satyajit-mohanty

ମାମଲା ରେଡ୍ ଫ୍ଲାଗ୍ ଅନ୍ତର୍ଭୁକ୍ତ

14

ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା
ଭୁବନେଶ୍ୱର, ୧୩ା୪(ବୁ୍ୟରୋ): ୬ ବର୍ଷର ଜଟଣୀ ଅଞ୍ଚଳର ଜଣେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ମାମଲା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।ଏପରି ଜଘନ୍ୟ ମାମଲାକୁ ରେଡ୍ ଫ୍ଲାଗ୍ ମାମଲାରେ ଅନ୍ତର୍ଭୁକ୍ତ କରାଯାଇଛି । ଅଭିଯୁକ୍ତଙ୍କୁ ମୃତୁ୍ୟ ଦଣ୍ଡ ଦେବାକୁ ସମସ୍ତ ପ୍ରକାରର ଚେଷ୍ଟା କରାଯାଉଛି ।ଏହି ଘଟଣାର ପ୍ରମାଣକୁ ବଳିଷ୍ଠ କରିବା ପାଇଁ ସାଇଣ୍ଟିଫିକ ତଦନ୍ତ ଓ ଡିଏନ୍ଏର ସହାୟତା ନିଆଯାଇଛି । ଏ ମାମଲାରେ ଫୋରେନସିକ୍ ଏକ୍ସପର୍ଟମାନଙ୍କର ସହାୟତା ମଧ୍ୟ ନିଆଯାଇଛି ବୋଲି ଟ୍ୱିନ୍ ସିଟି ପୁଲିସ୍ କମିଶନର ସତ୍ୟଜିତ ମହାନ୍ତି କହିଛନ୍ତି । ଏହି ଘଟଣାରେ ଜଣେ ଗିରଫ ହୋଇଥିବା ବେଳେ ଅଭିଯୋଗ ଦେବାକୁ ଆସିଥିବା ସମୟରେ ମୃତ ନାବାଳିକାର ବାପାକୁ ମାଡ଼ ମାରିଥିବା ଅଭିଯୋଗରେ ଆଉ ଜଣଙ୍କୁ ଗିରଫ କରିଛି ଜଟଣୀ ପୁଲିସ୍ । ସୂଚନା ଅନୁସାରେ ଗୁରୁବାର ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଅନ୍ତର୍ଗତ ମୁଣ୍ଡିଆସାହି ଗୋପବନ୍ଧୁନଗରରେ ଜଣେ ୬ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବାର ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଗୁରୁବାର ରାତି ପ୍ରାୟ ୧୦ଟାରେ ନାବାଳିକା ଜଣକ ଘର ବାହାରେ ଖେଳୁଥିଲା । ପରେ ସେ କୁଆଡ଼େ ଗାୟବ ହୋଇଯାଇଥିଲା । ପରିବାର ଲୋକେ ବହୁ ଖୋଜାଖେଜି କରିବା ପରେ ମଧ୍ୟ ଝିଅକୁ ପାଇ ନଥିଲେ । ଗ୍ରାମବାସୀଙ୍କ ସହାୟତାରେ ପରିବାର ଲୋକେ ଜଣେ ଯୁବକଙ୍କ ଘରେ ପଶିଥିଲେ । ସେଠାରେ ଝିଅର ମୃତ ଦେହ ଦେଖିବାକୁ ପାଇଥିଲେ । ଏହି ଘଟଣାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ଘଟଣା ଜଣାପଡ଼ିବା ପରେ ଗାଁ ଲୋକେ ସଂପୃକ୍ତ ଯୁବକକୁ ଧରି ନିସ୍ତୁକ ମାଡ଼ ମାରିବା ସହ ରାସ୍ତାରୋକ କରିଥିଲେ । ମୃତ ନାବାଳିକାର ଶବ ବ୍ୟବଚ୍ଛେଦ ପାଇଁ ଏମ୍ସକୁ ପଠାଯାଇଥିବାବେଳେ ଦୁର୍ଷ୍କମ କରିଥିବା ଯୁବକ ଜଣକଙ୍କୁ ମଧ୍ୟ କଟକ ବଡ଼ ମେଡିକାଲକୁ ପଠାଇ ଦିଆଯାଇଥିଲା । ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବାରୁ ୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ଘଟଣାସ୍ଥଳରେ ପୁଲିସ୍ ଡିସିପି ଅନୁପ କୁମାର ସାହୁ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ନିୟନ୍ତ୍ରଣ ହୋଇଥିଲା । ଏକ ସ୍ୱତନ୍ତ୍ର ଟିମ୍ ଦ୍ୱାରା ଏହି ଘଟଣାର ତଦନ୍ତ କରାଯିବ ବୋଲି ଡିସିପି ପ୍ରତିଶୃତି ଦେଇଥିଲେ । ଏଭଳି ଏକ ଅଭାବନୀୟ ଘଟଣାରେ ତଦନ୍ତ ସାରି ଖୁବ ଶୀଘ୍ର ଚାର୍ଜ ସିଟ ଦାଖଲ କରାଯିବା ସହ ମୃତ ନାବାଳିକାଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ସରକାରଙ୍କ ଦୃଷ୍ଟି ଗୋଚର କରାଯାଇଥିବା କହିଛନ୍ତି ଭୁବନେଶ୍ୱର ପୁଲିସ୍ ଡିସିପି ଅନୁପ ସାହୁ । ଜଟଣୀ ପୁଲିସ୍ ଆଇପିସିର ଧାରା ୩୦୨/୩୭୬, ଦୁଷ୍କର୍ମ ଓ ପୋକ୍ସୋ ଆକ୍ଟରେ କେସ ନଂ ୨୧୬/୧୯ରେ ଏକ ମାମଲା ରୁଜୁ କରିଛି । ଜଟଣୀରେ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା ସମ୍ପର୍କରେ ପିଡୀତାଙ୍କ ପରିବାର ଥାନାକୁ ଯାଇଥିବା ବେଳେ ତାକୁ ମାଡ଼ ମାରିବା ଅଭିଯୋଗରେ ଜାମୁକୋଳି ଗାଁର ପୂର୍ବତନ ସରପଞ୍ଚ କାର୍ତ୍ତିକ ପରିଡାଙ୍କୁ ଗିରଫ କରିଛି କମିଶନରେଟ ପୁଲିସ୍ ।

ସେଆର କରନ୍ତୁ:



Powered by odothemes.com