ବିଜୁବାବୁ ଯୁବପିଢ଼ିଙ୍କ ଆଦର୍ଶ

44

ଓଡ଼ିଶା ଲାଇଭ୍ର ସ୍ୱତନ୍ତ୍ର କ୍ୟାଲେଣ୍ଡର ଉନ୍ମୋଚିତ, ଡିଜିଟାଲ୍ ପ୍ଲାଟଫର୍ମ ୱେବ୍ସାଇଟ୍ ଲୋକାର୍ପିତ
ଭୁବନେଶ୍ୱର,୩ ।୩(ବୁ୍ୟରୋ): ପ୍ରବାଦ ପରୁଷ ବିଜୁ ପଟ୍ଟନାୟକଙ୍କ ପରଲୋକର ୧୯ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ବି ଅନେକ ଖବରକାଗଜ ଓ ପୁସ୍ତକରେ ତାଙ୍କ କୃତୀତ୍ୱ ବିଷୟରେ ପ୍ରକାଶ ପାଉଛି । ସେ ଓଡ଼ିଆଙ୍କ ହୃଦୟରେ ସର୍ବଦା ଅଛନ୍ତି ଓ ଆଗକୁ ମଧ୍ୟ ରହିବେ । ବିଜୁବାବୁ ସର୍ବଦା ଓଡ଼ିଶାର ପ୍ରଗତି ପାଇଁ ସ୍ୱପ୍ନ ଦେଖୁଥିଲେ । ଏଥିସହିତ ସେ ଗରିବଙ୍କ ସହ ସୁଖଦୁଃଖ ବାଣ୍ଟୁଥିଲେ । କଳିଙ୍ଗର ପୂରାତନ ଇତିହାସକୁ ସେ ପୁଣିଥରେ ଲେଖିବା ପାଇଁ ଇଚ୍ଛା କରୁଥିଲେ । ଆଜିର ସମାଜ ବିଶେଷକରି ଯୁବପିଢିଙ୍କ ପାଇଁ ତାଙ୍କର ଆଦର୍ଶ ବେଶ୍ ପ୍ରାସଙ୍ଗିକ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ୱେବ୍ ଚ୍ୟାନେଲ “ଓଡ଼ିଶା ଲାଇଭ୍‌’ ପକ୍ଷରୁ ହୋଟେଲ୍ ମେ’ ଫେୟାରରେ ଆୟୋଜିତ ଓଡ଼ିଶାର ବରପୁତ୍ର, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାରତୀୟ ରାଜନୀତିର କିମ୍ବଦନ୍ତୀ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ଅବସରରେ “ଟ୍ରିବ୍ୟୁଟ୍ ଟୁ ଏ ଲିଜେଣ୍ଡ୍’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଡିଜିଟାଲ୍ ପ୍ଲାଟଫର୍ମ “ଙ୍ଗଙ୍ଗଙ୍ଗ.ଭସହଙ୍କକ୍ଟ୍ରବଗ୍ଧଦ୍ଭବସଳ.କ୍ଟକ୍ସଶ’ ୱ୍ବ୍ସୋଇଟ୍କୁ ଲୋକାର୍ପିତ କରିଥିଲେ । ଏହି ୱେବ୍ସାଇଟ୍ ମାଧ୍ୟମରେ ବିଜୁବାବୁଙ୍କ ଜୀବନ ଉପରେ ତଥ୍ୟ, ଲେଖା, ଫଟୋଚିତ୍ର, ଅଡିଓ ଏବଂ ଭିଡିଓ ଉପସ୍ଥାପନ କରାଯାଇଛି । ସେହିପରି ଏହି କାର୍ଯ୍ୟକ୍ରମରେ ବଳଦେବ ମହାରଥାଙ୍କ ଦ୍ୱାରା ପ୍ରସ୍ତୁତ ବିଜୁବାବୁଙ୍କ ଉପରେ ଚିତ୍ର ଏବଂ ବିଭିନ୍ନ ସୂତ୍ରରୁ ସଂଗୃହିତ ବିଜୁବାବୁଙ୍କ ବିରଳ ଓ ଐତିହାସିକ ଫଟୋଚିତ୍ର ଉପରେ ଆଧାରିତ ଓଡ଼ିଶା ଲାଇଭ୍ର ସ୍ୱତନ୍ତ୍ର କ୍ୟାଲେଣ୍ଡରକୁ ଉନ୍ମୋଚନ କରିବା ସହିତ ଭାରତୀୟ ଡାକ ବିଭାଗ ଦ୍ୱାରା ଅନୁମୋଦିତ “ସ୍ପେଶାଲ୍ କଭର’କୁ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଥିଲେ । ଉଦ୍ଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଶିଳ୍ପ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର, ସାଂସଦ ପ୍ରସନ୍ନ ପାଟଶାଣୀ ଏବଂ ଓଡ଼ିଶା ଲାଇଭ୍ର ସମ୍ପାଦକୀୟ ନିଦେ୍ର୍ଦଶକ ନିଳାମ୍ବର ରଥ ପ୍ରମୁଖ ଉପସ୍ଥିତ ଥିଲେ । ଏହି ପରିପ୍ରେକ୍ଷୀରେ ବିଜୁବାବୁଙ୍କ ଉପରେ ଆଧାରିତ ‘ଶତାବ୍ଦୀର ଜଣେ ଦୂରଦର୍ଶୀ ରାଜନେତା’ ଶୀର୍ଷକ ଏକ ବିଶେଷ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ସ୍ୱାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକ, ପୂର୍ବତନ ମୁଖ୍ୟ ଶାସନ ସଚିବ ସୁଧାଂଶୁ ଭୂଷଣ ମିଶ୍ର, ବରିଷ୍ଠ ସାମ୍ବାଦିକ ବସନ୍ତ ଦାସ, ପୂର୍ବତନ ମହିଳା କମିଶନର ଅଧ୍ୟକ୍ଷା ଲୋପାମୁଦ୍ରା ମହାନ୍ତି, ଲେଖକ ନଟବର ଖୁଣ୍ଟିଆ, ବରିଷ୍ଠ ନେତା ଅମର ଶତପଥୀ, ରାଜନୀତି ବିଜ୍ଞାନୀ ପ୍ରଫେସର ସୂର୍ଯ୍ୟନାରାୟଣ ମିଶ୍ର ଏବଂ ଶିଳ୍ପ ବିଶେଷଜ୍ଞ ଡ. ଏସ୍ କେ ତାମୋଟିଆ ପ୍ରମୁଖ ଯୋଗଦେଇ ବିଜୁବାବୁଙ୍କ ବଳିଷ୍ଠ ବ୍ୟକ୍ତିତ୍ୱର ବିଭିନ୍ନ ଦିଗ ଉପସ୍ଥାପନ କରିଥିଲେ । ଏହି ଅବସରରେ ବରିଷ୍ଠ ଚିତ୍ରଶିଳ୍ପୀ ବଳଦେବ ମହାରଥା ଏବଂ ଇଷ୍ଟର୍ନ ପ୍ରେସ୍ ଏଜେନ୍ସି (ଇପିଏ)ର ପ୍ରତିଷ୍ଠାତା ଓ ସମ୍ପାଦକ ଅନୀଲ ପ୍ରସାଦ ମିଶ୍ରଙ୍କୁ ବିଜୁବାବୁଙ୍କ ସ୍ମୃତିକୁ ଉଜ୍ଜୀବିତ କରି ରଖିବା ପାଇଁ ଓଡ଼ିଶା ଲାଇଭ୍ ପକ୍ଷରୁ ସମ୍ମାନିତ କରାଯାଇଥିଲା ।

ସେଆର କରନ୍ତୁ:



Powered by odothemes.com