ମତ୍ସ୍ୟନୀତି ପ୍ରଣୟନରେ ଓଡ଼ିଶା ପ୍ରଥମ

36

ଭୁବନେଶ୍ୱର, (ବୁ୍ୟରୋ): ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ମତ୍ସ୍ୟନୀତି, ୨୦୧୫ ଘୋଷଣା କରିଛନ୍ତି । ମତ୍ସ୍ୟନୀତି ପ୍ରଣୟନ କରିବାରେ ଓଡ଼ିଶା ଭାରତର ପ୍ରଥମ ରାଜ୍ୟ । ରାଜ୍ୟର ମତ୍ସ୍ୟ ଉପିାଦନକୁ ୨୦୨୦ ସୁଦ୍ଧା ଦ୍ୱିଗୁଣିତ କରିବା ପାଇଁ ଏବଂ ରାଜ୍ୟର ସମସ୍ତ ମତ୍ସ୍ୟଚାଷୀଙ୍କୁ ଜୀବିକା ଯୋଗାଇ ଦେବା ଉଦ୍ଧେଶ୍ୟରେ ମତ୍ସ୍ୟନୀତି ପ୍ରସ୍ତୁତ କରାଯାଇଛି ବୋଲି କୃଷି, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ପ୍ରଦୀପ ମହାରଥୀ ପ୍ରକାଶ କରିଛନ୍ତି । ଆଜି ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ଓ ଆନ୍ତର୍ଜାତୀୟ ଅର୍ଥ ନିଗମର ଯୁଗ୍ମ ଆନୁକୂଳ୍ୟରେ ଓଡ଼ିଶା ମତ୍ସ୍ୟନୀତି, ୨୦୧୫ ଶୀର୍ଷକ କର୍ମଶାଳାକୁ ଉଦ୍ଘାଟନ କରି ମନ୍ତ୍ରୀ ଶ୍ରୀ ମହାରଥୀ କହିଲେ ଯେ, ରାଜ୍ୟରେ ମତ୍ସ୍ୟ ଉପିାଦନ ପାଇଁ ବିପୁଳ କ୍ଷେତ୍ର ରହିଛି । ରାଜ୍ୟରେ ୬ ଲକ୍ଷ ୭୮ ହଜାର ହେକ୍ଟର ମଧୁର ଜଳ ଅଞ୍ଚଳ ରହିଛି, ୪ ଲକ୍ଷ ୧୮ ହଜାର ହେକ୍ଟର ଖାରି ପାଣି ଅଞ୍ଚଳ ଏବଂ ୪୮୦ କିଲୋମିଟର ଦୀର୍ଘ ସମୁଦ୍ର ଉପକୂଳ ରହିଛିି । ରାଜ୍ୟରେ ୧୪ ଲକ୍ଷ ମତ୍ସ୍ୟଜୀବୀ ଏବଂ ମତ୍ସ୍ୟଚାଷୀ ଅଛନ୍ତି । ଗତ ୨୦୧୪-୧୫ ଆର୍ଥିକ ବର୍ଷରେ ମୋଟ୍ ୪ ଲକ୍ଷ ୬୭ ହଜାର ମେଟି୍ରକ୍ ଟନ୍ ମାଛ ଉପିାଦିତ ହୋଇଥିବା ସ୍ଥଳେ ମଧୁର ଜଳ କ୍ଷେତ୍ରରେ ୩ ଲକ୍ଷ ୧ ହଜାର ମେଟିକ୍ ଟନ୍ ମଧୁର ମାଛ, ୧ ଲକ୍ଷ ୩୩ ହଜାର ମେଟି୍ରକ୍ ଟନ୍ ସାମୁଦ୍ରିକ ମାଛ ଏବଂ ୩୩ ହଜାର ମେଟି୍ରକ୍ ଟନ୍ ଖାରିପାଣି ମାଛ ଉପିାଦିତ ହୋଇଛି । ରାଜ୍ୟରୁ ଗତ ଆର୍ଥିକ ବର୍ଷରେ ୨୦୬୯ କୋଟି ୧୭ ଲକ୍ଷ ଟଙ୍କାର ମତ୍ସ୍ୟ ଓ ମତ୍ସ୍ୟ ଉପିାଦ ରପ୍ତାନି ହୋଇଛି । ଚିଲିକାରେ ମାଛଧରା ଉନ୍ନତି ଏବଂ ପରିବେଶ ଅନୁପୂରକ ମାଛଧରା, ସାଧନର ସଂରକ୍ଷଣ, ପରିଚାଳନା ଓ ଅଧିନିୟମଗୁଡିକ ବାଧ୍ୟତାମୂଳକ ଉପଯୋଗ କରାଯିବ । ରାଜ୍ୟରେ ପ୍ରଚଳିତ କାର୍ଯ୍ୟକ୍ରମଗୁଡିକ ମାଧ୍ୟମରେ ନୂତନ ଜଳଭାଗ ସୃଷ୍ଟି ଦ୍ୱାରା ଏବଂ ନୂତନ କ୍ଲଷ୍ଟର ଓ ଉଦ୍ୟୋଗୀକରଣ ଦ୍ୱାରା ନିଯୁକ୍ତି ସୃଷ୍ଟି କରାଯିବ । ରାଜ୍ୟର ଜଳଭଣ୍ଡାରଗୁଡିକରେ ଉନ୍ନତ ଯାଅାଁଳା ଗଚ୍ଛିତ କରି ଉପିାଦନ ବୃଦ୍ଧି କରାଯିବ ଏବଂ ଖାରିପାଣି ଚାଷ ପାଇଁ ସରକାରୀ ଜମିକୁ ଦୀର୍ଘମିଆଦୀ ଲିଜ୍ ସୂତ୍ରରେ ପ୍ରଦାନ ଦ୍ୱାରା ଖାରିପାଣି ଚାଷର ଉନ୍ନତି ସାଧିତ ହେବ । ମତ୍ସ୍ୟନୀତି-୨୦୧୫ରେ ପ୍ରଦତ୍ତ ସମସ୍ତ ସୁବିଧା ସୁଯୋଗର ଆଶାନୁରୂପ ଉପଯୋଗ କରି ରାଜ୍ୟର ମତ୍ସ୍ୟଚାଷୀ ଓ ମତ୍ସ୍ୟ ଉଦ୍ୟୋଗୀମାନେ ମତ୍ସ୍ୟ ଉପିାଦନକୁ ଦ୍ୱିଗୁଣିତ କରାଇବେ ବୋଲି ମନ୍ତ୍ରୀ ଶ୍ରୀ ମହାରଥୀ ଆହ୍ୱାନ ଦେଇଥିଲେ ।
ଏହି କର୍ମଶାଳାରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତି କହିଲେ ଯେ, ଫଳପ୍ରଦ ରୂପାୟନ ବ୍ୟବସ୍ଥାକୁ ତଦାରଖ କରିବାକୁ ତୁରନ୍ତ ଏକ ଷ୍ଟିଅରିଂ କମିଠନ ଗଠନ କରାଯିବ । ରାଜ୍ୟର ଅଣ-ଖାରିପାଣି ଜଳରାଶିରେ ମତ୍ସ୍ୟଚାଷୀ ପାଇ ସ୍ୱତନ୍ତ୍ର ଲିଜ୍ ନିୟମାବଳୀ ପ୍ରସ୍ତୁତ କରାଯିବ ଓ ମତ୍ସ୍ୟଚାଷ କ୍ଷେତ୍ରରେ ପୁଞ୍ଜି ବିନିଯୋଗକୁ ସୁଗମ କରିବା ପାଇଁ ଇପିକଲରେ ଏକ ପ୍ରକୋଷ୍ଠ ଖୋଲାଯିବା ଉପରେ ସେ ଗୁରୁତ୍ୱ ଦେଇଥିଲେ ।
ଅତିରିକ୍ତ ମୁଖ୍ୟ ଶାସନ ସଚିବ (ଅର୍ଥ) ଆର. ବାଲକି୍ରଷ୍ଣନ୍ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଲେ ଯେ, ବ୍ୟବସାୟିକ ମତ୍ସ୍ୟଚାଷରେ ବ୍ୟାଙ୍କ ଋଣ ସୁବିଧାରେ ମିଳିବା ଓ ମତ୍ସ୍ୟଚାଷକୁ ବ୍ୟକ୍ତିଗତ ଜୀବିକା ଭାବେ ନନେଇ ଗୋଷ୍ଠୀ କାର୍ଯ୍ୟକ୍ରମ ଭାବେ ଗ୍ରହଣ କଲେ ମତ୍ସ୍ୟ ଉପିାଦନରେ ସୁନିଶ୍ଚିତ ବୃଦ୍ଧି ଘଟିବ ବୋଲି ମତ ପ୍ରକାଶ କରିଥିଲେ ।
ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ବିଷ୍ଣୁପଦ ସେଠୀ ସ୍ୱାଗତ ଭାଷଣ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅର୍ଥ ନିଗମର ପ୍ରତିନିଧି ସି. ସୌଜନ୍ୟକ୍ରିଷ୍ଣା, ମାଲୟେସିଆର ୱାର୍ଲଡ ଫିସ୍ର ପ୍ରତିନିଧି ଡଃ ମୋହନ, ପୂର୍ବତନ କେନ୍ଦ୍ର ମତ୍ସ୍ୟ କମିଶନର ବି. ବିଷ୍ଣୁ ଭଟ୍ଟ, ମତ୍ସ୍ୟ ନିର୍ଦ୍ଧେଶକ ପି. କି୍ରଷ୍ଣମୋହନ ପ୍ରମୁଖ ଯୋଗ ଦେଇଥିଲେ । ଧାମରା ଓ ପାରାଦ୍ୱୀପ ମତ୍ସ୍ୟ ପୋତାଶ୍ରୟର ୱେବ୍ସାଇଟ୍ମାନ ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ମହାରଥୀଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ମତ୍ସ୍ୟ ଦର୍ପଣ ପତି୍ରକାକୁ ମୁଖ୍ୟ ସଚିବ ଶ୍ରୀ ପତି ଉନ୍ମୋଚନ କରିଥିଲେ । ମତ୍ସ୍ୟ ବିଭାଗର ଅତିରିକ୍ତ ନିର୍ଦ୍ଧେଶକ (ବୈଷୟିକ) ଜାନକୀ ବଲ୍ଲଭ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

ସେଆର କରନ୍ତୁ:



Powered by odothemes.com