ପରାମର୍ଶ ମାନି ନଥିବା ନେତାଙ୍କ ବିରୋଧରେ ହୋଇପାରେ କାର୍ଯ୍ୟାନୁଷ୍ଠାନ

49

ଭୁବନେଶ୍ୱର, ୨୩ ।୪(ବୁ୍ୟରୋ): ମନ୍ତ୍ରୀ ଓ ବିଜେଡି ନେତାମାନଙ୍କୁ ଅଯଥା ବୟାନବାଜି ନକରିବା ଲାଗି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି । ଯେଉଁମାନେ ଏହାକୁ ଗ୍ରହଣ କରିବେ ନାହିଁ ସେମାନଙ୍କ ବିରୋଧରେ ଦଳର ରାଜ୍ୟ ସଭାପତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି ବୋଲି ବିଜେଡ଼ି ମୁଖପାତ୍ର ସମୀର ଦାସ କହିଛନ୍ତି । ଶ୍ରୀ ଦାସ କହିଛନ୍ତି, ମନ୍ତ୍ରୀମାନଙ୍କୁ ନିଜ ବିଭାଗ ସଂପର୍କରେ ଗଣମାଧ୍ୟମରେ ବିବୃତି ଦେବାକୁ କୁହାଯାଇଛି । ଦଳ ସଂପର୍କରେ କେବଳ ମୁଖପାତ୍ରମାନେ କହିପାରିବେ । ତେବେ ଯେଉଁମାନେ ଏହାକୁ ନମାନି ବୟାନ ଦେଉଛନ୍ତି ତାହାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଅନୁଧ୍ୟାନ କରୁଛନ୍ତି ବୋଲି ଶ୍ରୀ ଦାସ କହିଛନ୍ତି । ସୂଚନାଯୋଗ୍ୟ, ଗତ ୧୯ ତାରିଖରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକ ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମନ୍ତ୍ରୀମାନଙ୍କୁ ଅଯଥା ବୟାନବାଜିରୁ ଦୂରେଇ ରହିବା ପାଇଁ ପରାମର୍ଶ ଦେଇଥିଲେ । ମନ୍ତ୍ରୀମାନଙ୍କୁ ନିଜ ନିଜ ବିଭାଗ ସଂପର୍କରେ ସୂଚନା ଦେବାକୁ କହିଥିଲେ । ଏହାଛଡ଼ା କେବଳ ମୁଖପାତ୍ରଙ୍କୁ ଛାଡ଼ି ଦେଲେ ଦଳର ଅନ୍ୟ କୌଣସି ନେତା ମଧ୍ୟ କୌଣସି ପ୍ରସଙ୍ଗରେ ବୟାନ ନ ଦେବା ଲାଗି କହିଥିଲେ । ମାତ୍ର ଏହାକୁ ଦଳର କିଛି ବରିଷ୍ଠ ନେତା ମାନି ନଥିବା ନେଇ ଚର୍ଚ୍ଚା ହେଉଛି । ଯାହାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଅତ୍ୟନ୍ତ ଗୁରୁତର ସହ ନେଇଥିବା କୁହାଯାଇଛି । ଏଭଳି ବୟାନବାଜି କରୁଥିବା ନେତାଙ୍କ ଗତିବିଧି ଉପରେ ଏବେ ନଜର ରଖାଯାଇଥିବା ଜଣାପଡ଼ିଛି । ତେବେ ମନ୍ତ୍ରୀ ଦାମୋଦର ରାଉତ କହିଛନ୍ତି, ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର କୌଣସି ଅବକାଶ ନାହିଁ । ସେ ଦଳର ଶ୍ୟଙ୍ଖଳା ଭଙ୍ଗ କରି ନାହାଁନ୍ତି । ବଂର ଯେଉଁ ମାନେ କାର୍ଯ୍ୟାନୁଷ୍ଠାନ କଥା କହୁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର ।

ସେଆର କରନ୍ତୁ:



Powered by odothemes.com