JALESWAR-BLOCK-CONFERANCE-HALL-RE-MANREGA-JANA-SHUNANI-SIBIRA

ମନରେଗା କାର୍ଯ୍ୟ ପାଇଁ ଜନଶୁଣାଣି

197

ଜଳେଶ୍ୱର,୨୨ ।୨(ଆପ୍ର): ଆଜି ଜଳେଶ୍ୱର ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ସମ୍ମିଳନୀ କକ୍ଷରେ ପୂର୍ବାହ୍ନ ୧୦ଟାରୁ ଦିବା ୨ଟା ପର୍ଯ୍ୟନ୍ତ ଦୀର୍ଘ ୪ ଘଣ୍ଟାଧରି ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍ଜିଏନ୍ଆର୍ଇଜିଏସ୍) କାର୍ଯ୍ୟକାରୀକୁ ନେଇ ଜନଶୁଣାଣି ଶିବିର ଅଣୁଷ୍ଠିତ ହୋଇଥିଲା । ବ୍ଲକ ଅଧ୍ୟକ୍ଷା ସବିତା ରାଣୀ ଦଳାଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶିବିରରେ ଜିଲା ଅତିରିକ୍ତ ପ୍ରକଳ୍ପ ନିଦେ୍ର୍ଦଶକ (ଏପିଡି) ରାମଚନ୍ଦ୍ର ପାଲଟା, ସ୍ଥାନୀୟ ବିଡିଓ ନେତ୍ରାନନ୍ଦ ମଲ୍ଲିକ, ବ୍ଲକ ଏକାଉଣ୍ଟସ୍ ଅଫିସର ଧୀରେନ୍ଦ୍ର ପ୍ରସାଦ ଲେଙ୍କା, ମନରେଗା ଗଭର୍ଣ୍ଣିଂ ବଡିର ନୋଡାଲ ଅଫିସର ଶରତଚନ୍ଦ୍ର ପରିଡ଼ା ପ୍ରମୁଖ ଉପସ୍ଥିତ ହୋଇ ୩୫ ପଂଚାୟତର ସରପଂଚ, ସମିତି ସଭ୍ୟ, ଗ୍ରାମ ରୋଜଗାର ସେବକ (ଜିଆରଏସ୍), ଭିଏଲଡବ୍ଲୁ୍ୟ ଓ ଏନଜିଓମାନଙ୍କ ପାଖରୁ ମନରେଗା କାର୍ଯ୍ୟକୁ ନେଇ ବିଭିନ୍ନ ଆପତ୍ତି ତଥା ଅଭିଯୋଗ ଶୁଣି ଏହାର ବିଧିବଦ୍ଧ ସମାଧାନ ନିମନ୍ତେ ଉପାୟ ମାନ ବତାଇଥିଲେ । ବିଶେଷକରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କାଗୃହ କାର୍ଯ୍ୟରେ ଦୈନିକ ମଜୁରି ଭାବେ କାର୍ଯ୍ୟରତ ମଜୁରିଆମାନଙ୍କୁ ଅର୍ଥପୈଠ କରିବାକୁ ନେଇ ଅଲୋଚନା ହୋଇଥିଲା । ଏହି ଶିବିରରେ କୃଷି, ଉଦ୍ୟାନ, ମତ୍ସ୍ୟ, ବନ ଓ ଆର୍ଡବ୍ଲୁ୍ୟଏସଏସ୍ ବିଭାଗରୁ କୈାଣସି ଅଧିକାରୀ ତଥା କର୍ମଚାରୀ ଉପସ୍ଥିତ ନଥିବାରୁ ଏପିଡି ପାଲଟା ଉଦ୍ବେଗ ପ୍ରକାଶ କରିବା ସହିତ କାରଣ ଦର୍ଶାଓ ନୋଟିସ୍ ଜାରି କରିବାପାଇଁ ବିଡିଓ ଙ୍କୁ ନିଦେ୍ର୍ଦଶ ଦେଇଥିଲେ । ତେବେ ଏହି ଜନଶୁଣାଣି ଶିବିରରେ ଜଣେହେଲେବି ମନରେଗା ଶ୍ରମିକ ଉପସ୍ଥିତ ନ ଥିବାରୁ ଏହି ଶିବିର ଆୟୋଜନ ଏକ ପ୍ରକାର ପ୍ରହସନ ହୋଇଥିବା ଦେଖାଯାଇଥିଲା ।

ସେଆର କରନ୍ତୁ:



Powered by odothemes.com