ମହାନ ବ୍ୟକ୍ତିଙ୍କ ସାଧନାର ଫଳ ହେଉଛି ସ୍ୱତନ୍ତ୍ର ଉକ୍ରଳ ପ୍ରଦେଶ: ମନ୍ତ୍ରୀ

60

ଖୋର୍ଦ୍ଧା (ଆପ୍ର): ଶନିବାର ଜିଲ୍ଲାସ୍ତରୀୟ ସ୍ୱତନ୍ତ୍ର ଭାଷାଭିତ୍ତିକ ଉତ୍କଳ ପ୍ରଦେଶ ଗଠନର ୮୨ତମ ବର୍ଷ ପୂର୍ତ୍ତି ପାଳିତ ହୋଇଛି । ଉତ୍ସବରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ସଞ୍ଜୟ କୁମାର ଦାସବର୍ମା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏଥିସହ ଡି’ ଲିଟ୍ ଉପାଧିଧାରୀ ଅନ୍ତର୍ଯ୍ୟାମୀ ମିଶ୍ର ମୁଖ୍ୟବକ୍ତା, ସ୍ଥାନୀୟ ବିଧାୟକ ରାଜେନ୍ଦ୍ର କୁମାର ସାହୁ, ଚିଲିକା ବିଧାୟକ ବିଭୂତି ଭୂଷଣ ହରିଚନ୍ଦନ, ଜିଲ୍ଲାପାଳ ନିରଞ୍ଜନ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଇତିହାସ ସମ୍ପର୍କରେ ଆଲୋକପାତ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ଦାସବର୍ମା ବକ୍ତବ୍ୟ ପ୍ରଦାନ କରି ଯେଉଁ ମହାନ ବ୍ୟକ୍ତିମାନଙ୍କ ଅକ୍ଲାନ୍ତ ତ୍ୟାଗବଳରେ ବିଖଣ୍ଡିତ ଉତ୍କଳ ୧୯୩୬ରେ ଏକ ସ୍ୱତନ୍ତ୍ର ଭାଷାଭିତ୍ତିକ ରାଜ୍ୟରେ ପରିଣତ ହୋଇ ୮୨ ବର୍ଷରେ ପଦାର୍ପଣ କରିଛି ସେହି ମହାପୁରୁଷମାନଙ୍କୁ ସ୍ମରଣ କରିବା ସହିତ ଉତ୍କଳ ଗୌରବ ମଧୁବାବୁଙ୍କ ଉତ୍କଳ ସମ୍ମିଳନୀ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ମହାରଥିମାନଙ୍କ ଅଦମ୍ୟ ଚେଷ୍ଟା ଫଳରେ ପଡ଼ୋଶୀ ରାଜ୍ୟରେ ରହିଥିବା ଓଡ଼ିଆ ଭାଷାଭାଷୀ ଅଞ୍ଚଳଗୁଡ଼ିକ ଆସି ଭାଷାଭିତ୍ତିକ ବିଶାଳ ଉତ୍କଳ ପ୍ରଦେଶର ସ୍ୱପ୍ନ ସାକାର ହେଲା ସେହି ମହାପୁରୁଷମାନେ ଓଡ଼ିଆ ଜାତିର ଚିର ନମସ୍ୟ ବୋଲି କହିଥିଲେ ।

ସେଆର କରନ୍ତୁ:



Powered by odothemes.com