DSC_0904

ବସ୍ତି ପୁନର୍ବିକାଶ ପାଇଁ ଡିଜାଇନ୍ ପ୍ରସ୍ତୁତ କଲେ

61

ସ୍ମାର୍ଟ ପିଲାଙ୍କ କରାମତି
ଭୁବନେଶ୍ୱର, (ବୁ୍ୟରୋ): ରାଜଧାନୀ ବସ୍ତିଗୁଡ଼ିକର ଶୀଘ୍ର ପୁନର୍ବିକାଶ ଲାଗି ନୀଳମାଧବ ବସ୍ତିର ହମାରା ବଚପନ୍ ଶିଶୁ ପ୍ରତିନିଧିମାନେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ଅଧିକାରୀମାନଙ୍କୁ ଯୋଜନା ପ୍ରସ୍ତୁତ କରି ପ୍ରଦାନ କରିଛନ୍ତି । ପ୍ରଥମଥର ପାଇଁ ପୁନର୍ବିକାଶ ପ୍ରକଳ୍ପର ଯୋଜନା ଏହି ସ୍ମାର୍ଟ ପିଲାମାନେ ପ୍ରସ୍ତୁତ କରିଛନ୍ତି । ନୀଳମାଧବ ବସ୍ତି (ଫେଜ୍-୧)ର ୫୯ ଜଣ ପିଲାଙ୍କୁ ଡିଜାଇନ୍ ଓ ଯୋଜନା ପ୍ରସ୍ତୁତ କରିବା ସକାଶେ ୪ମାସ ସମୟ ଲାଗିଛି । ଏହି ଯୋଜନାରେ କଲୋନୀ ୩୫୬ ଗୃହରେ ୪୪୪ଶିଶୁଙ୍କ ସମେତ ୧୧୬୨ ଜନସଂଖ୍ୟା ପାଇଁ ଡିଜାଇନ୍ ହୋଇଛି । ୭ ଜଣ ଶିଶୁ ପ୍ରତିନିଧି ସେମାନଙ୍କ ଦାବି ଓ ଯୋଜନାକୁ ପ୍ରସ୍ତୁତ ହୋଇଥିବା ଏକ ୩ଡି ମଡେଲ୍ରେ ଦର୍ଶାଇଛନ୍ତି । ବିଡିଏର ଉପାଧ୍ୟକ୍ଷ ଡ. କ୍ରିଷନ୍ କୁମାର କହିଛନ୍ତି, ଏହି ଯୋଜନା ଅତ୍ୟନ୍ତ ସୁନ୍ଦର ଓ ଆକର୍ଷଣୀୟ । ବିଶେଷ କରି ପିଲାମାନେ ମଧ୍ୟ ସେମାନଙ୍କର ବିକାଶ କଥା ଚିନ୍ତା କରି ଏଭଳି ଡିଜାଇନ୍ ପ୍ରସ୍ତୁତ କରିଛନ୍ତି । ପିଲାମାନେ ଆହୁରି ଚିନ୍ତା କରି ଯୋଜନା ପ୍ରସ୍ତୁତ କରନ୍ତୁ ବୋଲି ସେ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ସ୍ମାର୍ଟସିଟି ସ୍ପୋଶାଲ୍ ପରପୋଜ୍ ଭେହିକଲ୍ର ସିଇଓ ଭୀନିଲ୍ କ୍ରିଷ୍ଣା, ସୁଧିର ମହାନ୍ତି ଓ ଧରିତ୍ରୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ସେଆର କରନ୍ତୁ:



Powered by odothemes.com