bjd-Joining-News-Photo-(2)

ବିଜେଡିରେ ୪ଠଠ ବିଜେପି କର୍ମୀ

24

ଭୁବନେଶ୍ୱର(ବୁ୍ୟରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ୨୦୦୯ର ରାଇରଙ୍ଗପୁର ବିଧାୟକ ପ୍ରାର୍ଥୀ ତଥା ବିଜେପି ଜିଲ୍ଲା କାର୍ଯ୍ୟକାରୀ କମିଟି ସଦସ୍ୟ କାଶୀନାଥ ହେମ୍ବ୍ରମ୍‌ଙ୍କ ନେତୃତ୍ୱରେ ୪୦୦ରୁ ଊଦ୍ଧ୍ୱର୍ ବିଜେପି କର୍ମୀ ଦଳ ପରିତ୍ୟାଗ କରି ନବୀନ ନିବାସରେ ଆୟୋଜିତ ଯୋଗଦାନ କାର୍ଯ୍ୟକ୍ରମରେ ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ।
ବିଜେଡି ପ୍ରତି ଆସ୍ଥା ପ୍ରକଟ କରିଥିବା ସମସ୍ତ ନେତା ଓ କର୍ମୀଙ୍କୁ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସ୍ୱାଗତ କରି କହିଥିଲେ ଯେ ବିଜେପିର ନିର୍ବାଚିତ ପ୍ରତିନିଧି ଓ କର୍ମୀମାନେ ଆମ ଦଳରେ ଯୋଗ ଦେଇଥିବାରୁ ମୁଁ ବହୁତ ଖୁସି । ଏହି ଯୋଗଦାନ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ସହ ମୟୂରଭଞ୍ଜ ଜିଲ୍ଲାରେ ବିଜେଡିର ଶକ୍ତି ବୃଦ୍ଧିରେ ସହାୟକ ହେବ । ଏହି ମିଶ୍ରଣ ପର୍ବରେ ଲତିକା ହେମ୍ବ୍ରମ୍‌, ତିରିଂ ବ୍ଲକ ବିଜେପି ଅନୁସୂଚିତ ଜନଜାତି ମୋର୍ଚ୍ଚା ସଭାପତି ଅନନ୍ତ ହେମ୍ବ୍ରମ୍‌, ବିଜେପି ମହିଳା ମୋର୍ଚ୍ଚାର ପୂର୍ବତନ ରାଜ୍ୟ ସଂପାଦିକା କିରଣ ମହାନ୍ତ, ବିଜେପି ଓବିସି ମୋର୍ଚ୍ଚା ରାଇରଙ୍ଗପୁର ସଭାପତି ପ୍ରଣେଶ କୁମାର ମଣ୍ଡଳ, ସାନଭୁନ୍ଦୁ ସମିତି ସଭ୍ୟ ସାଧୁ ବେହେରା, ତିରିଂ ବ୍ଲକ ପୂର୍ବତନ ଅଧ୍ୟକ୍ଷ ମଧୁସୂଦନ ସୋରେନ୍‌, ପୂର୍ବତନ ସରପଞ୍ଚ ମଦନ ମୋହନ ମାର୍ଣ୍ଡି, ଅକ୍ଷୟ ସି, ଦେବେଶ ମାଝୀ, ଅବନୀ ପତି, ପୂର୍ବତନ ସମିତି ସଭ୍ୟ ମଦନ ମୁଡି ପ୍ରମୁଖ ଯୋଗ ଦେଇଛନ୍ତି । ଉକ୍ତ ଯୋଗଦାନ କାର୍ଯ୍ୟକ୍ରମରେ ଦଳର ସାଧାରଣ ସଂପାଦକ ବିଧାୟକ ଦେବାଶିଷ ସାମନ୍ତରାୟ, ମୋରଡ଼ା ବିଧାୟକ ତଥା ମୟୂରଭଞ୍ଜ ଜିଲ୍ଲା ସଭାପତି ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ସାଂସଦ ସରୋଜିନୀ ହେମ୍ବ୍ରମ୍‌, କରଞ୍ଜିଆ ବିଧାୟକ ବିଜୟ ନାଏକ, ରାଜ୍ୟ ବିଜୁ ଜନତା ଦଳ ସମ୍ପାଦକ ବିଜୟ ନାୟକ, ଜିଲ୍ଲା ସମ୍ପାଦକ ପ୍ରଭାତ ନାଏକ, ତିରିଂ ବ୍ଲକ ପୂର୍ବତନ ଅଧ୍ୟକ୍ଷ ବାଞ୍ଜୁ ହେମ୍ବ୍ରମ୍‌, ଜିଲ୍ଲା ସାଂଗଠନିକ ସମ୍ପାଦକ ରାଜେଶ ଯାଦବ, ଛାତ୍ର ବିଜେଡି ଜିଲ୍ଲା ସଭାପତି ପ୍ରକାଶ ମହାନ୍ତ, ବାରିପଦା ପୂର୍ବତନ ନଗର ସଭାପତି ସୁଜିତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

ସେଆର କରନ୍ତୁ:



Powered by odothemes.com