ନ୍ୟାୟ ପ୍ରଦାନ ଦାବିରେ ପୁରୁଷ କମିଶନ୍ର ଆନ୍ଦୋଳନ

37

ଭୁବନେଶ୍ୱର,୨୧ା୨(ବୁ୍ୟରୋ): ପୁରୁଷ କମିଶନ ତରଫରୁ ସ୍ଥାନୀୟ ଲୋୟର ପିଏମଜି ଠାରେ ବିକ୍ଷୋଭ ସଭା ଅନୁଷ୍ଠିତ ହୋଇଯାଇଛି । ସଭାରେ ବହୁ ମହିଳା ଏବଂ ପୁରୁଷ ଯୋଗଦେଇଥିଲେ । ରାଉରକେଲା ବାସନ୍ତି କଲୋନୀର ପ୍ରଭାକର ନାୟକ(୪୦) ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ପୁଲିସ୍ ତାଙ୍କୁ ଗିରଫ କରିଥିଲା । ସ୍ଥାନୀୟ ଲୋକମାନେ ଘଟଣାଟି ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଥିଲେ ମଧ୍ୟ ପୁଲିସ୍ କାହାକଥା ଶୁଣିନଥିଲା । ପ୍ରଭାକର ୧୫ଦିନ ତଳେ ଜେଲ୍ରୁ ଜାମିନରେ ମୁକୁଳିଥିଲେ । ଜେଲରୁ ଆସିବା ପରେ ପ୍ରଭାକର ଥାନା ଭାରପ୍ରାପ୍ତ ଅଧିକାରୀଙ୍କୁ ସାକ୍ଷାତ କରିବା ପାଇଁ ଯାଇଥିଲେ । ସେ ବହୁ ସମୟ ଅପେକ୍ଷା କରିବା ପରେ ଅଧସ୍ଥନ କର୍ମଚାରୀମାନେ ପ୍ରଭାକରଙ୍କୁ ଦୁର୍ବ୍ୟବହାର କରିଥିଲେ । ଭାଙ୍ଗିପଡ଼ି ପ୍ରଭାକର ଥାନା ଆଗରେ ଦେହରେ କିରାସିନି ଢାଳି ନିଆଁ ଲଗାଇଦେଇଥିଲେ । ଏହି ସମୟରେ କିଛି ଥାନା କର୍ମଚାରୀ ପ୍ରଭାକରଙ୍କ ଦେହରୁ ନିଆଁ ଲିଭାଇଥିଲେ । ପ୍ରଭାକରଙ୍କ ଶରୀରର ୮୦ଭାଗ ପୋଡିଯାଇଥିବା ବେଳେ ରାଉରକେଲା ଇସ୍ପାତ ଡାକ୍ତରଖାନାରେ ସେ ମୃତୁ୍ୟବରଣ କରିଛନ୍ତି । ପ୍ରଭାକରଙ୍କୁ ନ୍ୟାୟ ପ୍ରଦାନ ସହ ତାଙ୍କୁ ମରଣ ମୁହଁକୁ ଠେଲିଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଭରତୀୟ ଦଣ୍ଡବିଧି ଆଇନ୍ର ୩୦୬ ଆଇପିସିରେ ତୁରନ୍ତ ଗିରଫ କରିବାକୁ ପୁରୁଷ କମିଶନ ତରଫରୁ ଏକ ଦାବିପତ୍ର ରାଷ୍ଟ୍ରପତିଙ୍କ ଉଦ୍ଧେଶ୍ୟରେ ଦିଆଯାଇଛି । ଏହି ଆନ୍ଦୋଳନରେ ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀଙ୍କ ନେତୃତ୍ୱରେ ରେଣୁବାଳା ରାଉତରାୟ, ଜୟନ୍ତୀ ସାମଲ, ସରସ୍ୱତୀ ପାତ୍ର, ବାସନ୍ତୀ ନାୟକ, ଲକ୍ଷ୍ମୀ ଦେବତା ପ୍ରମୁଖ ଯୋଗ ଦେଇଥିଲେ ।

ସେଆର କରନ୍ତୁ:



Powered by odothemes.com