Dhana-basta-rakhi-rasta-abarodha,-HATADIHI

ଧାନ ବସ୍ତା ରଖି ରାସ୍ତା ଅବରୋଧ

17

ହାଟଡ଼ିହି(ଆପ୍ର): ହାଟଡିହୀ ବ୍ଲକ ବଡ଼ରମ୍ପାସ ସେବା ସମବାୟ ସମିତିରେ ଧାନର ଅଭାବୀ ବିକ୍ରିକୁ ନେଇ ଚାଷୀ ଅସନ୍ତୋଷ ପ୍ରକାଶ ପାଇଛି । ଚାଷୀ ମାନେ ସମିତିକୁ ଧାନ ବିକ୍ରି କରିବାକୁ ଆଣିଥିଲେ କିନ୍ତୁ ସମିତି ତରଫରୁ ଚାଷୀଙ୍କ ଠାରୁ କିଣାଯାଇ ନଥିଲା । ଫଳରେ ସମିତି ସମ୍ମୁଖ ରମ୍ପାସ-ସମଣା ରାସ୍ତାରେ ଧାନ ବସ୍ତା ରଖି ଅବରୋଧ କରିଥିଲେ । ଅଧିକାଂଶ ସମୟରେ ନିୟମିତ ଢ଼ଙ୍ଗରେ ଚାଷୀଙ୍କ ଠାରୁ ଧାନ ନିଆ ଯାଉ ନଥିବା ଚାଷୀମାନେ ଅଭିଯୋଗ କରିଥିଲେ । ସମିତି ସମ୍ପାଦକ ସୁରେଶ ରଣା କହିଛନ୍ତି ଯେ, ସପ୍ତାହର ତିନୋଟି ବାରିରେ ଧାନ କିଣା ହେଉଛି । ଯେଉଁ ଚାଷୀ ମାନଙ୍କ ଠାରୁ ଥରେ ଲେଖାଏଁ ଧାନ କିଣା ସରିଛି ସେହି ଚାଷୀ ମାନେ ପୁନଶ୍ଚ ଧାନ ବିକ୍ରୀ କରିବା ପାଇଁ ସମିତିକୁ ଧାନ ଆଣୁଛନ୍ତି । କିନ୍ତୁ ଯେଉଁ ମାନେ ଧାନ ବିକ୍ରୀ କରିନାହାଁନ୍ତି ସେମାନଙ୍କ ଠାରୁ ଧାନ କିଣିବା ପାଇଁ ଚେଷ୍ଟା କରାଯାଉଥିବା ବେଳେ ଏପରି ପରିସ୍ଥିତି ସୃଷ୍ଟି ହୋଇଛି । ଅପରପକ୍ଷେ ଚାଷୀମାନେ ରାସ୍ତା ଅବରୋଧ କରି ରାସ୍ତା ଉପରେ ଧାରଣା ଜାରି ରଖିଛନ୍ତି । ଚାଷୀଙ୍କଠାରୁ ଅଳ୍ପ ଧାନ କିଣି ବେପାରୀଙ୍କ ଠାରୁ ସମିତି ତରଫରୁ ଧାନ କିଣା ହେଉଥିବା କେତେକ ଚାଷୀ ଅଭିଯୋଗ କରିବା ସହ ଆତ୍ମହତ୍ୟା ଧମକ ବି ଦେଇଛନ୍ତି । ଘଟଣା ସ୍ଥଳରେ ପୁଲିସ ଉପସ୍ଥିତ ରହିଥିବା ବେଳେ ସମବାୟ ସମିତିରେ ତାଲା ଝୁଲୁଛି ।

ସେଆର କରନ୍ତୁ:



Powered by odothemes.com