BYMOKESH-RAY-ROAD-SO---2019-PHOTO-TIHIDI

ବିଜେଡି ପ୍ରାର୍ଥୀ ବ୍ୟୋମକେଶଙ୍କ ରୋଡ୍ ସୋ’

12

ଚାନ୍ଦବାଲି,୧୩ା୪(ଆପ୍ର): ନିପଟ ମଫସଲ ଅଞ୍ଚଳ ଭାବେ ପରିଚିତ ତଥା ମନ୍ତେଇ ନଦୀକୂଳରେ ଥିବା ଚରଦିଆ ଓ ନଳଗୋହିରା ପଞ୍ଚାୟତରେ ବିଧାୟକ ତଥା ଚାନ୍ଦବାଲି ବିଧାନସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ବ୍ୟୋମକେଶ ରାୟ ଗାଁ ଦାଣ୍ଡରେ ରୋଡ୍ ସୋ କରି ପ୍ର·ର ଆରମ୍ଭ କରିଛନ୍ତି । ନଳଗୋହିରା, ସାନତିଳଞ୍ଚି, ବଡତିଳଞ୍ଚି, ବଡରୂପା, ଚରଦିଆ ଆଦି ଗାଁରେ ମୋଟରସାଇକେଲ ରାଲି ନେଇ ସାହିକୁ ସାହି ଗାଁକୁ ଗାଁ ବୁଲି ଶଙ୍ଖ ଚିହ୍ନରେ ଭୋଟ୍ ଦେବାକୁ ପ୍ରାର୍ଥୀ ବ୍ୟୋମକେଶ ରାୟ ପ୍ର·ର କରିଛନ୍ତି । ମଫସଲ ଅଞ୍ଚଳରେ ପିଇବା ପାଣିର ବଡ ସମସ୍ୟା ରହିଛି । ଏହି ପାଣି ସମସ୍ୟାକୁ ତୁଟାଇବା ପାଇଁ ସେ ପ୍ରତିଶ୍ରୁତିବଦ୍ଧ ବୋଲି ଭୋଟ୍ ବେଳେ ସ୍ଥାନୀୟ ଲୋକଙ୍କୁ କହିଥିଲେ । ଖୁବ୍ଶୀଘ୍ର ୨୦୧୯ ରେ ଆରମ୍ଭ ହେବ ସବୁ ଘରକୁ ସବୁ ଗାଁକୁ ମିଠା ପିଇବା ପାଣି ସପ୍ଲାଏ । ମେଗା ପାଇପ ପାଣି ସପ୍ଲାଏ ଯୋଜନା ୮୦୦ କୋଟି ଟଙ୍କା ବିନିମୟରେ ଆରମ୍ଭ ହେବାକୁ ଯାଉଛି । ଚାନ୍ଦବାଲି ବ୍ଲକର ସମସ୍ତ ପଞ୍ଚାୟତକୁ ଏହି ପିଇବା ପାଣି ପ୍ରକଳ୍ପ ପାଣି ଯୋଗାଇବ । ଲୋକେ ସ୍ୱାଧିନତାର ୭୧ ବର୍ଷ ଅପେକ୍ଷା କଲେ ଆଉ ଗୋଟିଏ ବର୍ଷ ଅପେକ୍ଷା କଲେ ଏହି ଯୋଜନା ପୂର୍ଣ୍ଣାଙ୍ଗ ହୋଇ ଘରକୁ ଘର ପିଇବା ପାଣି ପହଁଞ୍ଚାଇବା ସଫଳ ହେବ ବୋଲି ବିଧାୟକ ଶ୍ରୀ ରାୟ କହିଥିଲେ । ବିଧାୟକଙ୍କ ଏହି ରୋଡ୍ ସୋ କର୍ମୀ ବୈଠକ ରେ ଜିଲ୍ଲାପରିଷଦ ସଭାପତି ଦ୍ୱିଜବର ରାଉତ, ପ୍ରାକ୍ତନ ଚାନ୍ଦବାଲି ପଞ୍ଚାୟତ ସମିତି ଅଧ୍ୟକ୍ଷ ନରେଶ ମାଝୀ, ଶରତ ସାହୁ, ସତ୍ୟବୀର ପ୍ରତାପ ରାଏ, ପଞ୍ଚାୟତ ସମିତି ଅଧ୍ୟକ୍ଷା ମାନସୀ ସାହୁ, ରଞ୍ଜନ ସାହୁ, ସରପଞ୍ଚ ଇଂ ଆଶୁତୋଷ ପାଢୀ, ପି.ଏସ. ମେମ୍ବର ସୁମିତ୍ରା ଭୋଇ, ସଭାପତି ଉପେନ୍ଦ୍ରନାଥ ଭୋଇ, ବିବିସିସି ଡାଇରେକ୍ଟର ଲମ୍ବୋଦର ଦାସ, ମଧୁସୂଦନ ବିଶ୍ୱାଳ, ବେଣୁଧର ନାୟକ, ଯୁବ ସଭାପତି ତରିଣୀସେନ ମହାନ୍ତି, ଛାତ୍ର ସଭାପତି ସୁବାସ ପରିଡା, ମହିଳା ସଭାନେତ୍ରୀ ରଞ୍ଜିତା ନାୟକ, ଇଂ ସ୍ୱର୍ଣ୍ଣଲତା ନାୟକ, ନାଏବ ସରପଞ୍ଚ ମନୁ ରାଉତ, ଦିବ୍ୟସିଂହ ନାୟକ, ବଳଭଦ୍ରକ ନାୟକ, ରବିନ୍ଦ୍ର ରାଉତ, ଶରତ ଦାସ, ଟୁକୁରାମ ଭୋଇ ପ୍ରମୁଖ ଯୋଗ ଦେଇଥିଲେ ।

ସେଆର କରନ୍ତୁ:



Powered by odothemes.com