IMG-20190315-WA0011

ମହାରାଜା ଜ୍ୟୋତିରଥର ଜିଲ୍ଲା ପରିକ୍ରମା

7

ବାରିପଦା,୧୬ ।୩(ଆପ୍ର): ମୟୂରଭଞ୍ଜରେ ଅବକ୍ଷୟମୁଖୀ ହେଉଥିବା ଭାଷା ଓ ସାହିତ୍ୟ, କଳା ଓ ସଂସ୍କୃତି, ପର୍ଯ୍ୟଟନ ତଥା ଐତିହ୍ୟର ପ୍ରଚାର, ପ୍ରସାର ଏବଂ ସମୃଦ୍ଧି ପାଇଁ ୨୦୦୩ରୁ ମୟୂରଭଞ୍ଜରେ ବଳାଙ୍ଗୀ ମହୋତ୍ସବ ବୁଢାବଳଙ୍ଗ, ଚିପଟ ଓ ଇଟାଯୋଡି ନଦୀର ସଙ୍ଗମସ୍ଥଳୀରେ ଅନୁଷ୍ଠିତ ହୋଇଆସୁଛି । ଏହି ଅବସରରେ ଜିଲ୍ଲାର ସମସ୍ତ ୪ଟି ଉପଖଣ୍ଡର ଅଧିବାସୀମାନଙ୍କ ମଧ୍ୟରେ ସାମାଜିକ ଓ ସାଂସ୍କୃତିକ ସମନ୍ୱୟ ତଥା ଭାଇଚାରାର ଅତୁଟ ରଖିବା ଉଦେ୍ଦଶ୍ୟରେ ୨୦୧୩ରୁ ବଳାଙ୍ଗୀ ସେନାର ସଂସ୍କୃତି ସୈନିକମାନଙ୍କୁ ନେଇ ସାଂସ୍କୃତିକ ଜାଗରଣ ଯାତ୍ରା ଏବଂ ନବ ଓଡ଼ିଶାର ଅନ୍ୟତମ ନିର୍ମାତା ମୟୂରଭଞ୍ଜର ମହାରାଜା ଶ୍ରୀରାମ ଚନ୍ଦ୍ର ଭଦେଓଙ୍କ ସ୍ମୃତି ଉଦେଶ୍ୟରେ ଜ୍ୟୋତିରଥ ଜିଲ୍ଲା ପରିକ୍ରମା କରିଥାଏ । ଚଳିତ ବର୍ଷ ଏହି ଜାଗରଣ ଯାତ୍ରା ଓ ଜ୍ୟୋତିରଥର ଜିଲ୍ଲା ପରିକ୍ରମା କାର୍ଯ୍ୟକ୍ରମ ଆଜିଠାରୁ ଶୁଭାରମ୍ଭ ହୋଇଛି ଓ ପୂର୍ବାହ୍ନରେ ବାରିପଦା ପୌରପରିଷଦର ମଧୁବନସ୍ଥିତ ମହାରାଜାଙ୍କ ସମାଧି ପୀଠରୁ ଜ୍ୟୋତି ପ୍ରଜ୍ୱଳିତ ହୋଇ ମା’ ଅମ୍ବିକାଙ୍କ ଆଜ୍ଞାମାଳ ନେବା ପରେ ଜାଗରଣ ଯାତ୍ରା ଓ ଜ୍ୟୋତିରଥ ଯାତ୍ରା ଆରମ୍ଭ କରିଥିଲା । ଏହି ଅବସରରେ ବଳାଙ୍ଗୀ ମହୋତ୍ସବର ପ୍ରତିଷ୍ଠାତା ସମ୍ପାଦକ ଶରତ ନାୟକ, ବରିଷ୍ଠ ଗଣମାଧ୍ୟମର ପ୍ରତିନିଧି ଡ଼ଃ. ବିଜୟ ଅଗ୍ରୱାଲା, ଶିକ୍ଷକ ଶିଶିଧର ବିଶ୍ୱାଳ, ବୀଣାପାଣି ଦାସ, ନରେନ୍ଦ୍ର ମୋହନ ସେନାପତି, ଉଦୟ କୁମାର ଜେନା, ଭାଗବତ ପଣ୍ଡା, ଦୀପକ ନାୟକ, ଡ. ଜଗତବନ୍ଧୁ ଆଚାର୍ଯ୍ୟ ପ୍ରମୁଖଙ୍କ ସହ ଅନ୍ୟମାନେ ଉପସ୍ଥ୍ିତ ଥଲେ ।

ସେଆର କରନ୍ତୁ:



Powered by odothemes.com