cm-naveen-patnaik-nku-sadhu-santha-mane-ashribad-karuchanti-(3)

ନବୀନଙ୍କୁ ଆଶୀର୍ବାଦ କଲେ ସାଧୁସନ୍ଥ

9

ଭୁବନେଶ୍ୱର(ବୁ୍ୟରୋ): ଧର୍ମ ନିୟନ୍ତ୍ରିତ, ଶୋଷଣ ବନିିର୍ମୁକ୍ତ, ପକ୍ଷପାତବିହୀନ, ସର୍ବହିତପ୍ରଦ ଅଖଣ୍ଡ ଉକ୍ରଳ ନିର୍ମାଣ କରିବାକୁ ହେଲେ ସମସ୍ତଙ୍କୁ ସୁଶିକ୍ଷିତ, ସୁସଂଶ୍ଲିଷ୍ଟ ଏବଂ ସ୍ୱାବଲମ୍ବୀ ହେବାର ଆବଶ୍ୟକତା ରହିଛି । ଏହି ସମସ୍ତ ଗୁଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଠାରେ ବିଦ୍ୟମାନ ଥିବାରୁ ସେ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବା ଲାଗି ସାଧୁସନ୍ଥଙ୍କ ପକ୍ଷରୁ ଅଭୟ ଆଶିର୍ବାଦ ଦିଆଯାଇଛି ।
ଗୁରୁବାର ନବୀନ ନିବାସରେ କିଛି ସମୟ ପାଇଁ ଆଧ୍ୟାତ୍ମିକ ପରିବେଶ ଦେଖିବାକୁ ମିଳିଥିଲା । ଦେହରେ ଗେରୁଆ ବସ୍ତ୍ର ଶ୍ରୀମୁଖରେ ଜୟ ଜଗନ୍ନାଥ ସାଙ୍ଗକୁ ହରିବୋଲ ଧ୍ୱନିରେ ଫାଟି ପଡୁଥିଲା ନବୀନ ନିବାସ । ଉକ୍ରଳ ସାଧୁସନ୍ଥ ସନାତନ ଧର୍ମ ପରିଷଦର ଅନେକ ବାବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଥିଲେ । ଆସନ୍ତା ଦିନରେ ପରିଷଦ ପକ୍ଷରୁ ଭୁବନେଶ୍ୱରରେ ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଥିଲେ ବୋଲି ପରିଷଦର ମୁଖ୍ୟ ଉଦୟାନନ୍ଦ ପରବତ ମହାରାଜ କହିଛନ୍ତି । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ମୁଖ୍ୟମନ୍ତ୍ରୀ ପଞ୍ଚମ ଥର ଲାଗି ମୁଖ୍ୟମନ୍ତ୍ରୀ ହେବା ପାଇଁ ସମସ୍ତ ସାଧୁସନ୍ଥ ଆଶିର୍ବାଦ ପ୍ରଦାନ କରିଛନ୍ତି ବୋଲି ସେ କହିଛନ୍ତି ।

ସେଆର କରନ୍ତୁ:



Powered by odothemes.com