KHAGESWAR-MOHAPATRA-(3)

ପରଲୋକରେ ଖଗେଶ୍ୱର ମହାପାତ୍ର

47

ବିଶିଷ୍ଟ ସାହିତି୍ୟକ ଓ ଶିକ୍ଷାବିତ୍ ପ୍ରାବନ୍ଧିକ ପ୍ରଫେସର ଖଗେଶ୍ୱର ମହାପାତ୍ର ଆଉ ନାହାନ୍ତି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ଦେହାନ୍ତ ହୋଇଛି । ଦୀର୍ଘଦିନ ଧରି ସେ ନିମୋନିଆରେ ପୀଡ଼ିତ ଥିଲେ । ପ୍ରଫେସର ମହାପାତ୍ର ବିଶ୍ୱ ଭାରତୀରେ ପ୍ରଥମେ ଆରମ୍ଭ କରିଥିଲେ ଓଡ଼ିଆ ବିଭାଗ । ତାଙ୍କର ପ୍ରଚେଷ୍ଟା ଓ ଉଦ୍ଯୋଗ ଫଳରେ ବିଶ୍ୱଭାରତୀର ଓଡ଼ିଆ ବିଭାଗ ଓଡ଼ିଆ ଛାତ୍ରମାନଙ୍କ ପାଇଁ ଗବେଷଣାର ଏକ ପ୍ରୟୋଗଶାଳା ଥିଲା । ଶ୍ରୀ ମହାପାତ୍ର ଓଡ଼ିଶାର ଟ୍ରାଇବାଲ ଏକାଡ଼େମୀ ଆରମ୍ଭ କରିବା ସହିତ ନିଜେ ଏହାର ଅଧ୍ୟକ୍ଷ ପଦ ଅଳଙ୍କୃତ କରିଥିଲେ । ଆଦିବାସୀ ଜୀବନ, ସାହିତ୍ୟ ଓ ଭାଷା ଉପରେ ନିଜେ ଗବେଷଣା କରିବା ସହିତ ବହୁ ଛାତ୍ର/ଛାତ୍ରଙ୍କୁ ଆଦିବାସୀ ଭାଷାରେ ଗବେଷଣା କରିବା ପାଇଁ ପ୍ରେରଣା ଯୋଗାଇ ଥିଲେ । ଜଣେ ପ୍ରଖ୍ୟାତ ପ୍ରାବନ୍ଧିକ ସମାଲୋଚକ ଓ ସଂଗଠକ ଭାବେ ଓଡ଼ିଆ ସାହିତ୍ୟରେ ତାଙ୍କର ବିଶେଷ ସୁଖ୍ୟାତି ଥିଲା । ସେ ପ୍ରାଚ୍ୟ ସାହିତ୍ୟରେ ଗବେଷଣା କରିଥିଲେ ଓ ଚର୍ଯ୍ୟାଗୀତିକାର ସେ ହେଉଛନ୍ତି ପ୍ରଥମ ଆଲୋଚକ । ଓଡ଼ିଶା ଲେଖକ ସାମ୍ମୁଖ୍ୟ ସହିତ ତାଙ୍କର ନିବିଡ଼ ସଂପୃକ୍ତି ଓ ପରେ ପରେ ଭୁବନେଶ୍ୱର ପୁସ୍ତକ ମେଳା ଆନେ୍ଦାଳନର ଜଣେ ସଭ୍ୟ ଭାବେ ଦୀର୍ଘ ଦିନ ଧରି ସେ କାର୍ଯ୍ୟ କରିଛନ୍ତି । ଜଣେ ଉଚ୍ଚଦରର ସମାଲୋଚକ ଭାବେ ଓଡ଼ିଶାରେ ତାଙ୍କର ସୁଖ୍ୟାତି ରହିଛି । ତାଙ୍କର ପରଲୋକରେ ଓଡ଼ିଆ ସାହିତ୍ୟ ଜଣେ ଆଦିବାସୀ ସଂସ୍କୃତି ଦରଦୀ ମଣିଷ ଓ ନିରୁତା ଗଦ୍ୟ ଲେଖକଙ୍କୁ ହରାଇଲା ।
ତାଙ୍କର ସଂଖ୍ୟାଧିକ ସମାଲୋଚନା ପୁସ୍ତକ ମଧ୍ୟରେ ରହିଛି ‘ଓଡ଼ିଆ ଲିପି ଓ ଭାଷା’ ଓ ତାଙ୍କର ଏକ ଉପନ୍ୟାସ ‘ଚିତ୍ରପ୍ରିୟା’ । ସେ ସମାଲୋଚନା ସାହିତ୍ୟ ପାଇଁ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ଲାଭ କରିଥିଲେ ।

ସେଆର କରନ୍ତୁ:



Powered by odothemes.com