3

ଢେଙ୍କାନାଳ-କାଙ୍କଡ଼ପାଳ ରାସ୍ତା ଅତି ଶୋଚନୀୟ

6

ଢେଙ୍କାନାଳ,୧୫ା୩(ଆପ୍ର): ଢେଙ୍କାନାଳ-କାଙ୍କଡ଼ପାଳ ରାସ୍ତା ଅତି ଶୋଚନୀୟ ଅବସ୍ଥାରେ ରହିଛି । ଏହାକୁ ଶୀଘ୍ର ମରାମତି କରିବାକୁ ପଞ୍ଚାୟତବାସୀ ଦାବି କରିଛନ୍ତି । ଢେଙ୍କାନାଳ ମୁ୍ୟନିସିପାଲିଟି ଅଞ୍ଚଳ ଠାରୁ ମାତ୍ର ୩ କିଲୋମିଟର ଦୂରକୁ ଗଲେ କାଙ୍କଡ଼ପାଳ ପଞ୍ଚାୟତ ପଡ଼େ । ଉକ୍ତ ପଞ୍ଚାୟତ ରାସ୍ତା ଦେଇ ଦିନକୁ ଶହ ଶହ ୪ ଚକିଆ ଓ ୨ ଚକିଆ ଯାନ ଗମନାଗମନ କରେ । ଅନେକ ଦିନ ଢେଙ୍କାନାଳ ମୁଖ୍ୟ ହେଡକ୍ୱାର୍ଟରକୁ ଆସିବା ପାଇଁ ଉକ୍ତ ରାସ୍ତା ଉପରେ ନିର୍ଭରଶୀଳ । ନିକଟରେ ଯାଇଥିବା ଯୋରନ୍ଦା ଯାତ୍ରାରେ ଉକ୍ତ ରାସ୍ତା ଦେଇ ଶହ ଶହ ଗାଡ଼ି ମୋଟର ମଧ୍ୟ ଯାଏ । ମାତ୍ର ଦୀର୍ଘଦିନ ହେବ ଉକ୍ତ ରାସ୍ତା ମରାମତି ନହୋଇ ଶୋଚନୀୟ ହୋଇ ପଡ଼ିରହିଛି । ଉକ୍ତ ରାସ୍ତାଟି ପୂର୍ତ୍ତ ବିଭାଗ ଅନ୍ତର୍ଗତ । ଆଉ ମାତ୍ର ଅଳ୍ପ କେତେଦିନ ପରେ ସାଧାରଣ ନିର୍ବାଚନ ହେବାକୁ ଥିବାବେଳେ ଗାଡ଼ିମାନଙ୍କ ସଂଖ୍ୟା ଆହୁରି ବଢ଼ିଯିବ । ଏହାର ମରାମତି ନେଇ କେହି ଆଗ୍ରହ ପ୍ରକାଶ କରୁନାହାନ୍ତି । ଏହି ରାସ୍ତା ନିକଟରେ ଏକ ବିଦ୍ୟାଳୟ ମଧ୍ୟ ରହିଛି । ପିଲାମାନେ ଉକ୍ତ ବିପଦଶଙ୍କୁଳ ରାସ୍ତାରେ ଯିବା ଆସିବା କରୁଛନ୍ତି । ପ୍ରଶାସନ ପକ୍ଷରୁ ଯଥାଶୀଘ୍ର ଉକ୍ତ ରାସ୍ତାର ମରାମତି ପାଇଁ ଗ୍ରାମ କମିଟି ଦାବି କରିଛି ।

ସେଆର କରନ୍ତୁ:



Powered by odothemes.com