chief-election-commissioner-of-india-nkn-3-dinia-odisha-grasta---(2)

ଭୁବନେଶ୍ୱରରେ ଇସିଆଇ ଟିମ୍

26

ଭୁବନେଶ୍ୱର(ବୁ୍ୟରୋ): ତିନିଦିନିଆ ଓଡିଶା ଗସ୍ତରେ ଜାତୀୟ ନିର୍ବାଚନ ଆୟୋଗ (ଇସିଆଇ)ର ପ୍ରତିନିଧି ଦଳ ଆଜି ବିଳମ୍ବିତ ସନ୍ଧ୍ୟାରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚôଛନ୍ତି । ମୁଖ୍ୟ ନିର୍ବାଚନ କମିଶନର ଅଶୋକ ଲାଭାସାଙ୍କ ନେତୃତ୍ୱରେ ଏହି ୬ଜଣିଆ ଟିମ୍ରେ ଉପନିର୍ବାଚନ କମିଶନର ଚନ୍ଦ୍ରଭୂଷଣ କୁମାର, ଡିଜି ଏକ୍ସପେଣ୍ଡିଚର୍ ଡି.କେ. ଶର୍ମା, ପିଆଇବି ଏଡିଜି ଶେଫାଳି ସୋରେନ୍, ନିଦେ୍ର୍ଦଶକ ନିଖିଲ୍ କୁମାର ଓ ସଚିବ ରାକେଶ କୁମାର ପ୍ରମୁଖ ସଦସ୍ୟ ଅଛନ୍ତି । ଏହି ଟିମ୍ ଦୁଇଦିନ ଧରି ରାଜ୍ୟରେ ନିର୍ବାଚନ ପ୍ରସ୍ତୁତିର ସ୍ଥିତି ସମୀକ୍ଷା କରିବେ ।
ଆସନ୍ତା ସାଧାରଣ ନିର୍ବାଚନ ଲାଗି ରାଜ୍ୟ ନିର୍ବାଚନ ପ୍ରକ୍ରିୟା ଜାରି ରହିଥିଲାବେଳେ ନିର୍ବାଚନ ପାଇଁ ରାଜନୈତିକ ଓ ପ୍ରଶାସନିକ ସ୍ତରରେ କେତେଦୂର ପ୍ରସ୍ତୁତ ରହିଛି ସେ ଦିଗ ଉପରେ ଇସିଆଇ ପ୍ରତିନିଧି ଦଳ ସମୀକ୍ଷା କରିବେ । ଆସନ୍ତାକାଲି ଠାରୁ ଭୁବନେଶ୍ୱରରେ ଦୁଇଦିନ ଧରି ଜାତୀୟ ନିର୍ବାଚନ କମିଶନଙ୍କ ଏହି ଟିମ୍ ପର୍ଯ୍ୟାୟକ୍ରମେ ବିଭିନ୍ନ ରାଜନୈତିକ ଦଳ ସହ ପୃଥକ ପୃଥକ ଭାବେ ଆଲୋଚନା କରିବେ । ସେହିଭଳି ଜିଲ୍ଲା ସ୍ତରର ନିର୍ବଚନ ଅଧିକାରୀ, ୩ ଆର୍ଡିସି, ଏସ୍ପି ଓ ବରିଷ୍ଠ ପୁଲିସ୍ ଅଧିକାରୀଙ୍କ ସହ ନିର୍ବାଚନ ସମ୍ପର୍କରେ ଆଲୋଚନା କରିବାର କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି । ଏଥିସହିତ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବା ସହିତ ପୁଲିସ୍ ନୋଡାଲ ଅଫିସର ଓ ଅର୍ଦ୍ଧସାମରିକ ବାହିନୀର ମୁଖ୍ୟଙ୍କ ସହ ଆଲୋଚନା କରିବେ । ଶୁକ୍ରବାର ଇସିଆଇର ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ଶାସନ ସଚିବ, ପୁଲିସ୍ ଡିଜି, ଆଇନ୍ ସଚିବ ଓ କେନ୍ଦ୍ରୀୟ ଅଧିକାରୀଙ୍କ ସହ ଆଲୋଚନା କରିବା ସହିିତ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିବେ ।

ସେଆର କରନ୍ତୁ:



Powered by odothemes.com