padmapur

ବିଜେପୁରରୁ ନବୀନଙ୍କ ନାମାଙ୍କନ

10

ପଦ୍ମପୁର/ ବରଗଡ଼, ୨୫ ।୩ (ଆପ୍ର): ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ନାମାଙ୍କନପତ୍ର ଦାଖଲ ନିମନ୍ତେ ମଙ୍ଗଳବାର ଶେଷ ତାରିଖ ହୋଇଥିବାବେଳେ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ନିର୍ବାଚନମଣ୍ଡଳୀ ପାଇଁ ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନପତ୍ର ଦାଖଲ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନାମାଙ୍କନପତ୍ରରେ ପ୍ରସ୍ତାବକ ରୂପେ ବିଜେପୁର ବିଧାୟିକା ରୀତା ସାହୁ, ନାରାୟଣ ସାହୁ, ସନ୍ତୋଷ ଦେହୁରୀ ଓ ଦେବେନ୍ଦ୍ର ସାହୁ ରହିଛନ୍ତି । ଅପରାହ୍ଣ ୨.୩୪ ରେ ମୁଖ୍ୟମନ୍ତ୍ରୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ୨ସେଟ୍ ପ୍ରାର୍ଥôପତ୍ର ଦାଖଲ କରିଥିଲେ ।
ସୂଚନା ଅନୁଯାୟୀ, ପ୍ରାର୍ଥିପତ୍ର ଦାଖଲ ପାଇଁ ଆଜି ପୂର୍ବାହ୍ନ ୧୦ଟା ୩୦ରେ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ଼ରେ ପହଞ୍ଚôଥିଲେ । ସେଠାରୁ ତାଙ୍କୁ ଏକ ବିଶାଳ ଶୋଭାଯାତ୍ରାରେ ବରଗଡ଼ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ନିଆଯାଇଥିଲା । ମନୋନୟନପତ୍ର ଦାଖଲ ସମୟରେ ମନ୍ତ୍ରୀ ସୁୁଶାନ୍ତ ସିଂ, ସ୍ନେହାଙ୍ଗିନି ଛୁରୀଆ, ପ୍ରସନ୍ନ ଆଚାର୍ଯ୍ୟ, ପ୍ରଭାସ ସିଂ, ବିଜୟରଞ୍ଜନ ସିଂବରିହା, ରୋହିତ ପୂଜାରୀ, ପ୍ରୀତମ୍ ମେହେର, ଜନାର୍ଦ୍ଦନ ପାଣିଗ୍ରାହୀ, ଉଷା ଦେବୀ, ସୂର୍ଯ୍ୟ ନାରାୟଣ ପାତ୍ର, ବିକ୍ରମ କେଶରୀ ଆରୁଖଙ୍କ ସମେତ ପଶ୍ଚିମ ଓଡିଶାର ବହୁ ବିଧାୟକ, ସାଂସଦ, ନେତା ଉପସ୍ଥିତ ଥିଲେ ।
ଏଥର ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିନିଧିତ୍ୱ କରିବେ ବୋଲି ନିଷ୍ପତ୍ତି ନେବା ପରେ ପଶ୍ଚିମ ଓଡିଶାର ନେତା ଓ କର୍ମୀ ମହଲରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ଏଠାରୁ ପ୍ରତିନିଧିତ୍ୱ କରୁଥିବା କଂଗ୍ରେସ ବିଧାୟକଙ୍କ ବିୟୋଗ ପରେ ବିଜେଡି ତାଙ୍କ ପତ୍ନୀ ରୀତା ସାହୁଙ୍କୁ ଏଠାରେ ପ୍ରାର୍ଥୀ କରିଥିଲା । ଉପନିର୍ବାଚନରେ ରୀତା ୪୦ ହଜାରରୁ ଅଧିକ ଭୋଟ୍ରେ ବିଜୟ ହାସଲ କରିଥିଲେ । ଚଳିତ ଥର ମୁଖ୍ୟମନ୍ତ୍ରୀ ନିଜ ନିର୍ବାଚନମଣ୍ଡଳୀ ହିଞ୍ଜିଳି ସହିତ ବିଜେପୁରରୁ ନିର୍ବାଚନ ଲଢ଼ୁଛନ୍ତି । ପୂର୍ବରୁ ହିଞ୍ଜିଳିରେ ମୁଖ୍ୟମନ୍ତ୍ରୀ ନାମାଙ୍କନ ଦାଖଲ କରିଥିବା ବେଳେ ଆଜି ବିଜେପୁର ପାଇଁ ନାମାଙ୍କନ ଦାଖଲ କରିଛନ୍ତି । ଉଭୟ ହିଞ୍ଜିଳି ଓ ବିଜେପୁର ଦ୍ୱିତୀୟ ପର୍ଯ୍ୟାୟ ଅର୍ଥାତ୍ ଏପି୍ରଲ ୧୮ ତାରିଖରେ ମତଦାନ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀଙ୍କ ନାମାଙ୍କନ ପରେ ପଶ୍ଚିମ ଓଡ଼ିଶା ରାଜନୀତି ଚଳଚଞ୍ଚଳ ହୋଇଉଠିଛି ।
ଏତଦ୍ ବ୍ୟତୀତ ବରଗଡ଼ ଲୋକସଭା ଆସନ ପାଇଁ ବିଜେଡିରୁ ପ୍ରସନ୍ନ ଆଚାର୍ଯ୍ୟ, ବିଜେପି ପ୍ରାର୍ଥୀ ସୁରେଶ ପୂଜାରୀ, ଅତାବିରା ବିଧାନସଭା ଆସନ ପାଇଁ ସ୍ନେହାଙ୍ଗିନୀ ଛୁରିଆ ପ୍ରମୁଖ ପ୍ରାର୍ଥୀପତ୍ର ଦାଖଲ କରିଥିବା ଜଣାପଡ଼ିଛି । ଆସନ୍ତାକାଲି ଶେଷ ଦିନରେ ବିଭିନ୍ନ ଦଳର ପ୍ରାର୍ଥୀମାନେ ପ୍ରାର୍ଥୀପତ୍ର ଦାଖଲ କରିବେ । ଏଥି ନିମନ୍ତେ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ସେଆର କରନ୍ତୁ:



Powered by odothemes.com