ଭୋଟ୍ବେଳେ ଅନିୟମିତତା: ସାନି ମତଦାନ ନିଦେ୍ର୍ଦଶ

73

କଣାସର ୧ଠ ବୁଥ୍
କଣାସ (ଆପ୍ର): ପଞ୍ଚାୟତ ନର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ କଣାସ ୨୮ ପଞ୍ଚାୟତରେ ଅନୁଷ୍ଠିତ ହୋଇଯାଇଛି । ୨୬ ପଞ୍ଚାୟତରେ ଶାନ୍ତିପୂର୍ଣ୍ଣ ଭାବେ ନିର୍ବାଚନ ହୋଇଥିବା ବେଳେ ଆଳିବାଡ ଓ ବକୁ ପଞ୍ଚାୟତର ୧୦ଟି ବୁଥ୍ରେ ଦୁର୍ବୃତମାନେ ଭୋଟବାକ୍ସ ଛଡାଇନେବା ସହ ପ୍ରିଜାଇଡିଂ ଅଫିସରଙ୍କଠାରୁ ଟଙ୍କା ପଇସା ଲୁଟିନେବା, ମାଡ ମାରିବା ଓ ପ୍ୟାଣ୍ଟସାର୍ଟ ପୋଡ଼ିଦେବା ଅଭିଯୋଗ ନିର୍ବାଚନ ଅଧିକାରୀଠାରେ ହୋଇଥିବା ଜଣାପଡିଛି । ଖବରରୁ ଜଣାପଡିଛି ଆଳିବାଡ ପଞ୍ଚାୟତର ୧, ୨, ୩, ୫, ୭, ୮, ୯, ୧୦, ୧୧ନଂ ବୁଥ୍ରୁ ଦୁର୍ବୁତ୍ତ ଭୋଟବାକ୍ସ କାଗଜପତ୍ର ଛଡାଇନେଇ ପାଣିରେ ଫୋପାଡିଦେବା ପ୍ରିଜାଇଡିଂ ଅଫିସରଙ୍କୁ ମାଡମାରିବା, ଟଙ୍କାଛଡାଇନେବା ଓ ଗୋଟିଏ କେନ୍ଦ୍ରରେ ପ୍ରିଜାଇଡିଂ ଅଫିସରଙ୍କ ପ୍ୟାଣ୍ଟସାଟର୍୍ ପୋଡିଦେବା ଅଭିଯୋଗ ନିର୍ବାଚନ ଅଧିକାରୀ ପାଖରେ ହୋଇଥିବା ବେଳେ ବକୁ ପଞ୍ଚାୟତର ବରପଦାଗ୍ରାମର ୧୦ନଂ ବୁଥ୍ରୁ ଦୁର୍ବୃତମାନେ ଭୋଟବକ୍ସ ଛଡାଇନେଇ କିଆବୁଦାରେ ଫୋପାଡିଦେବାରୁ ଦୁଇ ପଞ୍ଚାୟତର ଫଳାପଳ ସ୍ଥଗିତ ରହିଥିବା ଜଣାପଡିଛି । ଦୁର୍ବୃତ୍ତଙ୍କ ସଂପର୍କରେ କଣାସ ବ୍ଲକ୍ ନିର୍ବାଚନ ଅଧିକାରୀ ଥାନାରେ ଅଭିଯୋଗ କରିଥିବା ଜଣାପଡିଛି ।
ବାଉଁଶପାଳରେ ବାଲାଟ୍ ଲୁଟ୍
କାମାକ୍ଷାନଗର (ଆପ୍ର): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକର ଏକ ପଞ୍ଚାୟତରେ ସୋମବାର ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟ ମତଦାନ ବେଳେ ବ୍ୟାପକ ରିଗିଂ ହୋଇଥିବା ଅଭିଯୋଗ କରାଯାଇଥିଲା । ସେଠାରେ ପୁନଃ ମତଦାନ ଲାଗି ନିଦେ୍ର୍ଦଶ ଦିଆଯାଇଛି । ସୂଚନା ଅନୁଯାୟୀ, ବାଉଁଶପାଳ ପଞ୍ଚାୟତ ୪ନଂ ୱାର୍ଡ ପୁୁରୁଣାପାଣି ସାହି ବୁଥ୍ରେ ଗଣତି ବେଳେ ଦୁର୍ବୃତ୍ତମାନେ ବୁଥ୍ ଭିତରେ ପଶି ବାଲାଟ ପେପରକୁ ଛଡ଼ାଇ ନେଇଥିଲେ । ଏବାବଦରେ ରିପୋର୍ଟ ପାଇବା ପରେ ନିର୍ବାଚନ କମିଶନ୍ଙ୍କ ନିଦେ୍ର୍ଦଶରେ ଆସନ୍ତା ୧୮ ତାରିଖ ଦିନ ଉକ୍ତ ବୁଥ୍ରେ ପୁନଃ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ବାଲାଟ୍ ପେପର ଲୁଟ୍ ଖବର ପାଇ ଉକ୍ତ ବୁଥ୍କୁ ଜିଲ୍ଲାପାଳ ରୂପାରୋଶନ ସାହୁ, କାମାକ୍ଷାନଗର ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳ କଳ୍ପତରୁ ବେହେରା, ଆରକ୍ଷୀ ଅଧୀକ୍ଷକ ବସନ୍ତ କୁମାର ପାଣିଗ୍ରାହୀ, ବିଡିଓ ପିତାମ୍ବର ସାମଲ, କାମାକ୍ଷାନଗର ଏସ୍ଡିପିଓ, ଆଇଆଇସି ପ୍ରମୁଖ ଯାଇ ଅଭିଯୋଗର ସରଜମିନ ତଦନ୍ତ କରିଥିଲେ ।
ଗରଦପୁରରେ ୧୧ବୁଥ୍
କେନ୍ଦ୍ରାପଡ଼ା(ଆପ୍ର): ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ବେଳେ ଗରଦପୁର ବ୍ଲକର ୧୧ଟି ବୁଥ୍‌ରେ ବ୍ୟାପକ ଗଣ୍ଡଗୋଳ, ଜବରଦଖଲ, ଭୋଟ ବାକ୍ସ ଲୁଟ୍ , ବାଲାଟ ଚିରା ଓ ପୋଡାଜଳା ହୋଇଥିଲା । ରିପୋର୍ଟ ପାଇବା ପରେ ଜିଲ୍ଲାପ୍ରଶାସନ ଏହି ସବୁ ବୁଥ୍ରେ ସାନି ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନ୍ଙ୍କୁ ସୁପାରିଶ କରିିଛି । ଏହି ବୁଥ୍ଗୁଡିକ ହେଲା ପାଟକୁରା ପଞ୍ଚାୟତ ଜଗଦଳପୁର ପଞ୍ଚାୟତର ୧୪ ନଂ, ବଙ୍ଗାଳପୁର ପଞ୍ଚାୟତର ୧୨ନଂ ଓ ୧୮ନଂ ଏବଂ ରାମଚନ୍ଦ୍ରପୁର ପଞ୍ଚାୟତର ୬ଟି ବୁଥ୍ । ଗରଦପୁର ବ୍ଲକରେ ୧୬୦ଟି ଉତ୍ତେଜନା ପ୍ରବଣ ଓ ୭୧ଟି ଅତି ଉତ୍ତେଜନା ପ୍ରବଣ ଭୋଟକେନ୍ଦ୍ର ଚିହ୍ନଟ କରାଯାଇ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ତେବେ ଦୁର୍ବୃତ୍ତମାନେ ଗଣତି ଓ ଭୋଟ ବାକ୍ସ ନିଆଯାଉଥିବା ସମୟରେ ଛଡ଼ାଇ ନେଇ ପାଣିରେ ଫିଙ୍ଗି ଦେଇଥିଲେ । ଜିଲ୍ଲାପାଳ ମୁରଲୀଧର ମଲିକ ବିସ୍ତୃତ ରିପୋର୍ଟ ସହ ସାନି ଭୋଟ ଗ୍ରହଣ ପାଇଁ ସୁପାରିଶ କରିଥିବା ଜଣାପଡିଛି ।

ସେଆର କରନ୍ତୁ:



Powered by odothemes.com