polo-sahi2

ବିଜୁଳି ଆଲୁଅ ଦେଖିନାହାନ୍ତି ମହୁଲିଆ ବାସିନ୍ଦା

42

ବେତନଟୀ (ଆପ୍ର): ବେତନଟୀକୁ ବିଜ୍ଞାପିତ ଅଞ୍ଚଳ ପରିଷଦର ମାନ୍ୟତା ମିଳିବାକୁ ଆଉ ମାତ୍ର କେତେ ଦିନ ବାକି ରହିଛି । ବେତନଟୀକୁ ଉତ୍ତର ଓଡିଶାର ବ୍ୟବସାୟ ପେଣ୍ଠ ସ୍ଥଳ ବୋଲି ମଧ୍ୟ କୁହା ଯାଉଛି । କିନ୍ତୁ ବେତନଟୀ ପଞ୍ଚାୟତର ୯ ନମ୍ବର ୱାର୍ଡ ଶୁଖିଲାହାର ସାମିଲ ମହୁଲିଆର ପୋଲସାହିର ଲୋକମାନେ ସ୍ୱାଧୀନତାର ୬୯ ବର୍ଷ ପରେ ବି ବିଜୁଳି ଆଲୁଅ ଦେଖିନାହାନ୍ତି । ଗାଁରେ ବାସ କରୁ ଥିବା ସମସ୍ତ ପରିବାର ଦିନ ମଜୁରିଆ ଓ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକ । ଅନ୍ୟ ପକ୍ଷରେ ବେତନଟୀ ବଡସାହି ମୁଖ୍ୟ ରାସ୍ତା ପାଶ୍ୱର୍ରେ ଏହି ଗାଁଟି ଥିବା ସତ୍ତ୍ୱେ ଏହି ଗାଁ ପ୍ରତି ଅଧିକାରୀ, ରାଜନେତା କାହାରି ହେଲେ ନଜର ନାହିଁ । ଗ୍ରାମର ସର୍ବେଶ୍ୱର ମହାନ୍ତ, ବିଜୁ ମହାନ୍ତ, ପ୍ରଦୀପ ମହାନ୍ତ, ବୈଶାଖି ମହାନ୍ତ, ଚନ୍ଦ୍ରମୋହନ ମହାନ୍ତ, ଭରତ ମହାନ୍ତ, ଛୁଟୁ ମହାନ୍ତ, ଲାଲୁ ମହାନ୍ତ ପ୍ରମୁଖ ବାସିନ୍ଦା କହନ୍ତି ପ୍ରାୟ ଦଶବର୍ଷ ତଳେ କୋଚିଳାଖୁଣ୍ଟା ସବ୍ଷ୍ଟେସନରୁ ୧୧କେଭି ତାର ଯୋଗେ ବିଦ୍ୟୁତ ମହୁଲିଆ ପର୍ଯ୍ୟନ୍ତ ଯୋଗାଯାଇ ବିପିଏଲ୍ ଉପଭୋକ୍ତାଙ୍କୁ ବିଦୁ୍ୟତ୍ ସଂଯୋଗ ପ୍ରଦାନ କରାଯାଇଛି । ଏହି ଲାଇନ୍ ପୋଲସାହିର ଉପର ଦେଇ ଆସିଛି । ହେଲେ ଏହି ସାହିକୁ ବିଦ୍ୟୁତ୍ ଦିଆ ଯାଇନାହିଁ । ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ଏହି ନିର୍ବାଚନରେ ଯେଉଁ ନେତାମାନେ ତାଙ୍କ ସାହିକୁ ଆସିବେ ତାଙ୍କୁ ଜବାବ ଦେବେ ବୋଲି ପ୍ରକାଶ କରିଛନ୍ତି ।

ସେଆର କରନ୍ତୁ:



Powered by odothemes.com