Mkg

ପୁଲିସ ଗାଡ଼ି ଭାବି ଉଡ଼ାଇଲେ ମାଓବାଦୀ

20

ମାଲକାନଗିରି (ଆପ୍ର): ପୁଲିସ ଗାଡି ଭାବି ମାଓବାଦୀମାନେ ଏକ ଯାତ୍ରୀବାହୀ ବୋଲେରୋ ଗାଡି ଲ୍ୟାଣ୍ଡ୍ମାଇନ ଯୋଗେ ବିସ୍ଫୋରଣ କରି ଉଡ଼ାଇ ଦେଇଛନ୍ତି । ଏଥିରେ ଦୁଇ ଜଣ ଗର୍ଭବତୀ ଓ ଜଣେ ନାବାଳିକା ସହିତ ୯ ଜଣ ଗ୍ରାମବାସୀ ଗୁରୁତର ହୋଇଛନ୍ତି ।
ବୋଲେରୋ ଗାଡ଼ିରେ ଗ୍ରାମବାସୀ ଦନ୍ତେୱାଡା ହୋଲି ଉତ୍ସବରେ ସାମିଲ୍ ହେବା ପାଇଁ ଯାଉଥିଲେ । ଜଗଦଲପୁର ଯିବା ମାର୍ଗର ନେମେଡ ଥାନା ଅନ୍ତର୍ଗତ ପେଦାକୋଡେପାଲ ନିକଟରେ ମାଓବାଦୀମାନେ ଗାଡିଟିକୁ ବିସ୍ଫୋରଣ କରି ଉଡ଼ାଇ ଦେଇଥିଲେ ।
ବିସ୍ଫୋରଣରେ ଘଟଣାସ୍ଥଳରେ ୨ ଫୁଟ ଗଭୀରର ଏକ ବଡ ଗାଡ଼ ସୃଷ୍ଟି ହୋଇଛି । ବିସ୍ଫୋରଣର ଶବ୍ଦ ଶୁଣି ଆଖପାଖ ଅଞ୍ଚଳର ଗ୍ରାମବାସୀ ପହଞ୍ଚô ଆମ୍ବୁଲାନ୍ସ ଯୋଗେ ଆହାତଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପହଞ୍ଚାଇଥିଲେ ।
ତେବେ ଜିଲ୍ଲା ଡାକ୍ତରଖାନାରେ ଗ୍ରାମବାସୀଙ୍କ ଚିକିତ୍ସା କରାଯାଉଛି । ଘଟଣାରେ ଆହତ ୪ ଜଣଙ୍କ ସ୍ଥିତି ଗମ୍ଭୀର ଥିବା ଜଣାପଡିଛି । ଜିଲ୍ଲା ପୁଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚô ତଦନ୍ତ ଆରମ୍ଭ କରିଛନ୍ତି । ମାଓବାଦୀମାନେ ଲୋକସଭା ନିର୍ବାଚନରେ ସୁରକ୍ଷାକର୍ମୀଙ୍କୁ କ୍ଷତି କରିବା ଉଦେ୍ଦଶ୍ୟରେ ଲ୍ୟାଣ୍ଡ୍ମାଇନ ଖଞ୍ଜିଥିଲେ । ଏମିତିରେ ମାଓବାଦୀମାନେ ବୋଲେରୋ ଗାଡ଼ିକୁ ପୁଲିସ ଗାଡି ଭାବି ବିସ୍ଫୋରଣ କରିଥିଲେ । ଏପରି ଘଟଣା ଘଟିବା ପରେ ସ୍ଥାନୀୟ ଅଞ୍ଚଳର ଲୋକମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।
ପ୍ରକାଶ ଥାଉକି, ଏପି୍ରଲ ୧୧ରେ ପ୍ରଥମ ପର୍ଯ୍ୟାୟରେ ବସ୍ତର ଲୋକସଭା ସିଟ୍ ପାଇଁ ନିର୍ବାଚନ ହେବାକୁ ଅଛି । ଏହାପୂର୍ବରୁ ମାଓବାଦୀମାନେ ପ୍ରଭାବିତ ଅଞ୍ଚଳରେ ଉତ୍ପାତ ଆରମ୍ଭ କରି ଦେଇଛନ୍ତି ।

ସେଆର କରନ୍ତୁ:



Powered by odothemes.com