ପେଟ୍ରୋଲ-ଡିଜେଲ୍ ଦରବୃଦ୍ଧି ପ୍ରତ୍ୟାହାର ନହେଲେ ଆନ୍ଦୋଳନ

179

ଭୁବନେଶ୍ୱର,୧୬ା୫(ବୁ୍ୟରୋ): ପେଟ୍ରୋଲ୍ ଓ ଡିଜେଲ୍ ଦର ବୃଦ୍ଧି ବିରୋଧରେ ସିପିଆଇ ତରଫରୁ ରାଜମହଲ ଛକରେ ବିକ୍ଷୋଭ ପ୍ରଦର୍ଶନ ହୋଇଛି । ପୂର୍ବାହ୍ନରେ ସିପିଆଇ କର୍ମୀମାନେ ଦଳୀୟ କାର୍ଯ୍ୟାଳୟ ଭଗବତୀ ଭବନରୁ ଶୋଭାଯାତ୍ରାରେ ବାହାରି ରାଜମହଲ ଛକରେ ପହଞ୍ଚିଥିଲେ । ସିପିଆଇ ରାଜ୍ୟ ପରିଷଦ ସଭ୍ୟ ସୁର ଜେନାଙ୍କ ନେତୃତ୍ୱରେ ସିପିଆଇ କର୍ମୀମାନେ ମୋଦି ସରକାରର ମିଥ୍ୟା ପ୍ରତିଶ୍ରୁତିକୁ ତୀବ୍ରନିନ୍ଦା କରିଥିଲେ । ୟୁପିଏ ସରକାର ଭଳି ଏନଡିଏ ସରକାର ମଧ୍ୟ ଗରିବ ତଥା ମଧ୍ୟବିତଙ୍କ ପାଇଁ ବିପଦ ସାବ୍ୟସ୍ତ ହେବବୋଲି ଶ୍ରୀ ଜେନା କହିଥିଲେ । ସେ ଅଭିଯୋଗ କରିଥିଲେ ଆନ୍ତର୍ଜାତିକ ବଜାରରେ ତୈଳ ଦର ହ୍ରସ ପାଉଥିବା ବେଳେ ସରକାର ଉଚିତ୍ ପଦକ୍ଷେପ ନେଇନଥିଲେ । କିନ୍ତୁ ଏବେ କେଉଁ ପରିସ୍ଥିତରେ ତୈଳଦର ଏତେ ପରିମାଣରେ ବୃଦ୍ଧି ଘଟୁଛି ବୋଲି ସେ ପ୍ରଶ୍ନ କରିଥିଲେ । ଏହା କେନ୍ଦ୍ର ସରକାରଙ୍କ ଗରିବଙ୍କ ପ୍ରତି ଛଳନା । ତେଣୁ ସରକାର ଏଭଳି ନିଷ୍ପତ୍ତିରୁ ନିବୃତ୍ତ ରହିବା ଏବଂ ତୁରନ୍ତ ତୈଳଦର ହ୍ରାସ କରିବାକୁ ଦାବି କରିଥିଲେ । ନଚେତ୍ ବିରାଟ ଜନ ଆନ୍ଦୋଳନ ପାଇଁ ସରକାର ଦାୟୀ ରହିବେ । ଆନ୍ଦୋଳନରେ ସିପିଆଇ କର୍ମୀ ବସନ୍ତ ପାଇକରାୟ, ବାସନ୍ତି ପ୍ରଧାନ ଏବଂ ମମତା ବରାଳ ପ୍ରମୁଖ ଯୋଗଦେଇଥିଲେ ।

ସେଆର କରନ୍ତୁ:



Powered by odothemes.com