Election-Meeting-photo

ନିର୍ବାଚନ ଆଚରଣବିଧି ଉଲ୍ଲଂଘନ ପ୍ରତି କଡ଼ା ନଜର

5

ଭଦ୍ରକ,୧୪ା୩ (ଆପ୍ର): ଆଗାମୀ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ଓ ଆଚରଣ ବିଧି ଲାଗୁ ହେବା ପରଠାରୁ ଜିଲ୍ଲା ପ୍ରଶାସନର ତତ୍ପରତା ବଢିଛି । ପ୍ରତିଦିନ ପ୍ରଶାସନିକ ବୈଠକ କରାଯାଇ ରଣନୀତି ପ୍ରସ୍ତୁତ କରାଯାଉଛି । ସେହିଭଳି ଆଜି ଅନୁଷ୍ଠିତ ବୈଠକରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଜ୍ଞାନ ଦାସ ରାଜନୈତିକ ଦଳମାନଙ୍କ ଦ୍ୱାରା ଅଚରଣ ବିଧିର ଉଲଂଘନ ଉପରେ କଡା ନଜର ରଖିବା ସହିତ ନାମାଙ୍କନ ଦାଖଲ ପରେ ପ୍ରାର୍ଥୀମାନଙ୍କ ଖର୍ଚ୍ଚ ଉପରେ ମଧ୍ୟ ନଜର ରଖିବାକୁ ଅଧିକାରୀମାନଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ଚଳିତ ନିର୍ବାଚନକୁ ଅଧିକ ସ୍ୱଚ୍ଛ ଓ ନିରପେକ୍ଷ କରିବା ପାଇଁ କମିଶନଙ୍କ ପକ୍ଷରୁ ବହୁ ସଂସ୍କାରମୂଳକ ପଦକ୍ଷେପ ନିଆଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ସରକାରୀ ଅଫିସ, କୋଠା, ସର୍ବସାଧାରଣ ସ୍ଥାନ ଏବଂ ଯାତ୍ରୀବାହୀ ବସ୍ ପଛରେ ଲାଗିଥିବା ସରକାରୀ ହୋର୍ଡିଂ, ନେତାମାନଙ୍କ ଶୁଭେଚ୍ଛା ହୋର୍ଡିଂ ଆଦିକୁ ବାହାର କରିଦିଆ ଯାଇଛି । ଆଚରଣବିଧି ଉଲ୍ଲଂଘନର ତଦାରଖ ଓ ଏହା ଉପରେ କଡା ନଜର ରଖିବାକୁ ସମସ୍ତ ନିର୍ବାଚନ ମଣ୍ଡଳୀରେ ସର୍ଭିଲିୟାନ୍ସ ଟିମ, ଫ୍ଲାଇଂ ସ୍କ୍ୱାର୍ଡ, ଭିଡିଓ ସର୍ଭିଲିୟାନ୍ସ ଟିମକୁ ସଜାଗ ରଖାଯାଇଛି । ଚଳିତ ନିର୍ବାଚନରେ ପ୍ରଥମ ଥର ପାଇଁ ସି-ଭିଜିଲ ଆପ୍ର ବ୍ୟବସ୍ଥା କରାଯାଇଛି । ଜିଲ୍ଲାପାଳ ଶ୍ରୀ ଦାସ ଅଧିକାରୀମାନଙ୍କୁ ନିର୍ବାଚନ ସଂକ୍ରାନ୍ତୀୟ ନିୟମାବଳୀ ସମ୍ପର୍କରେ ସବିଶେଷ ବୁଝାଇଥିଲେ । ସାଧାରଣ ଜନତା ନିର୍ବାଚନ ଆଚରଣ ବିଧି ଉଲଂଘନ ହେଉଥିବାର ସମ୍ପର୍କୀତ ଫଟୋ ଉତ୍ତୋଳନ କରି ଜିଲ୍ଲା ପ୍ରଶାସନକୁ ଅବଗତ କରାଇବାର ୧୦୦ ମିନିଟ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବୈଠକରେ ସୂଚନା ଦେଇôଥଲେ । ବିଶେଷ କରି ଆଜି ଜିଲ୍ଳାପାଳ ଏହି ଆଚରଣବିଧି ଉଲଂଘନକାରୀଙ୍କୁ ଧରିବା ପାଇଁ ଗଠନ ହୋଇଥିବା ସ୍କ୍ୱାର୍ଡର ସଦସ୍ୟମାନଙ୍କୁ ନିର୍ବାଚନ ଆଚରଣ ବିଧି ସମ୍ପର୍କରେ ତଥ୍ୟ ଅବଗତ କରାଇଥିଲେ । ପ୍ରକାଶ ଥାଉ କି ପ୍ରତି ନିର୍ବାଚନ ମଣ୍ଡଳୀ ପାଇଁ ୩ଟି ଲେଖାଏଁ ଫ୍ଲାଇଂ ସ୍କ୍ୱାର୍ଡ ଗଠନ କରାଯାଇଛି । ପ୍ରତି ସ୍କ୍ୱାର୍ଡରେ ୩ରୁ ୪ଜଣ ଆର୍ମଡ ପୁଲିସ, ଜଣେ ଭିଡିଓଗ୍ରାଫର ଏବଂ ଜଣେ ଏକଜିକୁ୍ୟଟିଭ ମାଜିଷ୍ଟ୍ରେଟଙ୍କୁ ନିୟୋଜିତ କରାଯାଇଛି । ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର, ପ୍ରକଳ୍ପ ନିଦେ୍ର୍ଦଶକ ମଧୁସୂଦନ ମିଶ୍ର, ଅତିରିକ୍ତ ପ୍ରକଳ୍ପ ନିଦେ୍ର୍ଦଶକ ମନୋରମା ଭୂୟାଁ, ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ରର ବୈଷୟିକ ନିଦେ୍ର୍ଦଶକ ବିଜୟ କୁମାର ମିଶ୍ର, ଜିଲ୍ଳା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୋଲକ ବିହାରୀ ବେହେରା ପ୍ରମୁଖ ଯୋଗ ଦେଇଥିଲେ ।

ସେଆର କରନ୍ତୁ:



Powered by odothemes.com