hd-devegouda-and-bjd-team

ଦେବେଗୌଡାଙ୍କୁ ଭେଟି ସମର୍ଥନ ଲୋଡ଼ିଲା ବିଜେଡି

22

ମହିଳାଙ୍କ ଲାଗି ୩୩% ସ୍ଥାନ ସଂରକ୍ଷଣ
ଭୁବନେଶ୍ୱର(ବୁ୍ୟରୋ): ସଂସଦ ଓ ସମସ୍ତ ବିଧାନସଭାରେ ମହିଳାମାନଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ କରିବା ଲାଗି ବିଜେଡିର ପ୍ରତିନିଧିଦଳ ଜନତା ଦଳ (ଏସ୍‌)ସଭାପତିଙ୍କୁ ଭେଟି ସମର୍ଥନ ଲୋଡ଼ିଛନ୍ତି । ବିଜେଡି ତରଫରୁ ସାଂସଦ ନଗେନ୍ଦ୍ର ପ୍ରଧାନ ଏବଂ ରବୀନ୍ଦ୍ର କୁମାର ଜେନା ଜନତା ଦଳ (ଏସ୍‌) ସଭାପତି ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବେଗୌଡ଼ାଙ୍କୁ ବେଙ୍ଗାଲୁରୁସ୍ଥିତ ବାସଭବନରେ ଭେଟି ସଂସଦ ଓ ସମସ୍ତ ବିଧାନସଭାରେ ମହିଳାଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ କରିବା ଲାଗି ନୀତିଗତ ସମର୍ଥନ ଲୋଡ଼ି ବିଜୁ ଜନତା ଦଳ ସଭାପତି ଲେଖିଥିବା ପତ୍ର ହସ୍ତାନ୍ତର କରିଥିଲେ । ଶ୍ରୀ ଦେବେଗୌଡ଼ା ଏ ପ୍ରସଙ୍ଗରେ ସକାରାତ୍ମକ ମନ୍ତବ୍ୟ ପ୍ରଦାନ କରିବା ସହିତ ଆଶା ପ୍ରକାଶ କରିଥିଲେ ଯେ ଏହି ପ୍ରୟାସ ଯେପରି ସଫଳ ହୁଏ । ତତ୍‌ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ଉଦ୍ୟମକୁ ସ୍ୱାଗତ କରିବା ସହିତ ପ୍ରଶଂସା କରିଥିଲେ । ମହିଳାମାନଙ୍କ କ୍ଷେତ୍ରରେ ଶ୍ରୀ ପଟ୍ଟନାୟକ ଯେଉଁ ପଦକ୍ଷେପ ନେଇଛନ୍ତି, ତାହା ସ୍ୱାଗତଯୋଗ୍ୟ ବୋଲି ଶ୍ରୀ ଦେବେଗୌଡ଼ା କହିଥିଲେ । ସୂଚନାଯୋଗ୍ୟ, ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶକ୍ରମେ ବିଜେଡିର ପ୍ରତିନିଧିମାନେ ଭାରତବର୍ଷର ୨୨ଟି ଜାତୀୟ ଓ ଆଞ୍ଚଳିକ ଦଳମାନଙ୍କୁ ଭେଟି ସଂସଦ ଓ ବିଧାନସଭାରେ ମହିଳାମାନଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ କରିବା ଲାଗି ସମର୍ଥନ ସଂଗ୍ରହ କରୁଛନ୍ତି ।

ସେଆର କରନ୍ତୁ:



Powered by odothemes.com