OKILA-SANGHA-DABIPATRA-PHOTO-1

ନ୍ୟାଯ୍ୟଦାବି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ସ୍ମାରକପତ୍ର

35

ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନେ୍ଦାଳନ
ଭଦ୍ରକ/ଜଳେଶ୍ୱର/ବାରିପଦା,୧୧ ।୨ (ଆପ୍ର): ଭାରତୀୟ ଆଇନ୍ଜୀବୀ ପରିଷଦର ନିଷ୍ପତ୍ତି ଏବଂ ରାଜ୍ୟ ବାର କାଉନସିଲ ଆହ୍ୱାନକ୍ରମେ ସାରା ରାଜ୍ୟର ସମସ୍ତ ଆଇନ୍ଜୀବୀମାନେ କୋର୍ଟ କାର୍ଯ୍ୟରୁ ନିବୃତ୍ତ ରହି ପ୍ରଧାନମନ୍ତ୍ରୀଙ୍କ ଉଦେ୍ର୍ଦଶରେ ଦାବିପତ୍ର ପ୍ରଦାନ କରିଛନ୍ତି । ଭଦ୍ରକ ଓକିଲ ସଂଘର ସମସ୍ତ ଆଇନଜୀବୀ ଏହି ଦାବିକୁ ସମର୍ଥନ ଜଣାଇ ପ୍ରତୀକ ଭାବେ ଭଦ୍ରକ କୋର୍ଟ ପରିସରରୁ ଶତାଧିକ ଆଇନ୍ଜୀବୀ ଏହି ଶୋଭାଯାତ୍ରରେ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଆଇନ୍ଜୀବୀ ଏକତି୍ରତ ହୋଇ ସେମାନଙ୍କର ହିତପାଇଁ ପାଞ୍ଚଦଫା ଦାବିପତ୍ର ପ୍ରଧାନମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ । ଆସନ୍ତାକାଲି ସାରା ରାଜ୍ୟର ଆଇନ୍ଜୀବୀମାନେ ଭୁବନେଶ୍ୱରଠାରେ ଏକତି୍ରତ ହୋଇ ରାଷ୍ଟ୍ରପତିଙ୍କ ଉଦେ୍ଦଶ୍ୟରେ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ଦେବେ ।
ଭଦ୍ରକ ଓକିଲ ସଂଘର ସଭାପତି ବିଷ୍ଣୁମୋହନ ମହାପାତ୍ର ଓ ସାଧାରଣ ସଂପାଦକ ବିଜନ କୁମାର ଜେନାଙ୍କ ନେତୃତ୍ୱରେ ଶତାଧିକ ଆଇନ୍ଜୀବୀ ଏହି ଆନେ୍ଦାଳନରେ ଯୋଗଦେଇ ଜିଲ୍ଲାପାଳଙ୍କୁ ସ୍ମାରକନତ୍ର ପ୍ରଦାନ କରିଥିଲେ । ଭାରତୀୟ ଆଇନଜୀବୀ ପରିଷଦ ପକ୍ଷରୁ ଆଇନଜୀବୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଦାବ କରାଯାଇଆସୁଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହିସବୁ ଦାବକୁ ଅଣଦେଖା କରିଆସୁଛନ୍ତି । ସେହିପରି ୨୦୧୪ ମସିହାରେ କେନ୍ଦ୍ର ସରକାର ତଥା ପ୍ରଧାନମନ୍ତ୍ରୀଙ୍କ ନିକଟରେ ବାର କାଉନସିଲ ଅଫ୍ ଇଣ୍ଡିଆ ମାଧ୍ୟମରେ ଆଇନ୍ଜୀବୀମାନେ ସେମାନଙ୍କର ଦାବି ଉପସ୍ଥାପନା କରିଥିଲେ । ଶେଷ ଥର ପାଇଁ ବାର କାଉନସିଲ ଅଫ୍ ଇଣ୍ଡିଆ ଅଧକ୍ଷଙ୍କ ପକ୍ଷରୁ ଏକପ୍ରତିନିଧି ଦଳ ୨୦୧୯ ଜାନୁଆରୀ ୨୨ତାରିଖରେ ଏ ସଂପର୍କରେ ପ୍ରଧାନମନ୍ତ୍ରୀଙ୍କ ଦ୍ୟଷ୍ଟି ଆକର୍ଷଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଆଇନ୍ଜୀବୀ ନିରାକାର ଜେନା, ଦିବ୍ୟସିଂହ ନାୟକ, ଗିରିଧାରୀ ନାଥ, ସନ୍ତୋଷ ଆଚାର୍ଯ୍ୟ, ସୂର୍ଯ୍ୟକାନ୍ତ କୁଅଁର, ଜାମିଲ ଅହମ୍ମଦ,ପ୍ରଫୁଲ୍ଲ ସାମଲ, ରାଧା ଦାସ, ନିଶିକାନ୍ତ ନାୟକ, ଧୀରେନ୍ଦ୍ର ରାୟ, ବିନୟ ସ୍ୱାଇଁ, ଉପେନ୍ଦ୍ର ପାଢୀ, ତାହେର ଅହମ୍ମଦ, ଅନ୍ତଗୋପାଲ ଦାସ, ନାରାୟଣ ମହାପାତ୍ର, ଶିବ ମହାନ୍ତି, ଅମର ବାରିକ, ରଞ୍ଜନ କୁମାର ନାୟକ, ଅଗଣି ଚରଣ ଜେନା, ମାନସ ଗୋସ୍ୱାମୀ, ଧନେଶ୍ୱର ମଳ୍ିକ,ଦିଲ୍ଲୀପ ମହାପାତ୍ର, ସୁବୋଧ ସାହୁ ସମେତ ଶତାଧିକ ବରିଷ୍ଠ ଓ କନିଷ୍ଠ ଆଇନ୍ଜୀବୀମାନେ ଉପସ୍ଥିତ ଥିଲେ ।
ସେହିପରି ସୋମବାର ଜଳେଶ୍ୱର ଓକିଲ ସଂଘର ତରଫରୁ ଓକିଲମାନଙ୍କ ବିଭିନ୍ନ ସମସ୍ୟା ତଥା ଦାବିକୁ ନେଇ ୨ ଦିନିଆ କୋର୍ଟ କାର୍ଯ୍ୟ ବନ୍ଦ ଆନେ୍ଦାଳନ ଆରମ୍ଭ କରାଯିବା ସହିତ ପ୍ରଧାନମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଏକ ଦାବିପତ୍ର ସ୍ଥାନୀୟ ତହସିଲଦାରଙ୍କ ମାଧ୍ୟମରେ ପ୍ରଦାନ କରାଯାଇଛି । ଓକିଲ ସଂଘର ସଭ୍ୟମାନେ କୋର୍ଟ କମ୍ପ୍ଲେକ୍ସ ପରିସରରୁ ଏକ ଶୋଭାଯାତ୍ରା ରେ ବାହାରି ତହସିଲ ସମ୍ମୁଖରେ ପହଞ୍ଚି ଥିଲେ । ସଂଘର ସଭାପତି ଚିନ୍ମୟ କୁମାର ଦାସ, ସମ୍ପାଦକ ମଦନମୋହନ ରାଉଳ, ଉପ ସଭାପତି କମଳାକାନ୍ତ ପତି,ସଭ୍ୟ ସତ୍ୟସୁନ୍ଦର ଦାସ,ଅବଧୂତ ଜେନା, କୁଞ୍ଜବିହାରୀ ଦାସ, ଗିରିଜାଶଙ୍କର ଦାସ, ଦେବକାନ୍ତ କାସ୍ତ, ସୁଜୀବ ଦତ୍ତ, ସ୍ୱଧା ଭଂଜ, ସବିତା ସାହୁ ପ୍ରମୁଖ ଓକିଲମାନଙ୍କ ଦାବିକୁ କେନ୍ଦ୍ର ସରକାର ନମାନିଲେ ଓକିଲମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ନିଜ ସ୍ଲୋଗାନ ମାଧ୍ୟମରେ କହିଥିଲେ ।
ଆଜି ମଧ୍ୟ ବାରିପଦାରେ ଜିଲ୍ଲା ଓକିଲ ସଂଘ ସଭାପତି ପ୍ରବୀର କୁମାର ବସାଙ୍କ ନେତୃତ୍ୱରେ ପ୍ରାୟ ୭୦୦ରୁ ଊଦ୍ଧ୍ୱର୍ ସଦସ୍ୟ ଜିଲ୍ଲା ଓକିଲ ସଂଘ ବାରିପଦାର ସଦସ୍ୟ ତଥା ଜିଲ୍ଲାର ବେତନଟୀ, କରଞ୍ଜିଆ, ରାଇରଙ୍ଗପୁର, ଉଦଳା ଓ ଉପଖଣ୍ଡ ଓକିଲ ସଂଘ, ଉଦଳା ପ୍ରଭୃତି ଓକିଲ ସଂଘର ସଦସ୍ୟମାନେ ଏକ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରାରେ କଚେରି ପରିସରରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲେ । ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳଙ୍କ ମାଧ୍ୟମରେ ସ୍ମାରକପତ୍ର ପ୍ରଦାନ କରିଥିଲେ ।

ସେଆର କରନ୍ତୁ:



Powered by odothemes.com