‘ଦ୍ୱିତୀୟ ସବୁଜ ବିପ୍ଳବର ପ୍ରବେଶ ଦ୍ୱାର ହେବ ଓଡ଼ିଶା’

53

ନିର୍ଦ୍ଧାରିତ ସମୟରେ ଅନୁଦାନ ଖର୍ଚ୍ଚ କରିବାକୁ ପରାମର୍ଶ
ଭୁବନେଶ୍ୱର,(ବୁ୍ୟରୋ): କେନ୍ଦ୍ର ସରକାର ପୂର୍ବ ଭାରତରେ ଦ୍ୱିତୀୟ ସବୁଜ ବିପ୍ଳବ ଆରମ୍ଭ କରିବା ଲାଗି କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛନ୍ତି । ଓଡିଶା ଏହି ନୂତନ ସବୁଜ ବିପ୍ଳବର ପ୍ରବେଶ ଦ୍ୱାର ହେବ ବୋଲି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ରାଧାମୋହନ ସିଂହ ଆଜି ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ଉଚ୍ଚସ୍ତରୀୟ ବୈଠକରେ ଯୋଗଦେଇ କହିଛନ୍ତି । ଦ୍ୱିତୀୟ ସବୁଜ ବିପ୍ଳବ ପାଇଁ ଓଡିଶା ତଥା ପୂର୍ବ ଭାରତରେ ପର୍ଯ୍ୟାପ୍ତ ସୁଯୋଗ ରହିଛି । ଜାତୀୟସ୍ତରରେ ହେକ୍ଟର ପିଛା ଉପିାଦିକା ପରିମାଣ ୨୧ କ୍ୱିଣ୍ଟାଲ ଥିବା ବେଳେ ଓଡିଶାରେ ୧୬ କ୍ୱିଣ୍ଟାଲ ରହିଛି । ଓଡିଶାର ପ୍ରମୁଖ ଶସ୍ୟ ଉପିାଦନ ହେଉଛି ଧାନ । ତେବେ ଏହାର ଉପିାଦନ କ୍ଷେତ୍ରରେ ମଧ୍ୟ ରାଜ୍ୟ ପଛରେ ପଡିଛି । ଓଡିଶାରେ ହେକ୍ଟର ପିଛା ୧୮କ୍ୱିଣ୍ଟାଲ ରହିଥିବା ବେଳେ ଜାତୀୟସ୍ତରରେ ଏହି ହାର ୨୫ କ୍ୱିଣ୍ଟାଲ ରହିଛି । ଉପକୂଳବର୍ତୀ ରାଜ୍ୟ ଭାବେ ଓଡିଶା ବାରମ୍ବାର ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖିନ ହେଉଥିବାରୁ ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପରିଚାଳିତ କେନ୍ଦ୍ରର ଏନ୍ଡିଏ ସରକାର ଜରୁରୀକାଳୀନ ସହାୟତା ପାଇଁ ଥିବା ମାନଦଣ୍ଡରେ ପରିବର୍ତ୍ତନ ଆଣିଛନ୍ତି । ପୂର୍ବରୁ ୫୦ ପ୍ରତିଶତ ଫସଲ କ୍ଷତିଗ୍ରସ୍ତ ହେଲେ ଆପଦା ସହାୟତା ମିଳୁଥିଲା, କିନ୍ତୁ ଏବେ କେନ୍ଦ୍ର ସରକାର ସେହି ପରିମାଣ ୩୩ ପ୍ରତିଶତକୁ କମାଇ ଦେଇଛନ୍ତି । ଏହାଦ୍ୱାରା ଅନେକ ଚାଷୀ ଉପକୃତ ହେବେ । କେନ୍ଦ୍ର କୃଷି ମନ୍ତ୍ରୀ ମଧ୍ୟ କହିଥିଲେ, କେନ୍ଦ୍ର ସରକାର ସହାୟତା ଆବଣ୍ଟନରେ ପାତରଅନ୍ତର କରୁନାହାନ୍ତି । ୨୦୧୪-୧୫ରେ ଓଡିଶାକୁ ୧୫,୦୩୯ କୋଟି ଟଙ୍କାର ଟିକସ ଅଂଶ ମିଳିଥିବା ବେଳେ ୨୦୧୫-୧୬ରେ ତାହା ୨୪,୪୧୧ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ସେହିପରି ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା, ଅଣୁ ଜଳସେଚନ ପ୍ରକଳ୍ପ, ବର୍ଷାଶ୍ରିତ ଅଂଚଳ ବିକାଶ କାର୍ଯ୍ୟକ୍ରମ ଆଦି ଯୋଜନାରେ କେନ୍ଦ୍ର ସରକାର ପାଣ୍ଠି ଯୋଗାଣରେ କମ୍ କରିନାହାନ୍ତି । ସମୀକ୍ଷା ବୈଠକରେ ଜାତୀୟ ଅଣୁ ଜଳସେଚନ ମିଶନ ସମ୍ପର୍କରେ ସୂଚନା ଦେଇ ଶ୍ରୀ ସିଂହ କହିଥିଲେ, ଏବେ ପ୍ରାୟ ୬୦ ଭାଗ ଜମିକୁ ବର୍ଷର ଅଧିକାଂଶ ସମୟ ନିୟମିତ ପାଣି ମିଳୁନାହିଁ । ତେଣୁ ଜାତୀୟ ଅଣୁ ଜଳସେଚନ ମିଶନ ମାଧ୍ୟମରେ ଜମିକୁ ପାଣି ଯୋଗାଇ ଦେବାକୁ ପଦକ୍ଷେପ ନିଆଯିବ । ପ୍ରଧାନମନ୍ତ୍ରୀଙ୍କ ଘୋଷଣା ଅନୁଯାଇ ଦେଶରେ ଏବେ ମୃତ୍ତିକା ସ୍ୱାସ୍ଥ୍ୟକାର୍ଡ ପ୍ରଚଳନ କରାଯାଇଛି । ଏଥିଲାଗି ୨୮୮ କୋଟି ଟଙ୍କା ବିଭିନ୍ନ ରାଜ୍ୟକୁ ଦିଆଯାଇଛି । ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ପ୍ରସ୍ତୁତି ପାଇଁ ୮୮ଟି ବିଜ୍ଞାନାଗାର ପ୍ରତିଷ୍ଠା କରାଯାଇଛି । ଆସନ୍ତା ମାସ ସୁଦ୍ଧା ପ୍ରାୟ ୫ କୋଟି ମୃତିକା ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରିବା ଲାଗି ଲକ୍ଷ୍ୟ ରଖାଯାଇଛି । ୨୦୧୫ ମେ ୨୫ ତାରିଖ ପରଠାରୁ ନିମ ପ୍ରଲେପଯୁକ୍ତ ୟୁରିଆ ଉପିାଦନକୁ ବାଧ୍ୟତାମୂଳକ କରାଯାଇଛି । ଗତ ଡିସେମ୍ବରରୁ ଏ ପ୍ରକାର ୟୁରିଆ ଉପିାଦନ ଓ ଯୋଗାଣ ଆରମ୍ଭ ହୋଇଛି । ଫଳରେ ମାଟି ଓ ପାଣିର ପ୍ରଦୂଷଣ ହ୍ରାସ ପାଇଛି । ସେହିପରି କୃଷି କ୍ଷେତ୍ରରେ ଇ-ପ୍ରଶାସନ ବ୍ୟବସ୍ଥାର ପରିପ୍ରସାର ହେବା ଆବଶ୍ୟକ । ତେବେ ଏଥିପାଇଁ ଦିଆଯାଉଥିବା ଅର୍ଥ ଶୀଘ୍ର ଖର୍ଚ୍ଚ କରିବାକୁ ସେ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଥିଲେ । ରାଷ୍ଟ୍ରୀୟ କୃଷି ବଜାର ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇ ଶ୍ରୀ ସିଂହ କହିଥିଲେ, ୨୦୧୫-୧୬ ବର୍ଷରେ ୩୦୦ମଣ୍ଡିକୁ ଏହି ବ୍ୟବସ୍ଥାରେ ସାମିଲ କରାଯିବାର ଯୋଜନା ରହିଛି । ଏଥିପାଇଁ ୧୫୩ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ୨୦୧୮ମାର୍ଚ୍ଚ ସୁଦ୍ଧା ଦେଶର ମୋଟ ୫୮୫ଟି ମଣ୍ଡିକୁ ଏହି ବ୍ୟବସ୍ଥାରେ ଯୋଡି ଦିଆଯିବ । ସେହିପରି ରାଷ୍ଟ୍ରୀୟ ଗୋକୁଳ ମିଶନ ଏବଂ ପଶୁଧନ ମିଶନ ଅଧିନରେ ଦେଶୀ ପ୍ରଜାତିର ଗୋ-ସମ୍ପଦ ସଂରକ୍ଷଣ ପାଇଁ ଯୋଜନା ହୋଇଛି । ଗୋକୁଳ ମିଶନ ଅଧିନରେ ଚଳିତ ଦ୍ୱାଦଶ ପଞ୍ଚବାର୍ଷିକ ଯୋଜନାରେ ୫୦୦କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ଗୋ-ସମ୍ପଦ ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ପଡୁଛି । କୃଷି ବୈଜ୍ଞାନିକ ଓ ଯୋଜନା ପ୍ରଣୟନକାରୀମାନେ ଏ ଦିଗରେ ଧ୍ୟାନ ଦେବା ଦରକାର ବୋଲି ଶ୍ରୀ ସିଂହ କହିଥିଲେ । ଏବେ ଭାରତ ବିଶ୍ୱରେ କ୍ଷୀର ଉପିାଦନରେ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ଜଳବାୟୁ ପରିବର୍ତ୍ତନର କୁପ୍ରଭାବ ଯେପରି ଏହା ଉପରେ ନପଡେ ସେଥିପ୍ରତି ଦୃଷ୍ଟି ଦେବାକୁ ସେ ଆହ୍ୱାନ ଦେଇଥିଲେ । ଶେଷରେ ନୀଳ ବିପ୍ଳବ ବା ବ୍ଲୁ ରେଭଲ୍ୟୁସନ ସମ୍ପର୍କରେ ଶ୍ରୀ ସିଂହ କହିଥିଲେ, ଓଡିଶା ସମେତ ଦେଶର ଅନେକ ଭାଗରେ ଆଭ୍ୟନ୍ତରୀଣ ମଧୂର ଜଳ ମାଛ ଚାଷ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି । ସେହିପରି ସାମୁଦ୍ରିକ ମସି୍ୟ ଉପିାଦନ ବୃଦ୍ଧି ଲାଗି ସୁଯୋଗ ରହିଛି । ଓଡିଶାର ସୁଦୀର୍ଘ ବେଳାଭୂମି ଏବଂ ଉନ୍ନତ ଜଳ ସମ୍ପଦ ମସି୍ୟ ଚାଷ ତଥା ମାଛ ଉପିାଦନ ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି କରୁଛି । ଏଣୁ ଏଠାକାର ଚାଷୀମାନଙ୍କୁ ଗୋ-ପାଳନ, କୁକୁଡା ପାଳନ ସହିତ ମାଛ ଚାଷ ଦିଗରେ ପ୍ରୋସିାହିତ କରି ବହୁବିଧ ଚାଷ ପ୍ରଣାଳୀକୁ ଆଗେଇ ନେବାରେ ରାଜ୍ୟ ସରକାର ପ୍ରୟାସ କରିବାକୁ ଶ୍ରୀ ସିଂହ ପରାମର୍ଶ ଦେଇଥିଲେ । ସମୀକ୍ଷା ବୈଠକରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସମବାୟ ମନ୍ତ୍ରୀ ଡଃ ଦାମୋଦର ରାଉତ ଏବଂ ରାଜ୍ୟ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ, କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୂଳପତି ଏବଂ କୃଷି ବୈଜ୍ଞାନିକମାନେ ଯୋଗ ଦେଇଥିଲେ ।

ସେଆର କରନ୍ତୁ:



Powered by odothemes.com