ୍ଦ ହେବା ପରେ ନିକଟରେ ଥିବା ରେଡ୍କ୍ରସ୍ ଗୃହରେ ଅସ୍ଥାୟୀଭାବେ ଟିକେଟ୍ କାଉଣ୍ଟର କରିବାକୁ କୁହାଯାଇଥିବା ବେଳେ ସେଠାରେ ସମସ୍ତ ବ୍ୟବସ୍ଥା କରାଯାଇଛି । ହେଲେ ବିଦୁ୍ୟତ୍ ସଂଯୋଗ ଦିଆ ନଯିବାରୁ କାଉଣ୍ଟର କାର୍ଯ୍ୟକ୍ଷମ ହୋଇପାରୁନାହିଁ । ରେଳ ବିଭାଗ ଓ ଜିଲ୍ଲା ପ୍ରଶାସନର ଖାମ୍ଖିଲାତି ନୀତି ଯୋଗୁ ଏହି ଅତ୍ୟାବଶକୀୟ ଟିକେଟ୍ ଆରକ୍ଷଣ କେନ୍ଦ୍ରଟି ବନ୍ଦ ହୋଇଥିବା ଆଲୋଚନା ହେଉଛି । ଯଥାଶ୍ରୀଘ୍ର ଏହାକୁ କାର୍ଯ୍ୟକ୍ଷମ କରିବାକୁ ସାଧାରଣରେ ଦାବି ହୋଇଛି ।

ସେଆର କରନ୍ତୁ:



Powered by odothemes.com