ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀଙ୍କ ଆରୋପ-ପ୍ରତ୍ୟାରୋପ

12

ପଦ୍ମଧରି ବଙ୍ଗୋପସାଗରରେ ଉବୁଟୁବୁ ହେବେ ଦାମ: ବିଷ୍ଣୁ
ବଞ୍ଚିଥିବା ଯାଏଁ ଲୋକସଭା କି ବିଧାନସଭା ଦେଖିବେନି ବିଷ୍ଣୁ: ଦାମ
ଭୁବନେଶ୍ୱର(ବୁ୍ୟରୋ): ପୁଣି ମୁହାଁମୁହିଁ ହୋଇଛନ୍ତି ଜଗତସିଂହପୁର ଜିଲ୍ଲାର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ । ଡାକ୍ତର ଦାମୋଦର ରାଉତ ବିଜେପିରେ ସାମିଲ୍ ହେବା ନେଇ ବିଜେଡି ନେତା ବିଷ୍ଣୁ ଦାସ କଟାକ୍ଷ କରିଛନ୍ତି । ଦାମଙ୍କୁ ଆକ୍ଷେପ କରି ବିଷ୍ଣୁ କହିଛନ୍ତି, ମୁଁ କେବେ ଦାମଙ୍କୁ ମୋର ପ୍ରତିଦ୍ୱନ୍ଦ୍ୱୀ ଭାବେ ଭାବିନି । ମୋ ସହ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ତାଙ୍କର ସେତିକି ସକ୍ଷମତା ନାହିଁ । ସେ ପାରାଦୀପରୁ ଏବେ ବାଲିକୁଦା-ଏରସମା ଆଡ଼କୁ ମୁହାଁଇଲେଣି । ଶୁଖିଲା ପଦ୍ମନାଡ଼ ଧରି ସେ ଧିରେଧିରେ ବଙ୍ଗୋପସାଗର ଯିବେ । ଆଉ ତା’ ପରେ ବଙ୍ଗୋପସାଗରରେ ଉବୁଟୁବୁ ହେବେ ବୋଲି ବିଷ୍ଣୁ କହିଛନ୍ତି । ଏହାସହ ଯଦି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ଆସ୍ଥାପ୍ରକଟ କରନ୍ତି ତାହେଲେ ସେ ଦାମଙ୍କ ବିରୋଧରେ ଲଢ଼ିବାକୁ ପ୍ରସ୍ତୁତ ବୋଲି ଚାଲେଞ୍ଜ୍ ଦେଇଛନ୍ତି । ତେବେ ବିଷ୍ଣୁଙ୍କ ଏଭଳି ଆକ୍ଷେପର ଜବାବ୍ ଦାମ ପ୍ରତିଆକ୍ଷେପରେ ଦେଇଛନ୍ତି । ସେ କହିଛନ୍ତି, ବିଷ୍ଣୁ ଦାସଙ୍କୁ ମୁଁ ରାଜନୀତିକୁ ଆଣିଥିଲି । ତାଙ୍କର କୌଣସି ରାଜନୈତିିକ ଚରିତ୍ର ନାହିଁ । ସେ ଜଣେ ଅବା‚ିତ ବ୍ୟକ୍ତି । ବିଷ୍ଣୁ ବଞ୍ଚିଥିବା ଯାଏଁ ଲୋକସଭା କି ବିଧାନସଭା ଦେଖିବେ ନାହିଁ ବୋଲି ଦାମ କହିଛନ୍ତି ।

ସେଆର କରନ୍ତୁ:



Powered by odothemes.com