manifesto-commitee-4444

ବିଜେଡି ଇସ୍ତାହାର କମିଟିରେ ସବୁ ବର୍ଗଙ୍କୁ ଗୁରୁତ୍ୱ

12

ଭୁବନେଶ୍ୱର,୧୪ା୩ (ବୁ୍ୟରୋ): ବିଜୁ ଜନତା ଦଳ ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ୨୦୧୯ ସାଧାରଣ ନିର୍ବାଚନ ପାଇଁ ବିଜୁ ଜନତା ଦଳ ଇସ୍ତାହାର କମିଟି ଘୋଷଣା କରିଛନ୍ତି । ଏହି କମିଟିରେ ସବୁ ବର୍ଗକୁ ଗୁରୁତ୍ୱ ଦିଆଯାଇଛି । ଏହି ଇସ୍ତାହାର କମିଟିର ଅଧ୍ୟକ୍ଷ ଭାବେ ବେଦ ପ୍ରକାଶ ଅଗ୍ରୱାଲଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ, ସହ-ଅଧ୍ୟକ୍ଷ ଭାବେ ପ୍ରସନ୍ନ ଆଚାର୍ଯ୍ୟ, ସୌମ୍ୟ ରଞ୍ଜନ ପଟ୍ଟନାୟକ, ମଙ୍ଗଳା କିଷାନ, ପଦ୍ମନାଭ ବେହେରା ଏବଂ କସ୍ତୁରୀ ମହାପାତ୍ରଙ୍କୁ ନିଯୁକ୍ତ କରିଛନ୍ତି । ସେହିପରି କମିଟିର ସଦସ୍ୟ ଭାବେ ଅନଙ୍ଗ ଉଦୟ ସିଂହଦେଓ, ଭର୍ତ୍ତୃହରି ମହତାବ, ଅଚୁ୍ୟତ ସାମନ୍ତ, ଅତନୁ ସବ୍ୟସାଚୀ ନାୟକ, ସଞ୍ଜୟ କୁମାର ଦାସବର୍ମା, ଅରୁଣ କୁମାର ସାହୁ, ସୁଦାମ ମାର୍ଣ୍ଡି, ରମେଶ ଚନ୍ଦ୍ର ମାଝୀ, ସୁବାସ ସିଂହ, ମିନତୀ ବେହେରା, ଲୋପାମୁଦ୍ରା ବକ୍ସିପାତ୍ର, ନବକିଶୋର ଦାସ, ଦିଲ୍ଲୀପ ତିର୍କୀ, ସାଂସ୍କୃତିକ ସମନ୍ୱୟ ସେଲ୍ର ଆବାହକ ରବି ନାରାୟଣ ନନ୍ଦ, ନଳିନୀକାନ୍ତ ପ୍ରଧାନ, ଆଇନଜୀବୀ ଅସୀମ ଅମିତାଭ ଦାସ, ମୁନ୍ନା ଖାନ, ଅନନ୍ତ ନାରାୟଣ ଜେନା, ସସ୍ମିତ ପାତ୍ର, ଶ୍ରୀମୟୀ ଶ୍ୱେତା ସ୍ନିଗ୍ଧା ମିଶ୍ର, ତେଜେଶ୍ୱର ପରିଡ଼ା, ଚିନ୍ମୟ ସାହୁ, ଅମରେଶ ପତି୍ର, ରାଣା ପ୍ରତାପ ପାତ୍ର, ଏସ୍ଏଚ୍ଜି ଫେଡେରେସନ୍ ବଲାଙ୍ଗିର ସଭାନେତ୍ରୀ ସୁଜାତା ମିଶ୍ର, ସୁନ୍ଦରଗଡ଼ର ସରସ୍ୱତୀ କିଷାନ, ମୟୂରଭଞ୍ଜର ବିଷ୍ଣୁପି୍ରୟା ଦାସ, କଳାହାଣ୍ଡିର ପଙ୍କଜିନୀ ମଙ୍ଗରାଜ, କେନ୍ଦୁପତ୍ର ତୋଳାଳି ସଂଘର ନେତ୍ରୀ ମାମିନା ନାୟକ, କୃଷକ ନେତା କିଶୋର ଦେବତା ପ୍ରମୁଖଙ୍କୁ ନିଯୁକ୍ତି ଦିଆଯାଇଛି । ମାର୍ଚ୍ଚ ୫ରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୦୩ ତମ ଜୟନ୍ତୀରୁ ବିଜୁ ଜନତା ଦଳର ‘ଘରେ ଘରେ ଶଙ୍ଖ-ମତାମତ ଦିଅନ୍ତି ଆପଣ, ପାଳନ କରନ୍ତି ନବୀନ’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ତୃଣମୂଳ ସ୍ତରରୁ ମହିଳା କାର୍ଯ୍ୟକର୍ତ୍ତାମାନେ ଘର ଘର ବୁଲି ମତାମତ ସଂଗ୍ରହ କରୁଛନ୍ତି । ଏହି ମତାମତ ଆଧାରରେ ବିଜୁ ଜନତା ଦଳ ତାର ନିର୍ବାଚନ ଇସ୍ତାହାର ପ୍ରସ୍ତୁତ କରିବ ବୋଲି ନବ ଗଠିତ ଇସ୍ତାହାର କମିଟିକୁ ସଭାପତି ନବୀନ ପଟ୍ଟନାୟକ ନିଦେ୍ର୍ଦଶ ଦେଇଛନ୍ତି ବୋଲି ଦଳର ରାଜ୍ୟ ସମ୍ପାଦକ ବିଜୟ ନାୟକ ଏକ ପ୍ରେସ୍ ଇସ୍ତାହାରରେ ଜଣାଇଛନ୍ତି ।

ସେଆର କରନ୍ତୁ:



Powered by odothemes.com