betanati-1

ଭୋଗ ଖାଇ ଶତାଧିକ ଅସୁସ୍ଥ

41

ବେତନଟୀ (ଆପ୍ର): ବେତନଟୀ ଥାନା ବଡ଼ଯୋଡ଼ ପଞ୍ଚାୟତର ରଙ୍ଗାମାଟିଆ (ଖ) ପ୍ରାଥମିକ ସ୍କୁଲରେ ସରସ୍ୱତୀ ପୂଜା ଉପଲକ୍ଷେ ପ୍ରସ୍ତୁତ ଚୁଡ଼ାଘଷା ଖାଇ ୪୦ ଛାତ୍ରଛାତ୍ରୀଙ୍କ ସମେତ ଶତାଧିକ ଅସୁସ୍ଥ ହୋଇପଡ଼ିଛନ୍ତି । ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁଯାୟୀ, ବାରିପଦାରୁ ପ୍ରଧାନଶିକ୍ଷକ ସତ୍ୟନାରାୟଣ ବେହେରା ଚୁଡ଼ା କିଣି ଥିଲେ । ଏହା ଭୋଗ ହେବା ପରେ ଫଳମୂଳ, ଗୁଡ ଓ କଦଳୀ ସହିତ ମିଶାଇ ଛାତ୍ରଛାତ୍ରୀ ଏବଂ ଉପସ୍ଥିତ ଅଭିଭାବକଙ୍କୁ ଦିଆଯାଇଥିଲା । ଭୋଗ ଖାଇବା ପରେ ରବିବାର ସନ୍ଧ୍ୟାରୁ ରଙ୍ଗାମାଟିଆ ଓ ଡାହିସାହି ଗ୍ରାମରେ ଝାଡ଼ାବନ୍ତି ଆରମ୍ଭ ହୋଇଥିଲଶ । ଭୋଗ ଖାଇ ଛାତ୍ରଛାତ୍ରୀ, ଅଭିଭାବକ, ଯୁବକଯୁବତୀଙ୍କ ପେଟରେ ଯନ୍ତ୍ରଣା ହେବା ସହିତ ଝାଡ଼ା ହୋଇଥିଲା ।
ଏପରିକି ରଙ୍ଗାମାଟିଆ ସ୍କୁଲକୁ ଭୋଗ ଖାଇବାକୁ ଆସିଥିବା ବଡଯୋଡ ପ୍ରାଇମେରୀ ସ୍କୁଲର କିଛି ଛାତ୍ରଛାତ୍ରୀ ମଧ୍ୟ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ । ସୋମବାର ସକାଳେ ଦୁଇ ଗ୍ରାମରେ ଝାଡ଼ାବାନ୍ତି ହେଉଥିବା ଜଣା ପଡିଥିଲା । ଖବର ପାଇବା ପରେ ବଡଯୋଡ ସରପଞ୍ଚ ଅଶୋକ କୁମାର ନାଏକ, କିଟୁ ସିଂ, ସୁଶାନ୍ତ ନାଏକ, ବୃନ୍ଦାବନ ନାଏକ, ସ୍କୁଲ ସଭାପତି ଉପେନ୍ଦ୍ରନାଥ ନାଏକ, ବାବୁଲା ବେହେରା ପ୍ରମୁଖ ଅସୁସ୍ଥଙ୍କୁ କୃଷ୍ଣଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଖବର ପାଇ ଶ୍ରୀରାମଚନ୍ଦ୍ର ଭଞ୍ଜ ଜୁିନିୟର କଲେଜ ଅଧ୍ୟକ୍ଷ ପ୍ରଫେସର ରାମଚନ୍ଦ୍ର ଦାସ, ପ୍ରଭାସ କୁମାର ଦାସ, ବଡଯୋଡ଼ ସିଆର୍ସିସି ଜଗଦୀଶଚନ୍ଦ୍ର ସାହୁ, ରଙ୍ଗାମାଟିଆ ପ୍ରଧାନଶିକ୍ଷକ ଶ୍ରୀ ବେହେରା, ସାମ୍ବାଦିକ ସର୍ବେଶ୍ୱର ଜେନା ପ୍ରମୁଖ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚô ଥିଲେ । ଗୁରୁତରମାନଙ୍କୁ ପିଆର୍ଏମ୍ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି । ଏମାନଙ୍କ ମଧ୍ୟରେ ୪୦ ଛାତ୍ରଛାତ୍ରୀ ଥିବା ଜଣାଯାଇଛି ।
ଅନ୍ୟପକ୍ଷରେ ରୋଗୀଙ୍କ ପାଇଁ ମାତ୍ର ଥରେ ୧୦୮ ଆମ୍ବୁଲାନସ ମିଳିବା ପରେ ଆଉ ଆସିନଥିଲା । ଡାକ୍ତର ମହେଶ୍ୱର ମାଝୀଙ୍କ ଉଦ୍ୟମରେ ଆର୍ବିଏସ୍କେ ଆମ୍ବୁଲାନସରେ ଆକ୍ରାନ୍ତମାନଙ୍କୁ ସ୍ଥାନାନ୍ତର କରାଯାଇଥିଲା । ଡା. ସୁବ୍ରତ କୁମାର ମହାପାତ୍ର ଓ ଅନ୍ୟ କର୍ମଚାରୀ ଚିକିସôା ଚଳାଇ ଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିଲା । ସଂପୃକ୍ତ ସ୍କୁଲରେ ୧୧୦ ଛାତ୍ରଛାତ୍ରୀ ପଢ଼ୁଛନ୍ତି କିନ୍ତୁ ସୋମବାର ୨୫ ଜଣ ସ୍କୁଲକୁ ଆସିଥିଲେ । କୃଷ୍ଣଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଏକ ଡାକ୍ତରୀ ଦଳ ରଙ୍ଗାମାଟିଆ ସ୍କୁଲରେ ପହଞ୍ଚି ୬୦ରୁ ଊଦ୍ଧ୍ୱର୍ ଅସୁସ୍ଥଙ୍କୁ ଚିକିତ୍ସା କରିଛନ୍ତି । ଏଠାରେ ଜଣେ ଯୁବତୀ ବେହୋସ ହୋଇ ପଇଥିଲେ ।

ସେଆର କରନ୍ତୁ:



Powered by odothemes.com