IMG-20181216-WA0023

ଦଳିତ ମହାସଂଘର ଜିଲ୍ଲାସ୍ତରୀୟ ସମାବେଶ

32

ଭଦ୍ରକ,୧୬ ।୧୨(ଆପ୍ର): ଭଦ୍ରକରେ ଜିଲ୍ଲା ଦଳିତ ମହାସଂଘ ପକ୍ଷରୁ ଜିଲ୍ଲାସ୍ତରୀୟ ଦଳିତ ସମାବେଶ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଂଘର ଜିଲ୍ଲା ସଭାପତି ତଥା ସାମ୍ବାଦିକ ରାଜେନ୍ଦ୍ର ପ୍ରସାଦ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମାବେଶ ସଭାରେ ମୁଖ୍ୟ ଅତିଥି ସତ୍ୟପ୍ରକାଶ ସେଠୀ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଅଗଣି ଜେନା ଯୋଗ ଦେଇଥିଲେ । ସମ୍ମାନୀତ ଅତିଥି ଆଇନଜୀବୀ ତଥା ସ୍ୱାଭିମାନ ମଞ୍ଚ ସଭାପତି ତାହେର ମହମ୍ମଦ, ଆଇନଜୀବୀ ଅମିତାବାଳା ଆଚାର୍ଯ୍ୟ, ସମାଜସେବିକା ଜମ୍ବୁବତୀ ଦାସ ପ୍ରମୁଖ ଯୋଗଦେଇ ଆମ୍ବେଦକରଙ୍କ ବହୁମୁଖୀ ପ୍ରତିଭା ସଂପର୍କରେ ବକ୍ତବ୍ୟ ଦେଇଥିଲେ ।
ମୁଖ୍ୟ ଅତିଥି ଶ୍ରୀ ସେଠୀ ତାଙ୍କ ବକ୍ତବ୍ୟରେ ବାବାସାହେବ ଆମ୍ବେଦକର ସମଗ୍ର ଭାରତବର୍ଷର ଦଳିତ ସମାଜର ଉତ୍ଥାନ ପାଇଁ ଯେଉଁ ତ୍ୟାଗ, ସଂଘର୍ଷ କରିଯାଇଛନ୍ତି ତାହା ଦଳିତ ସମାଜ ପାଇଁ ଚିରସ୍ମରଣୀୟ ବୋଲି ବର୍ଣ୍ଣନା କରିଥିଲେ ।ତାଙ୍କରି ତ୍ୟାଗ ଓ ସଂଘର୍ଷ ଯୋଗୁ ଆଜି ଦଳିତ ସମାଜ ସାମାଜିକ ମୁଖ୍ୟସ୍ରୋତକୁ ଆସି ସମାଜରେ ବାଟ ଚାଲି ପାରୁଛନ୍ତି ବୋଲି ବକ୍ତବ୍ୟ ଦେଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବୀ ଗିରିଧାରୀ ନାଥ, ଶରତ ମହାକୁଡ, ଧନେଶ୍ୱର ମଲ୍ଲିକ ଅକ୍ଷୟ ମଲ୍ଲିକ, ରାମହରି ଦାସ, ଉମାକାନ୍ତ ଜେନା ପ୍ରମୁଖ ବକ୍ତବ୍ୟ ଦେଇଥିଲେ । ସାମ୍ବାଦିକ ଜଗନ୍ନାଥ ମଲ୍ଲିକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଯୁବ କର୍ମୀ ମନୋଜ ମଲ୍ଲିକ ସଭା ପରିଚାଳନା କରିଥିଲେ । ସେହିପରି ସମାଜର ବିଭିନ୍ନ ବର୍ଗରେ କୃତିତ୍ୱ ଲାଭ କରିଥିବା ସାମ୍ବାଦିକ ଜ୍ଞାନପ୍ରକାଶ ପାଣି, ଯୁବ ସମାଜସେବୀ ଏନାମୁଲ ହକ ଖାଁ, ବିଶିଷ୍ଟ ମୃଦଙ୍ଗ ବାଦକ ଧନେଶ୍ୱର ଜେନା ଏବଂ ବିଏସଏସ ସ୍ୱେଚ୍ଛାସେବୀ ସଂଗଠନକୁ ଦଳିତ ସମାଜ ଦରଦୀବନ୍ଧୁ ସମ୍ମାନରେ ସମ୍ମାନୀତ କରାଯାଇଛି । ଆୟୋଜିତ ସମାବେଶ ସଭାରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଶତାଧିକ କର୍ମୀ ଯୋଗ ଦେଇଥିଲେ । ସଭା ଶେଷରେ ଦେବାଶିଷ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ।

ସେଆର କରନ୍ତୁ:



Powered by odothemes.com