leopard-,tiger,death

ପୁଣି ଏକ କଲରାପତରିଆ ବାଘର ମୃତୁ୍ୟ

10

ଅନୁଗୁଳ(ଆପ୍ର): ଅନୁଗୁଳ ଜିଲ୍ଲା ଆଠମଲ୍ଳିକ ବନାଞ୍ଚଳ ଏକ ଜଙ୍ଗଲ ମଧ୍ୟରେ ଏକ କଲରପତରିଆ ବାଘର ମୃତୁ୍ୟ ଘଟିଛି । ଘଟଣାରୁ ପ୍ରକାଶ, ଆଠମଲ୍ଲିକ ବନାଞ୍ଚଳର ଜଦୁପୁର ଗାଁ ନିକଟରେ ଜିମେଇଚୁଆ ଜଙ୍ଗଲରେ ଶୁକ୍ରବାର ଠାରୁ ଏକ କଲରପତରିଆ ବାଘର ମୃତୁ୍ୟ ହୋଇସାରିଥିଲା । ଏନେଇ ଆଜି ଗାଁ ଲୋକ ବାଘକୁ ଦେଖି ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚô ବାଘର ଶବକୁ ପୋତି ଦେଇଥିଲେ । ସୂଚନା ଯୋଗ୍ୟ ଯେ, ଗତ କିଛିଦିନ ଭିତରେ କଲରପତରିଆ ବାଘର ମୃତୁ୍ୟ ସଂଖ୍ୟା ବୃଦ୍ଧି ପାଉଛି ପ୍ରଥମେ ଛେଣ୍ଡିପଦା ପରେ କଣିହାଁ ଖମାରଠାରେ ଆଜି ଏହି କଲରପତରିଆ ବାଘର ମୃତୁ୍ୟ ହୋଇଛି । ବନ ବିଭାଗର ଖାମଖିଆଲ ନୀତି ଯୋଗୁଁ ଏବଂ ତାଙ୍କ କର୍ମଚାରୀଙ୍କ ଅପରାଗତା ହେତୁ ବାରମ୍ବାର ବାଘର ମୃତୁ୍ୟ ଘଟୁଛି । ତେଣୁ ବନ ବିଭାଗ ଏଥିରେ ନୀରବଦ୍ରଷ୍ଟା ସାଜୁଥିବାବେଳେ କୌଣସି କାର୍ଯ୍ୟାନୁଷ୍ଠା ଗ୍ରହଣ କରାଯାଉନଥିବା ବୁଦ୍ଧିଜୀବୀ ମହଲରେ ପ୍ରକାଶ ପାଉଛି ।

ସେଆର କରନ୍ତୁ:



Powered by odothemes.com