CELEI-TALIM-KENDRA-Udghatita-,KJR

ମହିଳାଙ୍କୁ ସ୍ୱାବଲମ୍ବୀ କରିବା ‘ଜେଏସ୍ପିଏଲ୍’ର ପ୍ରୟାସ

20

ଯୋଡା(ଆପ୍ର): ଗ୍ରାମୀଣ ମହିଳା ମାନଙ୍କୁ ସ୍ୱାବଲମ୍ବୀ ତଥା ଅର୍ଥନୈତିକ ସଶକ୍ତିକରଣ କରାଇବା ଉଦେ୍ଦଶ୍ୟରେ ଜିନ୍ଦଲ ଷ୍ଟିଲ୍ ଆଣ୍ଡ୍ ପାୱାର ଲିମିଟେଡ (ଜେଏସ୍ପିଏଲ୍)ର ଔଦ୍ୟୋଗିକ ସାମାଜିକ ଦାୟିତ୍ୱବୋଧ ଶାଖା ଜେଏସ୍ପିଏଲ୍ ଫାଉଣ୍ଡେସନ୍ ତରଫରୁ ସିଲେଇ ତାଲିମକେନ୍ଦ୍ର ସ୍ଥାନୀୟ ଜନଜୀବିକା କେନ୍ଦ୍ର ଠାରେ ଉଦ୍ଘାଟିତ ହୋଇଯାଇଛି । କେନ୍ଦ୍ରକୁ ବଡବିଲ ପ୍ଲାଣ୍ଟ ମହିଳା କ୍ଲବ ମୁଖ୍ୟ ଶ୍ରୀଦେବୀ ସୁରେଶା, କ୍ଲବର ଅନ୍ୟ ସଭ୍ୟା ତଥା ସ୍ଥାନୀୟ ନିର୍ବାଚିତ ଲୋକ ପ୍ରତିନିଧିଙ୍କ ଉପସ୍ଥିତିରେ ଉଦ୍ଘାଟିତ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ କମ୍ପାନୀ ଦ୍ୱାରା ନିଯୁକ୍ତ ଜଣେ ପ୍ରଶିକ୍ଷକଙ୍କ ଦ୍ୱାରା ୫୦ଜଣ ମହିଳାଙ୍କୁ ମାଗଣାରେ ତାଲିମ ପ୍ରଦାନ କରାଯିବ । ଏଥିପାଇଁ କମ୍ପାନୀ ତରଫରୁ ୬ଟି ସିଲେଇ ମେସିନ୍ ସମେତ ସମସ୍ତ ପ୍ରକାର ଆବଶ୍ୟକୀୟ ଉପକରଣ ଯୋଗାଇ ଦିଆଯାଇଛି । ୧୫ ଦିନିଆ ତାଲିମ ପରେ ତାଲିମ ପ୍ରାପ୍ତଙ୍କ ସହାୟତାରେ ଜେଏସ୍ପିଏଲ୍ ଫାଉଣ୍ଡେସନ ଏହି କେନ୍ଦ୍ରରୁ ମାସକୁ ପ୍ରାୟ ୫ ରୁ ୬ ହଜାର ସାୟା ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଛି । ବଜାର ସହାୟତା ଯୋଗାଇ ଦିଆଯାଇଥିବାରୁ ଜଣେ ତାଲିମ ପ୍ରାପ୍ତ ମହିଳା ଦିନକୁ ୩ଘଣ୍ଟା ସମୟ ଦେଇ ମାସକୁ ୩ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରିବ । ଏତଦ୍ ବ୍ୟତୀତ ଜଣେ ତାଲିମ ପ୍ରାପ୍ତ ମହିଳା ନିଜ ଘରେ ମଧ୍ୟ ବସି ସିଲେଇ ସେବା ଆରମ୍ଭ କରି ଘରର ସମସ୍ତ କାର୍ଯ୍ୟ କରିବା ସହ ରୋଜଗାରର ବୃଦ୍ଧି କରିବାରେ ସାହାଯ୍ୟର ହାତ ବଢାଇ ପାରିବ । ଏହି କେନ୍ଦ୍ରଟି କମ୍ପାନୀର ଔଦ୍ୟୋଗିକ ସାମାଜିକ ଉତ୍ତର ଦାୟିତ୍ୱବୋଧ ଅଧୀନରେ ହାତକୁ ନିଆଯାଇଥିବା ବିଭିନ୍ନ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ଦ୍ୱାରା ସ୍ଥାପନ କରାଯାଇଛି । ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଦେଓଝର ଗ୍ରାମ ପଞ୍ଚାୟତ ପୂର୍ବତନ ସରପଞ୍ଚ ତ୍ରିଶି ମୁଣ୍ଡାଙ୍କ ସମେତ ଆଖପାଖ ଗ୍ରାମରୁ ଆସିଥିବା ପ୍ରାୟ ଶତାଧିକ ମହିଳା ଉପସ୍ଥିତ ଥିଲେ ।

ସେଆର କରନ୍ତୁ:



Powered by odothemes.com