raghunath-murmu-hosp

ଦୀର୍ଘଦିନର ସ୍ୱପ୍ନ ପୂରଣ ହେଲା: ମୁଖ୍ୟମନ୍ତ୍ରୀ

64

ଲୋକାର୍ପିତ ହେଲା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ
ଉଦଳା, ୬ା୯(ସନ୍ଦିପ ମହାନ୍ତି): ସବୁଜିମାରେ ଭରା ମୟୂରଭଞ୍ଜ ଜିଲ୍ଲାବାସୀଙ୍କ ୪୦ ବର୍ଷର ସ୍ୱପ୍ନ ଆଜି ପୂରଣ ହୋଇଛି । ବାରିପଦାରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ଦୀର୍ଘଦିନ ହେବ ଆନେ୍ଦାଳନ କରାଯାଇଥିଲା । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରିପଦାଠାରେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜକୁ ଲୋକାର୍ପିତ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମୟୂରଭଞ୍ଜବାସୀଙ୍କର ଦୀର୍ଘଦିନର ସ୍ୱପ୍ନ ପୂରଣ ହେବା ସହ ଏହି ମେଡିକାଲ କଲେଜଟି ସ୍ଥାନୀୟ ଅଞ୍ଚଳରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ଆଣିପାରିବ । ବାରିପଦା ମେଡିକାଲ କଲେଜକୁ ନେଇ ସାରା ମୟୂରଭଞ୍ଜବାସୀଙ୍କ ମନରେ ଖୁସିର ଲହଡି ଖେଳୁଛି । କାରଣ ଏବେ ଆଉ ସ୍ୱାସ୍ଥ୍ୟସେବାରେ ପଛୁଆ ହୋଇ ପଡିବ ନାହିଁ ମୟୂରଭଞ୍ଜ ଜିଲ୍ଲା । ଆଜି ଏହି ଉଦଘାଟନୀ ଉସôବରେ ଜନ ସମୁଦ୍ର ପାଲଟିଥିଲା ମେଡିକାଲ୍ କଲେଜ ପରିସର । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ତାଙ୍କ ବକ୍ତବ୍ୟ ଆରମ୍ଭ କରିଥିଲେ । ସେ କହିଥିଲେ ଯେ ସାନ୍ତାଳୀ ଭାଷାଭାଷି ଲୋକମାନଙ୍କ ପାଇଁ ଓଲିଚିକି ଲିପି ପ୍ରସ୍ତୁତ କରିବା ସହ ଶିକ୍ଷା ଓ ସଂସ୍କୃତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଯାଇଛନ୍ତି । ପଣ୍ଡିତ ମୁର୍ମୁଙ୍କ ଆଦର୍ଶରେ ସମାଜ ପାଇଁ କିଛି ଅବଦାନ ରଖିବା ଓ ସମାଜର ଅବହେଳିତ ବର୍ଗ ଲୋକଙ୍କ ସଶକ୍ତିକରଣ ପାଇଁ କାର୍ଯ୍ୟ କରିବାକୁ ସେ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ଓଡିଶାର ସାମଗ୍ରିକ ବିକାଶ ବିଶେଷକରି ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉନ୍ନତି ପାଇଁ ଅବଦାନ ରଖିଥିବା ବିଶିଷ୍ଟ ବରପୁତ୍ର ମୟୂରଭଞ୍ଜ ମହାରାଜ ସ୍ୱର୍ଗତଃ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଓ ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କ ସ୍ମୃତିଚାରଣ କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟର ଦୁର୍ଗମ ଓ ଆଦିବାସୀ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ଓ ସ୍ୱାସ୍ଥ୍ୟ ଶିକ୍ଷାର ପ୍ରକାଶ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ ଜାରି ରହିଛି । ୨୦୦୦ ମସିହାରେ ରାଜ୍ୟରେ ସମୁଦାୟ ଏମ୍ବିବିଏସ୍ ସିଟ୍ ସଂଖ୍ୟା ୩୨୧ ଥିବାବେଳେ କୋରାପୁଟରେ ମେଡିକାଲ କଲେଜ ଓ ବାରିପଦା ମେଡିକାଲ କଲେଜ ପ୍ରତିଷ୍ଠା ହେବା ଫଳରେ ଏହି ସଂଖ୍ୟା ୮୫୦କୁ ବୃଦ୍ଧି ପାଇଛି । ଆସନ୍ତାବର୍ଷ ଶେଷ ସୁଦ୍ଧା ଏମ୍ବିବିଏସ୍ ଆସନ ସଂଖ୍ୟା ୧୦୦୦କୁ ଟପିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ନିଜର ବୃତ୍ତି ଓ ଆଦର୍ଶକୁ ବଜାୟ ରଖି ଗରିବ ଲୋକଙ୍କୁ ଶ୍ରଦ୍ଧା ଓ ଅନୁକମ୍ପାର ସହ ସେବା କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ ।
ମୁଖ୍ୟମନ୍ତ୍ରୀ ବାରିପଦାରେ ପହଞ୍ଚôବା ପରେ ଏକ ବିରାଟ ବାଇକ୍ ଶୋଭାଯାତ୍ରାରେ ଭବ୍ୟ ସ୍ୱାଗତ କରାଯାଇ ତାଙ୍କୁ କଲେଜ ପରିସରକୁ ପାଛୋଟି ନିଆଯାଇଥିଲା । ମୁଖ୍ୟମନ୍ତ୍ରୀ ମେଡିକାଲ କଲେଜ ପରିସରରେ ପହଞ୍ଚôବା ପରେ ପ୍ରବେଶ ପଥରେ ଫଳକ ଉନ୍ମୋଚନ କରିଥିଲେ । ତତ୍ପରେ ମଧ୍ୟାହ୍ନ ୧୨ ଟାରେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ୍ କଲେଜର ୧୦୦୦ ସିଟ୍ ବିଶିଷ୍ଟ ଅଡିଟୋରିୟମରେ ଆୟୋଜିତ ଉଦଘାଟନୀ ଉସôବରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ । ସେଠାରେ ମୁଖ୍ୟମନ୍ତ୍ରୀ ପ୍ରଦୀପ ପ୍ରଜ୍ଜଳନ କରି ଏହି କଲେଜକୁ ଉଦ୍ଘାଟନ କରିଥିଲେ । ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ନିଜର ଅଭିଭାଷଣ ରଖି କହିଥିଲେ ଯେ, ଏହି ମେଡିକାଲ କଲେଜ ଦ୍ୱାରା କେବଳ ମୟୂରଭଞ୍ଜ ନୁହେଁ ପଡୋଶୀ ଜିଲ୍ଲା ଯଥା, ବାଲେଶ୍ୱର, ଭଦ୍ରକ, କେଉଁଝର ଆଦି ଅଞ୍ଚଳର ଲୋକେ ଉପକୃତ ହୋଇପାରିବେ । ଏହା ପରେ ମୁଖ୍ୟମନ୍ତ୍ରୀ ମଞ୍ଚରୁ ଓହ୍ଲାଇ ଅଡିଟୋରିୟମରେ ବସିଥିବା ଛାତ୍ରଛାତ୍ରୀଙ୍କ ସହିତ ଫଟୋ ଉଠାଇଥିଲେ ।
ପ୍ରକାଶ ଯେ, ୧୦୦ ଆସନ ବିଶିଷ୍ଟ ଏମବିବିଏସ୍ ସିଟ୍ରେ ଛାତ୍ରଛାତ୍ରୀମାନଙ୍କ ନାମ ଲେଖା ସରିଯାଇଥିବା ବେଳେ ସର୍ବଭାରତୀୟ କୋଟାରେ ୧୧ ଜଣ ନାମ ଲେଖାଇଛନ୍ତି । ତେବେ ଆଜିଠାରୁ ଏହି ମେଡିକାଲ କଲେଜରେ ବିଧିବଦ୍ଧ ଭାବରେ ପାଠପଢା ଆରମ୍ଭ ହୋଇଛି । ଏହି ମେଡିକାଲ କଲେଜରେ ଛାତ୍ରଛାତ୍ରୀମାନଙ୍କୁ ଉନ୍ନତ ମାନର ଶିକ୍ଷା ପ୍ରଦାନ ନିମନ୍ତେ କ୍ୟାମ୍ପସ୍, ଶ୍ରେଣୀ ଗୃହ, ଏକାଡେମୀ କୋଠା, ଲାଇବ୍ରେରୀ, ଲାବରୋଟରୀ, ହଷ୍ଟେଲ ଆଦି ନିର୍ମାଣ ହୋଇଛି । ଏପରିକି ହଷ୍ଟେଲରେ ଛାତ୍ରଛାତ୍ରୀମାନେ ରହି ସାରିଥିବା ବେଳେ ପ୍ରଥମ ବ୍ୟାଚ୍ର ପାଠପଢା ଆଜି ଠାରୁ ଆରମ୍ଭ ହୋଇଯାଇଛି । ୧୭୨ କୋଟି ଟଙ୍କା ବ୍ୟୟ ଅଟ୍ଟକଳରେ ନିର୍ମିତ ଏହି କଲେଜରେ ଆର୍ଥ ସିଟିସ୍କାନ୍, ଏମଆରଆଇ, ଡାଇଲୋସିସ୍, ଆଇସିୟୁର ସୁବିଧା ରହିଛି । ଏହା ବ୍ୟତୀତ ରୋଗୀ ସେବା ଯୋଗାଇ ଦେବା ନିମନ୍ତେ ୧୧୦ ଜଣ ନର୍ସ, ୪୦ ଜଣ ଲାବରୋଟରୀ ଟେକ୍ନସିଆନ୍ ଓ ୨୦ ଜଣ ରେଡିଓଲୋଜି ଟେକ୍ନିସିଆନଙ୍କୁ ନିଯୁକ୍ତି ଦିଆଯାଇଥିବା ଜଣାଯାଇଛି ।
ଆୟୋଜିତ ଏହି ଉସôବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଉପ ବାଚସ୍ପତି ସାନନ୍ଦ ମାରାଣ୍ଡି, ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା, ଦୁଇ ପୂର୍ବତନ ମନ୍ତ୍ରୀ ଅରୁଣ କୁମାର ସାହୁ, ସୁଦାମ ମାରାଣ୍ଡି, ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ୍, ସ୍ୱାସ୍ଥ୍ୟ ସଚିବ ପ୍ରମୋଦ ମେହେର୍ଦ୍ଦା, ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜର ଡିନ୍ ଶ୍ରୀକୃଷ୍ଣ ମହାପାତ୍ରଙ୍କ ସମେତ ମୟୂରଭଞ୍ଜ ଜିଲ୍ଲାର ସମସ୍ତ ନିର୍ବାଚନମଣ୍ଡଳୀର ବିଧାୟକମାନେ ମଞ୍ଚାସୀନ ହୋଇଥିଲେ ।

ସେଆର କରନ୍ତୁ:



Powered by odothemes.com