ନିରବୀ ଗଲେ  ‘ଅଭିଶପ୍ତ ଗନ୍ଧର୍ବ’ର ସ୍ରଷ୍ଟା

128

ଭୁବନେଶ୍ୱର, ୨୫ ।୬ (ବୁ୍ୟରୋ): ପ୍ରଖ୍ୟାତ କଥାକାର ମହାପାତ୍ର ନୀଳମଣି ସାହୁ ୯୦ ବର୍ଷ ବୟସରେ ଭୁବନେଶ୍ୱର ଠାରେ ଆଜି ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତିି । ତାଙ୍କ ବିୟୋଗରେ ସାମ୍ପ୍ରତିକ ଓଡ଼ିଆ କଥାସାହିତ୍ୟ ଜଗତରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । ଗଳ୍ପ, ଉପନ୍ୟାସ, ଲଳିତ ନିବନ୍ଧ, ସାହିତ୍ୟ ସମାଲୋଚନା, ଆଧ୍ୟାତ୍ମିକ ରଚନା, ରମ୍ୟ ରଚନା ଓ କବିତା ପ୍ରଭୃତି ସାହିତ୍ୟର ବିଭିନ୍ନ ବିଭାଗରେ ତାଙ୍କର ଏକ ସ୍ୱତନ୍ତ୍ର ପରିଚୟ ପ୍ରତିଷ୍ଠିତ ହୋଇଥିଲା । ଗଦ୍ୟ ଭାଷାରେ କାବି୍ୟକ ଲାଳିତ୍ୟ ଓ ସର୍ଜନଶୀଳ ମୌଳିକତା ତାଙ୍କୁ ସମକାଳିନ ଲେଖକମାନଙ୍କ ମଧ୍ୟରେ ଏକ ଉଜ୍ଜ୍ୱଳ ବିଶେଷତ୍ୱ ପ୍ରଦାନ କରିଥିଲା । ୧୯୨୬ ମସିହା ଡିସେମ୍ବର ମାସ ୨୨ ତାରିଖରେ କଟକ ଜିଲ୍ଲାର ନିଆଳି ଠାରେ ଜନ୍ମିତ ମହାପାତ୍ର ନୀଳମଣି ସାହୁ ଓଡ଼ିଆ ଭାଷା ସାହିତ୍ୟ ବିଭାଗର ଅଧ୍ୟାପକ ଭାବରେ ଦୀର୍ଘ ତିନି ଦଶନ୍ଧିରୁ ଊଦ୍ଧ୍ୱର୍ କାଳ ଧରି ଓଡ଼ିଆର ବିଭିନ୍ନ ସରକାରୀ ମହାବିଦ୍ୟାଳୟମାନଙ୍କରେ ଅଧ୍ୟାପନାକରି ଜଣେ ଉଚ୍ଚକୋଟୀର ଛାତ୍ରବତ୍ସଳ ଅଧ୍ୟାପକ ଭାବେ ବେଶ୍ ସୁନାମ ଓ ଲୋକପ୍ରିୟତା ଅର୍ଜନ କରିଥିଲେ । ଏଥିସହିତ ସେ ପ୍ରତିଷ୍ଠିତ ସାହିତ୍ୟ ପତ୍ରିକା ‘ଝଙ୍କାର’ର ସମ୍ପାଦକ ଥିବା ସହିତ ଓଡିଶା ସରକାରଙ୍କର ମୁଖପତ୍ର ‘ଉକ୍ରଳ ପ୍ରସଙ୍ଗ’ର ମଧ୍ୟ ସମ୍ପାଦକ ଥିଲେ । ଓଡିଶା ସାହିତ୍ୟ ଏକାଡେମୀର ସଭାପତି ଭାବରେ ସେ ବହୁ ଗୁଣାତ୍ମକ ପଦକ୍ଷେପ ନେଇଥିଲେ । ଜଣେ ଅନର୍ଗଳ ବାଗ୍ମୀ ଓ ଅକୃତ୍ରିମ ସୁବକ୍ତା ଭାବରେ ତାଙ୍କର ପ୍ରଶସ୍ତ ସୁନାମ ଥିଲା । ତାଙ୍କ ଅବର୍ତ୍ତମାନରେ ସାଂପ୍ରତିକ ଓଡ଼ିଆ କଥା ସାହିତ୍ୟ ଏକ ପ୍ରକାର ମୁରବୀ ଶୂନ୍ୟ ହୋଇପଡ଼ିିଛି କହିଲେ ଅତୁ୍ୟକ୍ତି ହେବନାହିଁ । ତାଙ୍କ ଗଳ୍ପ ଗ୍ରନ୍ଥ ସୁମିତ୍ରାର ହସ, ବିଷ୍ଣୁମାୟା, କପୋତ ପକ୍ଷୀ ଗୁରୁ ମୋର, ଅନ୍ଧରାତିର ସୂର୍ଯ୍ୟ, ଆକାଶ ପାତାଳ, ପ୍ରେମ ଓ ତ୍ରିଭୂଜ,ଶ୍ରୁଣନ୍ତୁ ସର୍ବେ ଅମୃତସ୍ୟ ପୁତ୍ରା, ମିଛ ବାଘ, ଅଭିଶପ୍ତ ଗନ୍ଧର୍ଭ ଉପନ୍ୟାସ ଧରା ଓ ଧାରା, ତାମସୀ ରାଧା, ରମ୍ୟ ରଚନା ଗ୍ରନ୍ଥ ସ୍ୱପ୍ନ ସ୍ୱପ୍ନ ଅନେକ ସ୍ୱପ୍ନ, ଆମେ ଓଡ଼ିଆ ଓଡ଼ିଆଟିଏ, ଗଞ୍ଜେଇ ଓ ଗବେଷଣା, ଆଧ୍ୟାତ୍ମିକ ଜୀଜ୍ଞାସାମୂଳକ ଗ୍ରନ୍ଥ ଉଦ୍ଧବ କେତେ ତୁ ପଚାରୁ, ପ୍ରେମ ଭକ୍ତିର ମର୍ମ କଥା, ସନାତନ ଧର୍ମର ସାରକଥା ପ୍ରଭୃତି ଗ୍ରନ୍ଥଗୁଡ଼ିକ ପାଠକ ମହଲରେ ହୋଇଥିଲା ଅତ୍ୟନ୍ତ ଆଦୃତ ଓ ଲୋକପ୍ରିୟ ।

ସେଆର କରନ୍ତୁ:



Powered by odothemes.com