2

ମୂଲ୍ୟାଙ୍କନକୁ ବିରୋଧ କରି ଢେଙ୍କାନାଳ କଲେଜରେ ତାଲା

6

ଢେଙ୍କାନାଳ,୧୫ା୩(ଆପ୍ର): ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟ +୩ ବାଣିଜ୍ୟ ବିଭାଗର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ୫ମ ସେମିଷ୍ଟାରର ମୂଲ୍ୟାଙ୍କନକୁ ବିରୋଧ କରି ଶୁକ୍ରବାର କଲେଜର ମୁଖ୍ୟ ଗେଟ୍ରେ ତାଲା ପକାଇ ଧାରଣାରେ ବସିଥିଲେ । ବାଣିଜ୍ୟ ବିଭାଗରେ ଥିବା ୧୬୦ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପାଖାପାଖି ୭୫ ପ୍ରତିଶତ ଛାତ୍ରଛାତ୍ରୀଙ୍କର ଗତ ପରୀକ୍ଷାରେ ବିଭାଗୀୟ କେତୋଟି ବିଷୟରେ ପ୍ରତ୍ୟେକ ପିଲାଙ୍କର ୦ରୁ ୫ ମଧ୍ୟରେ ମାର୍କ ରହିଛି । ପିଲାଙ୍କ ଅଭିଯୋଗ ଯେ ଏକକାଳୀନ ଏତେ ପିଲାଙ୍କର ମାର୍କ ରହିବା ଖାତା ଦେଖାରେ ଉଦେ୍ଦଶ୍ୟମୂଳକ ଭାବେ କରାଯାଇଥିବା ଅଭିଯୋଗ ଆଣିଥିଲେ । ପ୍ରିନ୍ସିପାଲ୍ ଅଫ୍ ମାର୍କେଟିଂ, କୋ-ଅପରେଟିଭ୍ ଆକାଉଣ୍ଟିଂ, ଫାଇନାନ୍ସିଆଲ୍ ଷ୍ଟେଟ୍ମେଣ୍ଟ ଅଫ୍ ଆକାଉଣ୍ଟସ୍ ଆଣ୍ଡ ରିପୋର୍ଟିଂ, ଫାଇନାନ୍ସିଆଲ୍ ମାର୍କ ଇନ୍ସେଫ୍ଟିଭିଲ୍ ଆଣ୍ଡ କମ୍ ସର୍ଭିସ୍ ଆଦି ବିଷୟ ବସ୍ତୁରେ ଅତି ନିମ୍ନମାର୍କ ଯୋଗୁଁ ପିଲାଙ୍କ ଭବିଷ୍ୟତରେ ବାଧାସୃଷ୍ଟି କରିବ ବୋଲି ମିଳିତ ଛାତ୍ରଛାତ୍ରୀ ପ୍ରକାଶ କରିଥିଲେ । ଏନେଇ ଅଧ୍ୟକ୍ଷା ଡଃ. ରଶ୍ମି ମିଶ୍ର ବିକ୍ଷୋଭ କରୁଥିବା ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିବା ସହ କଲେଜ୍ରେ ଏକ କମିଟି ଗଠିତ ହୋଇଛି । ପିଲାଙ୍କ ପରୀକ୍ଷା ଖାତାର ଜେରକ୍ସ କପି ମଧ୍ୟ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯିବା ସହ ଏକ୍ସପର୍ଟମାନଙ୍କ ଦ୍ୱାରା ପୁନଃ ମୂଲ୍ୟାଙ୍କନ କରନ୍ତୁ ବୋଲି କହିଥିଲେ । ପ୍ରତ୍ୟେକ ଖାତାକୁ କୋଡିଂ କରି ପଠାଯାଇଥାଏ । ଟାଉନ୍ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚô ଆନେ୍ଦାଳନକାରୀଙ୍କୁ ବୁଝାସୁଝା କରିବା ପରେ ସେମାନେ ଧାରଣା ପ୍ରତ୍ୟାହୃତ କରିଥିଲେ ।

ସେଆର କରନ୍ତୁ:



Powered by odothemes.com