kalinga-stadium-nikata-durghatana

ପ୍ରାତଃଭ୍ରମଣବେଳେ ଜୀବନ ଗଲା

79

କାର୍‌ ଧକ୍କାରେ ବରିଷ୍ଠ ନାଗରିକ ମୃତ, ୨ ଗୁରୁତର
ଭୁବନେଶ୍ୱର (ବୁ୍ୟରୋ): ପ୍ରାତଃଭ୍ରମଣ ସୋମବାର ଜଣେ ବରିଷ୍ଠ ନାଗରିକଙ୍କ ଜୀବନ ନେଇଛି । ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ବେପରୁଆ କାର୍ ଚାଳକ ପଛରୁ ଚଢ଼ାଇଦେବାରୁ ନୂଆପଲ୍ଲୀ ଥାନା ବେହେରା ସାହିର ତଥା ଅବସରପ୍ରାପ୍ତ କର୍ମଚାରୀ ଡମ୍ବରୁଧର ବେହେରା (୬୫)ଙ୍କ ମୃତୁ୍ୟ ଘଟିଛି । ଆହତ ମହିଳାଦ୍ୱୟ ହେଲେ ବେହେରାସାହିର ମଞ୍ଜୁଲତା କୁଣ୍ଡୁ ଓ ବୀଣାପାଣି ପତି । ଆହତ ମହିଳାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣା ପରେ ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ହୋ-ହାଲ୍ଲା କରିଥିଲେ । ଲୋକମାନେ ଟାୟାର ଜାଳି କଳିଙ୍ଗ ଷ୍ଟାଡିୟମ୍‌ ସମ୍ମୁଖ ରାସ୍ତାକୁ ଅବରୋଧ କରିବସିଥିଲେ । କ୍ଷତିପୂରଣ ଦାବି କରି ବିକ୍ଷୋଭକାରୀମାନେ ରାସ୍ତାରେ ଅଡିବସିଥିଲେ । କେତେକ ଲୋକ ଷ୍ଟାଡିୟମ୍‌ରେ ପଶି ଭଙ୍ଗାରୁଜା କରିଥିଲେ । ଷ୍ଟାଡିୟମ ଫାଟକରେ ତାଲା ପକାଯିବାରୁ ଏପରି ଅଘଟଣ ଘଟିଲା ବୋଲି ଲୋକେ ପ୍ରଶ୍ନ କରିଥିଲେ । କିଛି ମାସ ହେବ ଷ୍ଟାଡିୟମକୁ ଯିବା ପାଇଁ ସାଧାରଣ ଲୋକଙ୍କୁ ରୋକ୍ ଲାଗିଛି । ଏହି ରୋକ୍ରେ ବରିଷ୍ଠନାଗରିକ ମଧ୍ୟ ବାଦ୍ ପଡିନାହାନ୍ତି । ନୟାପଲ୍ଲୀ ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚô ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ପୁଲିସ ମୃତ ଡମ୍ବରୁଧରଙ୍କ ଶବକୁ ଜବତ କରି କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲା । ହେଲେ କ୍ଷତିପୂରଣ ଓ ଷ୍ଟାଡିୟମକୁ ଖୋଲା ରଖିବା ପାଇଁ ବିକ୍ଷୋଭକାରୀ ଦାବି ଜୋର୍ ଧରିଥିଲା । ଶବ ବ୍ୟବଚ୍ଛେଦ ପରେ ପୁଲିସ ମୃତଦେହକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଧକ୍କା ଦେଇଥିବା କାର୍‌କୁ ଧରିବା ପାଇଁ ପୁଲିସ୍ ଚଢ଼ାଉ ଜାରି ରଖିଛି । ଧକ୍କା ଦେଇଥିବା କାର୍ ‘ଉବେର’ ସଂସ୍ଥାର ବୋଲି ପ୍ରାଥମିକ ତଦନ୍ତରୁ ପୁଲିସ୍ ଜାଣିବାକୁ ପାଇଛି । ଏସଂକ୍ରାନ୍ତରେ ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି । ଘଟଣାରୁ ପ୍ରକାଶ, ମୃତ ଡମ୍ବରୁଧର ଓ ଉପରୋକ୍ତ ଆହତ ମହିଳାଦ୍ୱୟ ସବୁ ଦିନ ଦ’ ୱାର୍ଲ୍ଡ ନିକଟରୁ କଳିଙ୍ଗ ଷ୍ଟାଡିୟମ୍‌ ଦେଇ ଜୟଦେବ ବିହାର ଚକ ପର୍ଯ୍ୟନ୍ତ ପ୍ରାତଃଭ୍ରମଣ କରିଥାନ୍ତି । ସବୁ ଦିନ ଭଳି ସୋମାବର ଡମ୍ବରୁଧର ଓ ଦୁଇ ମହିଳା କଳିଙ୍ଗ ଷ୍ଟାଡିୟମ୍‌ ରାସ୍ତା ପାଶ୍ୱର୍ ଦେଇ ଭୋର ୫ଟାରେ ଚାଲି ଚାଲି ଜୟଦେବ ବିହାର ଆଡକୁ ଯାଉଥିଲେ । ଏକ କାର୍‌୍‌ ସେହି ଦିଗରୁ ଦ୍ରୁତ ଗତିରେ ଆସି ପ୍ରଥମେ ଡମ୍ବରୁଧରଙ୍କ ଉପରକୁ ଚଢ଼ିଯାଇଥିଲା । ସେ ଛିଟିକି ଯାଇ ଦୁଇ ମହିଳାଙ୍କ ଉପରେ ପଡିଥିଲେ । ମହିଳାଦ୍ୱୟ ମଧ୍ୟ ରାସ୍ତା ଉପରେ କଚାଡି ହୋଇପଡିଥିଲେ । ଡମ୍ବରୁଧରଙ୍କ ମୁଣ୍ଡ ରୋଡ ଡିଭାଇଡରରେ ବାଜିଯିବାରୁ ଘଟଣାସ୍ଥଳରେ ତାଙ୍କ ମୃତୁ୍ୟ ଘଟିଥିଲା । ଦୁଇ ମହିଳାଙ୍କ ମୁଣ୍ଡ ଓ ଗୋଡରେ ଶକ୍ତ ଆଘାତ ଲାଗିଥିଲା । ସେମାନେ ରାସ୍ତା ଉପରେ ପଡି ଜୀବନ ବଞ୍ଚାଇବାକୁ ସଂଗ୍ରାମ କରୁଥିବା ବେଳେ କାର୍‌ ଡ୍ରାଇଭର ଗାଡିକୁ ନେଇ ଫେରାର ହୋଇଯାଇଥିଲା । ଘଟଣା ସ୍ଥଳରେ ସ୍ଥାନୀୟ ଲୋକମାନେ ପହଞ୍ଚô ଡମ୍ବରୁଧରଙ୍କୁ ହସ୍ପିଟାଲକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଷ୍ଟାଡିୟମଚୁ ପ୍ରବେଶ ନିଷେଧ କରିବାରୁ ଲୋକମାନେ ରାସ୍ତା ଉପରେ ପ୍ରାତଃଭ୍ରମଣ କରିବାକୁ ବାଧ୍ୟ ହେଉଛନ୍ତି । ଯାହାଫଳରେ ଦୁର୍ଘଟଣାର ଶୀକାର ହେଉଛନ୍ତି ।

ସେଆର କରନ୍ତୁ:



Powered by odothemes.com