berhampur-dinikia-berhampur-gasta-re-police-mahanirdesaka

ନିରପେକ୍ଷ ନିର୍ବାଚନ ଉପରେ ଗୁରୁତ୍ୱ

12

ଡିଜିପିଙ୍କ ସମୀକ୍ଷା ବୈଠକ
ବ୍ରହ୍ମପୁର(ବୁ୍ୟରୋ): ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ରାଜ୍ୟରେ କିଭଳି ଶାନ୍ତିପୂର୍ଣ୍ଣ, ଅବାଧ,ନିରପେକ୍ଷ ଓ ନିର୍ଭୟ ମତଦାନ ହୋଇପାରିବ ସେଥିନିମନ୍ତେ ସମସ୍ତ ପ୍ରକାର ପ୍ରସ୍ତୁତି ଚାଲିଛି । ଆସନ୍ତା ଏପି୍ରଲ୍ ୧୧ରେ ବ୍ରହ୍ମପୁର ଲୋକସଭା ଓ ଦ୍ୱିତୀୟ ପର୍ଯ୍ୟାୟରେ ଆସିକା ଓ କନ୍ଧମାଳ ଲୋକସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହେବ । ଏଥିନିମନ୍ତେ ଶୁକ୍ରବାର ରାଜ୍ୟ ପୁଲିସ୍ ମହାନିଦେ୍ର୍ଦଶକ ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ବ୍ରହ୍ମପୁର ଗସ୍ତ କରି ଦକ୍ଷିଣାଞ୍ଚଳ ପୁଲିସ୍ ରେଞ୍ଜର ବରିଷ୍ଠ ପୁଲିସ୍ ଅଧିକାରୀ ଓ ଏସ୍ପିମାନଙ୍କ ସହ ନିର୍ବାଚନ ସମ୍ବନ୍ଧୀୟ ବିଭିନ୍ନ ଦିଗ ଉପରେ ଆଲୋଚନା କରିବା ସହ ସ୍ଥିତି ସମୀକ୍ଷା କରିଛନ୍ତି ।
ଦକ୍ଷିଣାଞ୍ଚଳର କନ୍ଧମାଳ ଓ ବୌଦ୍ଧ ଦୁଇ ମାଓପ୍ରବଣ ଅଞ୍ଚଳ ଭାବେ ପରିଚିତ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଦକ୍ଷିଣାଞ୍ଚଳ ରେଞ୍ଜ ଅଧିନସ୍ଥ ଜିଲ୍ଲାରୁ ଆରମ୍ଭ ହେଉଥିବାରୁ ସମ୍ବେଦନ ଓ ଅତି ସମ୍ବେଦନଶୀଳ ବୁଥ୍ଗୁଡ଼ିକ ପୂର୍ବରୁ ଚିହ୍ନଟ କରାଯାଇଛି । ତେଣୁ ଏଥିପ୍ରତି ବିଶେଷ ଦୃଷ୍ଟି ଦେବା ପାଇଁ ଡା.ଶର୍ମା ନିଦେ୍ର୍ଦଶ ଦେଇଛନ୍ତି । ମାଓ ଅଞ୍ଚଳରେ ଯେପରି ଭୋଟର ନିର୍ଭୟରେ ମତଦାନ ସାବ୍ୟସ୍ତ କରିପାରିବେ ସେଥିପ୍ରତି ସତର୍କ ରହିବା ପାଇଁ ଡିଜି ନିଦେ୍ର୍ଦଶ ଦେଇଛନ୍ତି । ସେହିଭଳି ଅପରାଧି ଧରପଗଡ଼ ଜାରି ରଖିବା ପାଇଁ ପରାମର୍ଶ ଦିଆଯାଇଛି । ଲାଇସେନ୍ସ ପ୍ରାପ୍ତ ବନ୍ଧୁକଧାରୀମାନେ ଖୁବ୍ଶୀଘ୍ର ବନ୍ଧୁକ ନିକଟସ୍ଥ ଥାନାରେ ଜମା କରିବା ପାଇଁ ନିଦେ୍ର୍ଦଶ ହୋଇଥିବା ଡ଼ିଜି ସୂଚନା ଦେଇଛନ୍ତି । ଏହି ରେଞ୍ଜ ଅଧିନସ୍ଥ ଅଞ୍ଚଳରେ ୨ ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବାକୁ ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଉଛି । ସୁରକ୍ଷା ଏବଂ ଅନ୍ୟାନ୍ୟ ବିଷୟକୁ ନେଇ ଯାହା କିଛି ଅଧିକ ଆବଶ୍ୟକତା ରହିଛି ସେସବୁ ଯୋଗାଇ ଦିଆଯିବ ବୋଲି ଏଠାରେ ଡ଼ିଜି ଡ଼ା. ଶର୍ମା ପ୍ରକାଶ କରିଛନ୍ତି । ସେହିଭଳି ଟଙ୍କା କାରବାର, ମଦ କାରବାର ଉପରେ ମଧ୍ୟ ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି । ଟଙ୍କା କାରବାରକୁ ରୋକିବା ପାଇଁ ସୀମାବର୍ତ୍ତୀ ମୁଖ୍ୟରାସ୍ତାରେ ନିୟମିତ ଯାଞ୍ଚ କରାଯିବ । ନିର୍ବାଚନ ସମୟରେ ଯାଞ୍ଚ କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବା ସହ ସନେ୍ଦହଜନକ ଗାଡ଼ିଗୁଡ଼ିକ ଉପରେ ତୀକ୍ଷ୍ଣ ନଜର ରଖାଯିିବ । ବେଆଇନ୍ ଅସ୍ତ୍ରଶସ୍ତ୍ର କାରବାର ଏବଂ ଅନ୍ୟ ଅପରାଧ ଧରପଗଡ଼ ଜାରି ରହିବ । ନିର୍ବାଚନ ନିମନ୍ତେ ଭାରତ ସରକାରଙ୍କୁ ସୁରକ୍ଷା ନିମନ୍ତେ କମ୍ପାନୀ ନିମନ୍ତେ ଅନୁରୋଧ କରାଯାଇଥିବା ବେଳେ ୨୯ଟି କମ୍ପାନୀ ମିଳିଛି । ସେଣ୍ଟ୍ରାଲ୍ ଆର୍ମଡ଼୍ ପୁଲିସ୍ ଫୋର୍ସ ଏବଂ ଅତିରିକ୍ତ ପୁଲିସ୍ ଫୋର୍ସ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ବ୍ରହ୍ମପୁର ପୁଲିସ୍ ଜିଲ୍ଲା ନିମନ୍ତେ ୨ଟି ଫୋର୍ସ, ଗଞ୍ଜାମ ପୁଲିସ୍ ଜିଲ୍ଲା ନିମନ୍ତେ ୨ଟି ଫୋର୍ସ, ଗଜପତି ନିମନ୍ତେ ୨ଟି, କନ୍ଧମାଳ ପାଇଁ ୨ଟି ଓ ବୌଦ୍ଧ ପାଇଁ ଗୋଟିଏ କମ୍ପାନୀ ଦାୟିତ୍ୱରେ ରହିବେ । ଏହି ଫୋର୍ସ ଦାୟିତ୍ୱରେ ଥିବା ଅଞ୍ଚଳରେ ସ୍କୁଲ କିମ୍ବା ନିକଟସ୍ଥ ଅଞ୍ଚଳରେ ରହିବା ପାଇଁ ବ୍ୟବସ୍ଥା କରାଯିବ । ନିର୍ବାଚନ ପୂର୍ବରୁ ନିର୍ବାଚନ ଅଞ୍ଚଳରେ ପ୍ରଚାର କାର୍ଯ୍ୟ ନିମନ୍ତେ ବହୁ ଭିଆଇପି ଏବଂ ଷ୍ଟାର୍ମାନେ ଯିବା ସମ୍ଭାବନା ରହିଥିବାରୁ ସେମାନଙ୍କ ସୁରକ୍ଷା ଏବଂ ପ୍ରାର୍ଥୀମାନଙ୍କ ସୁରକ୍ଷା ନେଇ ମଧ୍ୟ ଗୁରୁତ୍ୱ ଦିଆଯିବ ବୋଲି ଡ଼ିଜି ଡ଼ା. ଶର୍ମା ପ୍ରକାଶ କରିଛନ୍ତି । ଶୁକ୍ରବାର ହେଲିକପ୍ଟର ଯୋଗେ ଆସି ବ୍ରହ୍ମପୁରରେ ପହଞ୍ଚିବା ପରେ ବ୍ରହ୍ମପୁର ସ୍ଥିତ ଦକ୍ଷିଣାଞ୍ଚଳ ରେଞ୍ଜ କାର୍ଯ୍ୟାଳୟ ଠାରେ ଆୟୋଜିତ ବୈଠକ ଅବସରରେ ସେ ଏ ସମ୍ପର୍କରେ ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି । ବୈଠକରେ ଅତିରିକ୍ତ ପୁଲିସ୍ ଡ଼ିଜି (ଅପରେସନ୍) ଆର.ପି କୋଚେ, ଅତିରିକ୍ତ ପୁଲିସ୍ ଡ଼ିଜି (ଆଇନ ଶୃଙ୍ଖଳା) ସଞ୍ଜିବ କୁମାର ପଣ୍ଡା, ଗୁଇନ୍ଦା ନିଦେ୍ର୍ଦଶକ ସୁନୀଲ୍ କୁମାର ରାଏ, ଆଇଜି (ଏସ୍ଆଇଡ଼ବ୍ଲୁ୍ୟ) ଘନଶ୍ୟାମ ଉପାଧ୍ୟାୟ, ଦକ୍ଷିଣାଞ୍ଚଳ ପୁଲିସ୍ ଆଇଜି ୟତୀନ୍ଦ୍ରନାଥ କୋୟଲ, ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର, ଗଞ୍ଜାମ ଏସ୍ପି ବି୍ରଜେଶ କୁମାର ରାଏ, କନ୍ଧମାଳ ଏସ୍ପି ପ୍ରତୀକ ସିଂ, ଗଜପତି ଏସ୍ପି ସାରା ଶର୍ମା ଓ ବୌଦ୍ଧ ଏସ୍ପି ସୁଧାଂଶୁ ଶେଖର ମିଶ୍ର ଉପସ୍ଥିତ ଥିଲେ ।

ସେଆର କରନ୍ତୁ:



Powered by odothemes.com