25.3

ବର୍ଜ୍ୟବସ୍ତୁରେ ପୋତିବାକୁ ବସିଲାଣି ପରିଧି

10

ଚିରସ୍ରୋତା ଦଲକୀ ଜଳ ପ୍ରଦୂଷିତ
ଯୋଡା(ଆପ୍ର): କେଉଁ ଆବାହନ କାଳକୁ ଅବିରତ ଭାବେ ପ୍ରବାହମାନ ଦଲକି ନାଳ ଏବେ ଦିନକୁ ଦିନ ଶୁଷ୍କ ହେବାକୁ ଯାଉଥିବାରୁ ଅଞ୍ଚଳବାସୀଙ୍କ ଆଗାମୀ ଦିନରେ ଜଳସଂକଟରେ ପଡିବା ନେଇ ଆଶଙ୍କା ଦେଖାଦେଇଛି । କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ଅନ୍ତର୍ଗତ ଜଲହରୀ ଗ୍ରାମପଞ୍ଚାୟତରେ ରହିଛି ଏହି ପ୍ରାକୃତିକ ନାଳ । ସ୍ଥାନୀୟ ଲୋକଙ୍କ ଜୀବନରେଖା ପାଲଟିଥିବା ଏହି ଝରଣା ଦିନେ ଏ ଅଞ୍ଚଳର ଅସୁମାରୀ ସ୍ୱଚ୍ଛ ବିଶୁଦ୍ଧ ଜଳର ପର୍ଯ୍ୟାପ୍ତ ଉସôଥିଲା । ତାହାର ପାଣିକୁ ସ୍ଥାନୀୟ ୫ଟି ପଞ୍ଚାୟତର ଗ୍ରାମବାସୀ ପାନୀୟ ଜଳ ରୂପେ ବ୍ୟବହାର କରୁଥିଲେ । ଝରଣାର ଉଭୟ ପାଶ୍ୱର୍ରେ ଥିବା ଜଲହରୀ, ଜରୋଳି, ଜିଲିଂ ଓ ପାଣ୍ଡିଆ ପ୍ରଭୃତି ଅଞ୍ଚଳର ହଜାର ହଜାର ଲୋକଙ୍କ ପାଇଁ ଜୀବନରେଖା ରୂପେ ଗଣାହୋଇ ଆସୁଥିବା ବେଳେ ଏବେ ଏହା ପୋତି ହେବାରେ ଲାଗିଛି ।
ସୂଚନାଯୋଗ୍ୟ ଯେ ବିଭିନ୍ନ ଖଣିରୁ ନିର୍ଗତ ରାସାୟନିକ ମିଶ୍ରିତ ବର୍ଜ୍ୟବସ୍ତୁ ଦଲକି ନାଳରେ ମିଶୁଥିବାରୁ ଜଳ ପ୍ରଦୂଷିତ ହେବା ସହ ସମ୍ପୃକ୍ତ ନାଳ ଅନିତି ଦୂରରେ ବୈତରଣୀ ନଦୀରେ ମିଶିଥିବା କାରଣରୁ ବୈତରଣୀ ନଦୀ ଜଳ ମଧ୍ୟ ପ୍ରଦୂଷିତ ହେଉଥିବା ଅଭିଯୋଗ କରିଛନ୍ତି ଜଜାଙ୍ଗ ପଞ୍ଚାୟତବାସୀ । ଏହି ମର୍ମରେ ଜଜାଙ୍ଗ ପଞ୍ଚାୟତବାସୀ ସାମୁହିକ ରୂପେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦ ସମେତ ଜଳସମ୍ପଦ ବିଭାଗ ନିକଟରେ ଏକ ଅଭିଯୋଗ ପତ୍ର ମଧ୍ୟ ଦାଖଲ କରିଥିବା ଖବର ମିଳିଛି । ସମ୍ପୃକ୍ତ ଚିରସ୍ରୋତା ନାଳର ଜଳକୁ କେତେକ ଗ୍ରାମବାସୀ ପାନୀୟ ଜଳ ରୂପେ ବ୍ୟବହାର କରୁଥିବା ସମୟରେ ଚାଷୀ ଗୋଷ୍ଠୀ ନାଳର ଜଳକୁ କୃଷି ନିମନ୍ତେ ଜଳସେଚନ କାର୍ଯ୍ୟରେ ବିନିଯୋଗ କରୁଥିଲେ । ତେବେ ରାସାୟନିକ ବର୍ଜ୍ୟବସ୍ତୁ ମିଶ୍ରଣ ଫଳରେ ଜଳ ଉଗ୍ର ରୂପେ ପ୍ରଦୂଷଣ ହେବା କାରଣରୁ ବର୍ତ୍ତମାନ ଏହାର ଜଳ ବ୍ୟବହାର ଅନୁପଯୋଗୀ ହୋଇପଡିଛି । ଦଲକି ନାଳର ଏହି ପ୍ରଦୂଷିତ ଜଳକୁ ପାନୀୟ ଜଳ ରୂପେ ବ୍ୟବହାର କରି ଅନେକ ଗ୍ରାମବାସୀ ବିଭିନ୍ନ ପ୍ରକାର ଦୂରାରୋଗରେ ପୀଡିତ ଓ ଚର୍ମ ରୋଗରେ ଆକ୍ରାନ୍ତ ହେବା ସହ ବୈତରଣୀ ସଂରକ୍ଷିତ ଜଙ୍ଗଲରେ ବସବାସ କରୁଥିବା ବନ୍ୟପ୍ରାଣୀ ଅକାଳରେ ମୃତୁ୍ୟର ଶିକାର ହେଉଥିବା ଗ୍ରାମବାସୀ ଅଭିଯୋଗ ପତ୍ରରେ ଜଣାଇଛନ୍ତି ।
ଅନ୍ୟପକ୍ଷେ ସମ୍ପୃକ୍ତ ଚିରସ୍ରୋତା ନାଳର ଅବବାହିକା କ୍ରମଶଃ ସଙ୍କୁଚିତ ହେବାରେ ଲାଗିଥିବା ପଞ୍ଚାୟତବାସୀ ଦୃଷ୍ଟି ଆକର୍ଷଣ କରିଛନ୍ତି । ଦଲକି ଝରଣାର ଉପରମୁଣ୍ଡ ତଥା ନାଳର ପାଖାପାଖି ଖଣିରେ ବ୍ଲାଷ୍ଟିଙ୍ଗ କରାଯାଉଥିବାରୁ ଭୂଚଳନ ଯୋଗୁ ଜଳସ୍ରୋତ କ୍ଷୀଣ ହେବାରେ ଲାଗିଛି । ହୁଏତ ଆଗାମୀ ଦିନରେ ଜଳସ୍ରୋତ ଉଭାନ ହେବାର ଆଶଙ୍କା ମଧ୍ୟ ରହିଛି । ଦଲକିରୁ ନିର୍ଗତ ଜଳଧାରା କ୍ରମଶଃ ନିମ୍ନଭୂମି ଆଡକୁ ୩ କିମି ଗତିକଲା ପରେ ଚିରୋସ୍ରୋତା ବୈତରଣୀରେ ମିଶିଛି । ଜନବହୁଳ ଖଣି ଅଞ୍ଚଳରେ ପ୍ରଚୁର ମାତ୍ରାରେ ଜଳସଂକଟ ଥିବାବେଳେ ଲୋକେ ଦଲକି ନାଳ ଦ୍ୱାରା ବିଶେଷ ଉପକୃତ ହେଉଥିଲେ । ନାଳର ଜଳକୁ ବାମେବାରୀ, ହେସାବେଡା, ଏମ୍ଜି ମହାନ୍ତି ହାଟିଂ, ଜୋରିବାର, ଆନ୍ତ୍ରାମାନ୍ତ୍ରା ଆଦି ଗ୍ରାମର ଲୋକ ମଧ୍ୟ ନିର୍ଭର କରିବା ସହିତ ପାନୀୟ ଜଳ ରୂପେ ବ୍ୟବହାର କରୁଛନ୍ତି । ଅନ୍ୟପକ୍ଷେ ବିଭିନ୍ନ ଖଣି କମ୍ପାନୀ କର୍ତ୍ତୃପକ୍ଷ ଜଳ ସମ୍ପଦ ବିଭାଗ ମଞ୍ଜୁରୀ ବିନା ଅନୈତିକ ରୂପେ ଦଲକି ଚିରସ୍ରୋତା ନାଳରୁ ଉଚ୍ଚ କ୍ଷମତା ସମ୍ପନ୍ନ ପମ୍ପ ମାଧ୍ୟମରେ ନିଜସ୍ୱ ଖଣି ପରିଚାଳନା ନିମନ୍ତେ ଦୈନିକ ହଜାର ହଜାର କୁ୍ୟବିସେକ୍ ଜଳ ଉତ୍ତୋଳନ କରୁଥିବାରୁ ନାଳର ଜଳ ସ୍ରୋତ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ଏହି କାରଣରୁ ବୈତରଣୀ ନଦୀର ତଳମୁଣ୍ଡରେ କାନୁପୁର ଠାରେ କାର୍ଯ୍ୟକାରୀ ବୃହତ୍ ନଦୀବନ୍ଧ ଯୋଜନାର ଜଳସେଚନ ପ୍ରସଙ୍ଗ ଓ ବିଦୁ୍ୟତ୍ ଶକ୍ତି ଉତ୍ପନ୍ନ ପ୍ରସଙ୍ଗକୁ କେନ୍ଦ୍ରକରି ଚାଷୀ ମହଲରେ ଆଶଙ୍କା ସୃଷ୍ଟି ହେବାରେ ଲାଗିଥିବା ସାଧାରଣରେ ଶୁଣିବାକୁ ମିଳିଛି ।

ସେଆର କରନ୍ତୁ:



Powered by odothemes.com