NAVEEN-NIWAS-(1)

ବିଜେଡିରେ ଖେଳାରାମଙ୍କ ସହ ୨ହଜାରରୁ ଊଦ୍ଧ୍ୱର୍ ନେତା

12

ପୁଇଁତଳା, ଆଗଲପୁର ଓ ଲୋଇସିଂହା ବ୍ଲକର ଶତାଧିକ କର୍ମୀ ବି ମିଶିଲେ
ଭୁବନେଶ୍ୱର(ବୁ୍ୟରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ମୟୂରଭଞ୍ଜ ଜିଲ୍ଲାର ବାରିପଦା, ରାଇରଙ୍ଗପୁର, କରିଆ, ଉଦଳା ଓ ଯଶିପୁର ନିର୍ବାଚନମଣ୍ଡଳୀର ୨୦୦୦ରୁ ଉଦ୍ଧ୍ୱର୍ ନେତା ଓ କର୍ମୀ ଆନୁଷ୍ଠାନିକ ଭାବେ ବିଜେଡିରେ ମିଶିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଉପସ୍ଥିତିରେ ଓଡ଼ିଶା ମଜଦୁର କିଶାନ ପରିଷଦର ଶତାଧିକ କାର୍ଯ୍ୟକର୍ତ୍ତା ଶୁକ୍ରବାର ନବୀନ ନିବାସରେ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ନୟାଗଡ଼ ବିଧାୟକ ଅରୁଣ ସାହୁଙ୍କ ନେତୃତ୍ୱରେ ବିଜେଡିରେ ସାମିଲ ହୋଇଛନ୍ତି ।
ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦଳରେ ସାମିଲ ହୋଇଥିବା ସମସ୍ତ ନେତୃବୃନ୍ଦଙ୍କୁ ସ୍ୱାଗତ କରିବା ସହ ବିଜେଡ଼ି ସରକାରର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାକୁ ତୃଣମୂଳସ୍ତରରେ ପହଞ୍ଚାଇବାକୁ ଆହ୍ୱାନ ଦେଇଥିଲେ । ଆଗାମୀ ସାଧାରଣ ନିର୍ବାଚନରେ ମୟୂରଭଞ୍ଜ ଜିଲ୍ଲାରେ ସଂଗଠିତ ଭାବେ କାର୍ଯ୍ୟ କରିବାକୁ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି । ଏହି ମିଶ୍ରଣ ପର୍ବରେ ପୂର୍ବତନ ବିଧାୟକ ଖେଳାରାମ ମାହାଲିଙ୍କ ସମେତ ଓଡ଼ିଶା କ୍ଷେତ ମଜଦୁର କିଶାନ ପରିଷଦର ଅଧ୍ୟକ୍ଷ ଗଦାଧର ମିଶ୍ରଙ୍କ ସହ ସଂଘର ଉପସଭାପତି ରବି ନାରାୟଣ ଜେନା, ତ୍ରିଲୋଚନ ମହାପାତ୍ର, ଜ୍ୟୋର୍ତିମୟୀ ମହାପାତ୍ର, ସାଧାରଣ ସଂପାଦକ ସୁବାସ କର ମହାପାତ୍ର, କଳ୍ପନା ଦାସ, ଧର୍ନୁଜୟ ଆଡବାଙ୍ଗ, କୋଷାଧକ୍ଷ ଗାୟତ୍ରୀ ଦାସ, ଜିଲ୍ଲା ସଂପାଦକ ବୀରକିଶୋର କୁଅଁର ପ୍ରମୁଖ ବିଜେଡିରେ ସାମିଲ ହୋଇଛନ୍ତି । ସେହିପରି ଯୁବ ବିଜେଡି ସଂପାଦକ ନିହାର ରଞ୍ଜନ ବେହେରାଙ୍କ ନେତୃତ୍ୱରେ ବଲାଙ୍ଗୀର ଜିଲ୍ଲା ଲୋଇସିଂହା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପୁଇଁତଳା, ଆଗଲପୁର ଓ ଲୋଇସିଂହା ବ୍ଲକର ବିଜେପି ଓ କଂଗ୍ରେସ ସମର୍ଥôତ ସରପଞ୍ଚ, ସମିତି ସଭ୍ୟ, ପୂର୍ବତନ ସରପଞ୍ଚ, ସମିତି ସଭ୍ୟ, ଅବସରପ୍ରାପ୍ତ କର୍ମଚାରୀଙ୍କ ସହ ୧୫୦ରୁ ଊଦ୍ଧ୍ୱର୍ କର୍ମୀ ଆଜି ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଧାୟକ ତଥା ଉପବାଚସ୍ପତି ସାନନ୍ଦ ମାର୍ଣି, ବିଧାୟକ ସୁଦାମ ମାର୍ଣି, ପୂର୍ବତନ ମନ୍ତ୍ରୀ ତଥା ଲୋଇସିଂହା ବିଧାୟକ ଯୋଗେନ୍ଦ୍ର ବେହେରା, ବିଧାୟକ ସାଇବ ସୁଶୀଲ ହାସଂଦା, ବିଧାୟକ ଗଣେଶ୍ୱର ପାତ୍ର, ବିଧାୟକ ମଙ୍ଗଳ ସିଂ ମୋଦି, ଆଦିବାସୀ ଉନ୍ନୟନ ପରିଷଦ ଅଧ୍ୟକ୍ଷ ଦେବାଶିଷ ମାର୍ଣିଙ୍କ ସହ ବିଧାୟକ ଉମାକାନ୍ତ ସାମନ୍ତରାୟ, ବିଧାୟକ ପ୍ରଣବ ବଳବନ୍ତରାୟ, ବିଧାୟକ ବ୍ୟୋମକେଶ ରାୟ, ରାଜ୍ୟ ସଂପାଦକ ସୁଶାନ୍ତ ଚୌଧୁରୀ, ଉଦଳା ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ଦେବପ୍ରିୟ ପାତ୍ର, ବିଜୁ ଯୁବ ଜନତା ଦଳର ଜୋନାଲ ସଭାପତି ସୁବ୍ରମଣ୍ୟମ୍ ମହାନ୍ତି, ବିଜୁ ଯୁବ ଜନତା ମୟୁରଭଂଜ ଜିଲ୍ଲା-୧ ସଭାପତି ଜିତେନ୍ଦ୍ର ମହାନ୍ତି, ମୟୁରଭଞ୍ଜ ଜିଲ୍ଲା-୨ ସଭାପତି ଜାହିର ଖାଁ, ରାଜ୍ୟ ମହିଳା ସଂପାଦିକା ତନୁଜା ମହାନ୍ତ, ମହିଳା ଜନତା ଦଳ ସଭାପତି ମମତା ମହାନ୍ତ, ଯୁବ ବିଜେଡି ସଂଗଠନ ସଂପାଦକ ପ୍ରକାଶ ଡାଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ ।

ସେଆର କରନ୍ତୁ:



Powered by odothemes.com