car-rally

ମହିଳା ସଶକ୍ତିକରଣ ବାର୍ତ୍ତା ବାଣ୍ଟିଲେ

42

ଦ୍ୱିତୀୟ ମହିଳା କାର୍ ରାଲି
ଭୁବନେଶ୍ୱର, (ବୁ୍ୟରୋ): ବିଜ୍ଞାପନ କମ୍ପାନୀ କାର୍ଣ୍ଣିଭାଲ ପକ୍ଷରୁ ବିଶ୍ୱ ମହିଳା ଦିବସ ଅବସରରେ ଏହାର ଦ୍ୱିତୀୟ ମହିଳା କାର୍ ରାଲି ଅନୁଷ୍ଠିତ ହୋଇଯାଇଛି । ସେବା ପ୍ରୟାସ ଫାଉଣ୍ଡସେନ୍ ସହ ମଳିତି ଭାବେ ଏବଂ ଜ୍ୟୋତି ମୋଟର୍ସର ତତ୍ୱାବଧାନରେ ‘ବି ବୋଲ୍ଡ ଫର୍ ଚେଞ୍ଜ’ ସ୍ଲୋଗାନରେ ଆୟୋଜିତ ହୋଇଥିଲା ଏହି ରାଲି । ପୁଲିସ କମିଶନର ଯୋଗେଶ ବାହାଦୁର ଖୁରାନିଆ, କିଟ୍ର ପ୍ରତିଷ୍ଠାତା ଅଚୁ୍ୟତ ସାମନ୍ତ, ଆପୋଲୋ ସିଇଓ ସୁଧୀର ଏମ୍. ଡିଗିକାର, ଜ୍ୟୋତି ମୋଟର୍ସର ଏମ୍ଡି ଦେବଜ୍ୟୋତି ପଟ୍ଟନାୟକ ଏବଂ ମାରୁତିର ଆଞ୍ଚଳିକ ପ୍ରବନ୍ଧକ ହିମାଂଶୁ ଆସୋପା, କାର୍ଣ୍ଣିଭାଲର କ୍ରିଏଟିଭ୍ ଡାଇରେକ୍ଟର ସୁବ୍ରତ ଦାସ ପ୍ରମୁଖ ଯୋଗଦେଇ ଏହି ରାଲିକୁ ଉଦ୍ଘାଟନ କରିଥିଲେ । ଏହି ରାଲି କିଟ୍ ଷ୍ଟାଡିୟମ୍ଠାରୁ ସକାଳ ୮ଟାରେ ଆରମ୍ଭ ହୋଇ ନାଲ୍କୋ ଛକ, ଆଚାର୍ଯ୍ୟ ବିହାର ଏବଂ ବାଣୀବିହାର ଦେଇ ରୂପାଲି ଛକଠାରେ ପହଞ୍ଚିଥିଲା । ସେହିଠାରେ ଟି ବ୍ରେକ୍ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପରେପରେ ରାମ ମନ୍ଦିର, ହାଉସିଂ ବୋର୍ଡ, ପଟେଲ ମାର୍ଗ, କଳିଙ୍ଗ ଷ୍ଟାଡିୟମ୍ ଏବଂ ଜୟଦେବ ବିହାର ଦେଇ ଶେଷରେ ଜନତା ମଇଦାନଠାରେ ଶେଷ ହୋଇଥିଲା । ସେଠାରେ ମଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପୁରସ୍କାର ବିତରଣ କରାଯାଇଥିଲା । ଏଥିରେ ସିନେ କଳାକାର ବର୍ଷା ପ୍ରିୟଦର୍ଶିନୀ, ସେବା ପ୍ରୟାସର ନିଦେ୍ର୍ଦଶକ ତଥା ଜୁଭେନିଆଲ ଜଷ୍ଟିସ୍ ବୋର୍ଡର ସଦସ୍ୟ ନମ୍ରତା ଚଢା ଉପସ୍ଥିତ ଥିଲେ । ଚଳିତବର୍ଷ ୩ଜଣ ଯୋଗ୍ୟ ଝିଅଙ୍କୁ ସମ୍ମାନିତ କରି ସେମାନଙ୍କର ବାର୍ଷିକ ଟୁ୍ୟସନ୍ ଫି’ ଏବଂ ପାଠ୍ୟ ଉପଯୋଗୀ ସାମଗ୍ରୀ ପ୍ରଦାନ କରାଯାଇଥିଲା । ଏହି ରାଲିରେ ଅଂଶଗ୍ରହଣକାରୀମାନେ ସେମାନଙ୍କର ଗାଡିକୁ ମହିଳା ସଶକ୍ତିକରଣ, ଶିକ୍ଷା, ଅଧିକାର ଏବଂ ରାଷ୍ଟ୍ରର ଦାୟିତ୍ୱ ଭଳି ସାମାଜିକ ଶୀର୍ଷକ ଅନୁସାରେ ସୁସଜ୍ଜିତ କରିଥିଲେ, ସେମାନଙ୍କ ପାଇଁ ଥିଲା ୫ ପ୍ରକାରର ପୁରସ୍କାର । ତେବେ ରୋହିନୀ ସିଂଦେଓ ପ୍ରଥମ, ନିଳିମା ରାଉତ ଦ୍ୱିତୀୟ ଏବଂ ଯତିନୀ ଆଚାର୍ଯ୍ୟଙ୍କୁ ତୃତୀୟ ସ୍ଥାନ ଦିଆଯାଇ ପୁରସ୍କୃତ କରାଯାଇଥିଲା । ଏହାସହ କାର୍ଣ୍ଣିଭାଲ ଏବଂ ସେବା ଫାଉଣ୍ଡେସନ ପକ୍ଷରୁ ୩ଜଣ ଝିଅଙ୍କୁ ମେସାନଙ୍କ ସ୍କୁଲ ଫି’ ସହ ଟୁ୍ୟସନ ଫି’ ମଧ୍ୟ ପ୍ରଦାନ କରାଯିବା ସହ ସଂଯୁକ୍ତା ସାହୁ ଏବଂ ସୁଲୋଚନା ଦାସ ଏବଂ ମାମୁନୀ ବିଶୋଇଙ୍କୁ କଳିଙ୍ଗ ବିରଙ୍ଗନା ପୁରସ୍କାର ପ୍ରଦାନ କରାଯାଇଥିଲା ।

ସେଆର କରନ୍ତୁ:



Powered by odothemes.com