ପଶ୍ଚିମ ଓଡ଼ିଶା ବିକାଶ: ୩ଠଠ କୋଟିର ୟୁସି ବାକି

51

ଭୁବନେଶ୍ୱର, ୧୯ା୫(ତଥ୍ୟ): ପଶ୍ଚିମ ଓଡିଶା ବିକାଶ ପରିଷଦ ବିଭିନ୍ନ ପ୍ରକଳ୍ପ ପାଇଁ ଦେଇଥିବା ଅନୁଦାନରୁ ପାଖାପାଖି ୩୦୦ କୋଟି ଟଙ୍କାର ବିନିଯୋଗପତ୍ର ମିଳିନାହିଁ । ଏଥିଘେନି ଜିଲ୍ଲାର ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ନିୟମିତ ବ୍ୟବଧାନରେ ବିକାଶ ପରିଷଦ ପକ୍ଷରୁ ତାଗିଦା କରାଯାଉଛି ।  ପଶ୍ଚିମ ଓଡିଶା ବିକାଶ ପରିଷଦ ଏଯାବତ୍‌ ୨୬,୨୨୦ ଟି ପ୍ରକଳ୍ପ ପାଇଁ ୧୧୪୮ କୋଟି ୮୭ ଲକ୍ଷ ଟଙ୍କାର ମଞ୍ଜୁରୀ ଦେଇଥିବାବେଳେ ଏହି ପ୍ରକଳ୍ପ ଗୁଡିକଲାଗି ୧୧୧୦ କୋଟି ୭୦ ଲକ୍ଷ ଟଙ୍କା ଦେଇଛି । ତେବେ ଏଥି ମଧ୍ୟରୁ ଏଯାବତ୍‌ ମାତ୍ର ୮୧୬ କୋଟି ୫୫ ଲକ୍ଷ ଟଙ୍କାର ବିନିଯୋଗପତ୍ର ବିକାଶ ପରିଷଦ ନିକଟରେ ପହଞ୍ଚô ଥିବାବେଳେ ଆଉ ୨୯୪ କୋଟି ୧୪ ଲକ୍ଷ ୪୭ ହଜାର ଟଙ୍କାର ବିନିଯୋଗପତ୍ର ପହଞ୍ଚôନାହିଁ ।
ଏହି ବିକାଶ ପରିଷଦର କିଛି ନିଜସ୍ୱ ରାଜସ୍ୱ ନାହିଁ । ରାଜ୍ୟ ସରକାର ପ୍ରତିବର୍ଷ ତାଙ୍କ ବଜେଟ୍‌ରେ ପଶ୍ଚିମଓଡିଶା ବିକାଶ ପରିଷଦ ପାଇଁ ଯେଉଁ ଅର୍ଥ ବରାଦ କରୁଛନ୍ତି ସେଥିରୁ ସମ୍ପୃକ୍ତ ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟଲାଗି ଜିଲ୍ଲା, ବ୍ଲକ ଓ ପୌର ପ୍ରଶାସନ ଆଦି ମାଧ୍ୟମରେ ଅନୁଦାନ ଦିଆଯାଇଥାଏ । ଏଠାରେ ଉଲ୍ଲେଖନୀୟ ଯେ ପଶ୍ଚିମଓଡିଶା ବିକାଶ ପରିଷଦ ଅଧିନରେ ବଲାଙ୍ଗିର, ସୁବର୍ଣ୍ଣପୁର, ବୌଦ, ଦେବଗଡ, ବରଗଡ, ଝାରସୁଗୁଡା, ସମ୍ବଲପୁର, କଳାହାଣ୍ଡି, ନୂଆପଡା, ସୁନ୍ଦରଗଡ ଆଦି ଜିଲ୍ଲାମାନ ରହିଥିବାବେଳେ ଅନୁଗୁଳର ଆଠମଲ୍ଲିକ ଅଞ୍ଚଳ ବି ରହିଛି ।
ଏହି ଅଞ୍ଚଳ ଗୁଡିକ ଅପେକ୍ଷାକୃତ କମ୍‌ ଅଗ୍ରସର ଥିବାରୁ ବିକାଶ ଧାରାରେ ସାମଞ୍ଜସ୍ୟ ଆଣିବାପାଇଁ ରାଜ୍ୟ ସରକାର ପଶ୍ଚିମଓଡିଶା ବିକାଶ ପରିଷଦ ଗଠନ କରିଛନ୍ତି ଏବଂ ସେଥିରେ ଏହି ବିକାଶ ପରିଷଦ ଅଞ୍ଚଳର ବିଭିନ୍ନ ଲୋକପ୍ରତିନିଧିଙ୍କ ସମେତ ବିଷୟ ବିଶେଷଜ୍ଞ ମାନେ ସଦସ୍ୟ ରହିଥାନ୍ତି ।
ସରକାରୀ ସୂତ୍ରରୁ ଜଣାଯାଇଛି ଯେ ପଶ୍ଚିମଓଡିଶା ବିକାଶ ପରିଷଦର ସର୍ବାଧିକ ୧୦୨୫ ଟି ବିଭିନ୍ନ ପ୍ରକଳ୍ପ ଖଡିଆଳ ଅଞ୍ଚଳରେ ହୋଇଥିବାବେଳେ ସବୁଠାରୁ କମ୍‌ ମାତ୍ର ୮୪ ଟି ପ୍ରକଳ୍ପ ହୋଇଛି ବାଲିଗୁଡାରେ । ଅନ୍ୟ ଯେଉଁସବୁ ଅଞ୍ଚଳରେ ୬୦୦ ରୁ ଅଧିକ ପ୍ରକଳ୍ପ ହୋଇଛି ସେଗୁଡିକ ମଧ୍ୟରେ ରହିଛି ଆଠମଲ୍ଲିକ, ଅତାବିରା, ବରଗଡ, ଭଟଲି, କଣ୍ଟାବାଞ୍ଝô, ଲୋଇସିଂହା, ପାଟଣାଗଡ, ଟିଟିଲାଗଡ, ବୌଦ, ଦେବଗଡ, ଝାରସୁଗୁଡା, ଭବାନୀପାଟଣା, ଧରମଗଡ, ଜୁନାଗଡ, ତଳସରା, ରାଉରକେଲା, ରଘୁନାଥପାଲ୍ଲୀ, ବଣାଇ, ସୁନ୍ଦରଗଡ, ବୀରମହାରାଜପୁର, ସୋନପୁର, ରେଢାଖୋଲ, କୁଚିଣ୍ଡା ଓ ନୂଆପଡା ।
ଏହି ପ୍ରକଳ୍ପ ଗୁଡିକ ପାଇଁ ଦିଆଯାଇଥିବା ଅର୍ଥରୁ ଅତାବିରାରୁ ୧୦ କୋଟି ଟଙ୍କାରୁ ଉଦ୍ଧ୍ୱର୍ ବିନିଯୋଗପତ୍ର ମିଳିପାରିନଥିବାବେଳେ ପାଟଣାଗଡରେ ୧୧ କୋଟି, କଣ୍ଟାବାଞ୍ଝôରେ ୧୦ କୋଟି, ଝାରସୁଗୁଡାରେ ୧୨ କୋଟି, ଖଡିଆଳରେ ୧୪ କୋଟି, ନୂଆପଡା ଓ ସୋନପୁରରେ ୧୨ କୋଟି କରି ଟଙ୍କାର ବିନିଯୋଗପତ୍ର ମିଳିପାରିନାହିଁ । ତେବେ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଅନୁନ୍ନତ ଅଞ୍ଚଳର ବିକାଶପାଇଁ ଧାରାବାହିକ ଭାବେ ଅନୁଦାନ ଦିଆଯାଇଥାଏ ଏବଂ ପ୍ରକଳ୍ପ ନିର୍ମାଣ ପରେ ପରେ ବିନିଯୋଗପତ୍ର ଆସିଥାଏ । ଅଳ୍ପ କେତୋଟି କ୍ଷେତ୍ରକୁ ଛାଡିଦେଲେ ପ୍ରାୟତଃ ସବୁ ମଞ୍ଜୁରୀପ୍ରାପ୍ତ ପ୍ରକଳ୍ପର ବିନିଯୋଗପତ୍ର ଅର୍ଥ ମଞ୍ଜୁରୀର ଦୁଇ ତିନିବର୍ଷ ମଧ୍ୟରେ ମିଳିଯାଉଛି । ତେବେ ଏହି ପ୍ରକି୍ରୟାକୁ ଅଧିକ ସ୍ୱଚ୍ଛ କରିବାଲାଗି ସୀମିତ ସମୟ ମଧ୍ୟରେ ପ୍ରକଳ୍ପକାମ ସାରିବା ଓ କାମ ସରିବାର ଅତି ବେଶିରେ ତିନିମାସ ମଧ୍ୟରେ ବିନିଯୋଗପତ୍ରମାନ ଯେଭଳି ଆସି ସେ ଦିଗରେ ବ୍ୟବସ୍ଥା ଗ୍ରହଣ କରାଯାଉଛି ।

ସେଆର କରନ୍ତୁ:



Powered by odothemes.com