jajapr-bridge

ନିର୍ମାଣାଧୀନ ପୋଲରେ ଫାଟ

19

ଧର୍ମଶାଳା (ଆପ୍ର): ଧର୍ମଶାଳା ବ୍ଲକ କଣ୍ଟିଗଡିଆ ଗ୍ରାମ ଦେଇ ପ୍ରବାହିତ କଇଁବିଲ ନାଳ ଉପରେ ନିର୍ମାଣାଧୀନ ପୋଲର ୱାଲରେ ଫାଟ ସୃ୍ଷ୍ଟି ହୋଇ ଧସିବାକୁ ଆରମ୍ଭ କଲାଣି । ଏହାର କାର୍ଯ୍ୟ କେବେ ଶେଷ ହେବ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଗ୍ରାମ୍ୟ ଉନ୍ନ୍ୟନ ବିଭାଗ ତରଫରୁ ୧ କୋଟି ୫୪ ଲକ୍ଷ ୮୨ ହଜାର ଟଙ୍କା ବ୍ୟୟ ବରାଦରେ ୨୦୧୫ ନଭେମ୍ବର ୯ରେ ପୋଲ କାମ ଆରମ୍ଭ କରାଯାଇଥିଲା । ସେତୁର ଦୈଘ୍ୟ ୪୩.୮ ମିଟର ଓ ପ୍ରସ୍ଥ ୭.୫ ମିଟର ଥିବା ବେଳେ କାମ ଶେଷ ତାରିଖ ସୂଚନା ଫଳକରେ ଉଲ୍ଲେଖ କରାଯାଇନି । ଏହି ପୋଲ ଶେଷ ହେଲେ କଣ୍ଟିଗଡିଆ, ପଟୁଣିଆ, କ୍ଷେତ୍ରପାଳ, ଅରେଇକଣା, ମିର୍ଜାପୁର, ପାଟପୁର ଆଦି ପଞ୍ଚାୟତର ଲାଗି ଯାତାୟାତ ସୁବିଧା ହୋଇପାରିବ । ଠିକା ସଂସ୍ଥା କାମ ଅଧାରଖିଥିବାରୁ ଫାଟ ସୃଷ୍ଟି ହୋଇଛି ଓ ସ୍ଥାୟିତ୍ୱ ନେଇ ସାଧାରଣରେ ପ୍ର୍ଶ୍ନବାଚୀ ସୃଷ୍ଟି କରିଛି । ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଓ ଯାଜପୁର ଜିଲ୍ଲାପାଳଙ୍କ ଦୃଷ୍ଟିଆକର୍ଷଣ କରାଯିବା ସହିତ ନିମ୍ନମାନର କାମ ଉପରେ ଉଚ୍ଚସ୍ତରୀୟ ତଦନ୍ତ ଲାଗି ଜନସାଧାରଣ ଦାବି କରିଛନ୍ତିି ।

ସେଆର କରନ୍ତୁ:



Powered by odothemes.com