DJ---2019-PHOTO-TIHIDI

ଡିଜେ ଶଦ୍ଦରେ ବୃଦ୍ଧବୃଦ୍ଧା ଅସ୍ତବ୍ୟସ୍ତ

13

ହାଇକୋର୍ଟଙ୍କ ନିଦେ୍ର୍ଦଶକୁ ବେଖାତିର
ତିହିଡି,୨୫ା୩(ଆପ୍ର): ବିବାହ ହେଉକି ମେଳନ ଶୋଭାଯାତ୍ରା ହେଉ ସବୁଥିରେ ଡିଜେ ସାଉଣ୍ଡ ଏବଂ ଯାନବାହନର କାନଫଟା ହର୍ଣ୍ଣ ଶଦ୍ଦ ଲୋକଙ୍କୁ ଅସ୍ତବ୍ୟସ୍ତ କରିପକାଇଲାଣି । ଅନେକ ସମୟରେ ଏଥିଯୋଗୁ ରାସ୍ତାରେ ଦୁର୍ଘଟଣାାମାନ ଘଟୁଥିବା ଦେଖିବାକୁ ମିଳୁଛି । ବାହାଘର ଋତୁରେ ଯେଉଁ ରାସ୍ତା ଦେଇ ବିବାହ ଶୋଭାଯାତ୍ରା ଯାଉଛି ସେସବୁ ଅଞ୍ଚଳରେ ଡିଜେ ସାଉଣ୍ଡରେ ପିଲାଙ୍କ ପାଠପଢାରେ ବ୍ୟାଘାତ ସୃଷ୍ଟି ହେବା ସହ ବୟସ୍କ ବ୍ୟକ୍ତି ଓ ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ପ୍ରଭାବ ପକାଉଛି । ଏହାକୁ ଦୃଷ୍ଟିରେ ରଖି ୨୦୦୮ ମସିହାରେ ହାଇକୋର୍ଟ ଏହା ଉପରେ ଅଙ୍କୁଶ ଲଗାଇବା ପାଇଁ ନିଦେ୍ର୍ଦଶ ଦେଇଥିଲେ । ଡିଜେ ସିଷ୍ଟମ ଏବଂ ଗାଡିମୋଟରରେ ଲାଗୁଥିବା ହର୍ଣ୍ଣର ଶଦ୍ଦ ଯେପରି ୬୫ ଡିସିବଲ ମଧ୍ୟରେ ସୀମିତ ରହେ ସେଥିପ୍ରତି ଦୃଷ୍ଟି ଦେବାକୁ ରାଜ୍ୟ ସରକାରଙ୍କୁ ନିଦେ୍ର୍ଦଶ ଦେଇଥିଲେ । ତେବେ ହାଇକୋର୍ଟଙ୍କ କଟକଣା ସତ୍ୱେ ପୋଲିସ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ କରୁନାହିଁ । ଫଳରେ ବେଧଡକ ଭାବେ ବିବାହ ଶୋଭାଯାତ୍ରାରେ ଡିଜେ ସାଉଣ୍ଡ ସିଷ୍ଟମ ହେଉ କି ଗାଡିମୋଟର ହର୍ଣ୍ଣ ସବୁ କ୍ଷେତ୍ରରେ ଶଦ୍ଦର ମାତ୍ର ବଢାଇବା ଏବେ ପ୍ରତିଯୋଗିତାରେ ପରିଣତ ହୋଇଛି । ଶଦ୍ଦ ପ୍ରଦୂଷଣରେ ଜନଜୀବନ ଅସ୍ତବ୍ୟସ୍ତ ହେବା ଲକ୍ଷ୍ୟ କରି ୧୯୯୯ ମସିହାରେ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର ହୋଇଥିଲା । ବିବାହ ଶୋଭାଯାତ୍ରାରେ ବାଜୁଥିବା ବ୍ୟାଣ୍ଡ ଓ ଡିଜେ ସିଷ୍ଟମରୁ ନିର୍ଗତ ଭୟଙ୍କର ଶଦ୍ଦକୁ ନିୟନ୍ତ୍ରଣ କରିବା ଏହି ମାମଲାର ଉଦେ୍ଦଶ୍ୟ ଥିଲା । ଏହା ଉପରେ ପୁନଶ୍ଚ ୨୦୦୮ ମସିହାରେ ଏକ ମିସ୍ କେଶ୍ ଦାୟର ହେବା ପରେ କୋର୍ଟ ଏହାର ଶୁଣାଣି କରି ଶଦ୍ଦ ପ୍ରଦୂଷଣ ନୀତିନିୟମ ଆଧାରରେ ନିଷ୍ପତି ଶୁଣାଇଥିଲେ । ଶଦ୍ଦ ପ୍ରଦୂଷଣର କାରଣ ବନିଥିବା ବ୍ୟାଣ୍ଡ ଓ ଡିଜେ ସାଉଣ୍ଡ ସିଷ୍ଟମରେ ଅଙ୍କୁଶ ଲଗାଇବାକୁ କୋର୍ଟ ସରକାରଙ୍କ ନିଦେ୍ର୍ଦଶ ଦେଇଥିଲେ । ସଂପୃକ୍ତ ବ୍ୟାଣ୍ଡ ନିଜର ସିଷ୍ଟମରେ ସାଉଣ୍ଡ ଲିମିଟର ଲଗାଇ ଏହି ଶଦ୍ଦକୁ ୬୫ ଡେସିିବଲ୍ ମଧ୍ୟରେ ରଖିବେ । ସ୍ଥାନୀୟ ପୁଲିସ ସାଉଣ୍ଡ ମନିଟର ଯନ୍ତ୍ର ସାହାଯ୍ୟରେ ଏହି ଶଦ୍ଦକୁ ମାପିବେ । ନିର୍ଦ୍ଧାରିତ ୬୫ ଡେସିବଲରୁ ଅଧିକ ଶଦ୍ଦ ହେଉଥିଲେ ତତ୍କ୍ଷାଣତ କଡାକଡି କାର୍ଯ୍ୟାନୁଷ୍ଠାନ ପାଇଁ ନିଦେ୍ର୍ଦଶ ଥିଲା । ଏଥିପାଇଁ ରାଜ୍ୟ ଗୃହ ବିଭାଗ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଥିଲେ । ତେବେ ୨ ବର୍ଷ ଯାଏ ନାନା ବାଦବିବାଦର ଆଳ ଦେଖାଇ ସରକାର ଏ ଦିଗରେ ନିରବ ରହିବାରୁ ପୁନଶ୍ଚ ୨୦୧୦ ମସିହାରେ ହାଇକୋର୍ଟ ଏହି ଆଇନକୁ ପାଳନ କରିବା ପାଇଁ ସରକାରଙ୍କୁ ତାଗିଦ୍ କରିଥିଲେ । ହାଇକୋର୍ଟଙ୍କ କଡା ତାଗିଦ ପରେ ବିବାହ ଶୋଭାଯାତ୍ରାରେ କିଛି ପୁଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିଲା । ପୁଲିସ ପ୍ରଶାସନ ପକ୍ଷରୁ ଜିଲ୍ଲାରେ ଥିବା ବ୍ୟାଣ୍ଡପାର୍ଟିଗୁଡିକ ଏସପିଙ୍କ ଦପ୍ତରରେ ରେଜିଷ୍ଟ୍ରେସନ କରିବା ପାଇଁ ନିଦେ୍ର୍ଦଶ ଜାରି ହୋଇଥିଲା । ଅଧିକ ଶଦ୍ଦ ଉତ୍ପନ୍ନକାରୀ ଭାବେ ଡିଜେ ଯନ୍ତ୍ର ବଜାଇବା ସଂପୂର୍ଣ୍ଣ ନିଷିଦ୍ଧ ହୋଇଥିଲା । ତଦନୁଯାୟୀ କେବଳ ଜିଲ୍ଲାରେ ଆଜି ସୁଦ୍ଧା କେତୋଟି ବ୍ୟାଣ୍ଡପାର୍ଟି ପୁଲିସରେ ପଞ୍ଜିକରଣ ହୋଇଛି ତାହା ଜଣାପଡିନାହିଁ । ତେବେ ବ୍ୟାଣ୍ଡ ବଦଳରେ ଏବେ ବିବାହ ଶୋଭାଯାତ୍ରାରେ ସାଉଣ୍ଡ ଲିମିଟ୍ର ନ ଥିବା ଡିଜେ ସିଷ୍ଟମ ବେଶୀ ଦେଖିବାକୁ ମିଳୁଛି । ବିବାହ ଶୋଭାଯାତ୍ରା ପାଇଁ ପୁଲିସ ପାଖରୁ ମିଳୁଥିବା ଅନୁମତିପତ୍ରରେ ଡିଜେ ବଜାଇବା ନିଷେଧ ବୋଲି ଲେଖାଥିବା ବେଳେ ଏହାକୁ କେହି ମାନୁନାହାନ୍ତି । ଅନ୍ୟପକ୍ଷରେ ଶଦ୍ଦ ପ୍ରଦୂଷଣକାରୀ ଭାବେ ବସ୍ ଟ୍ରକରେ ଲାଗୁଥିବା ପ୍ରେସର ହର୍ଣ୍ଣ ଉପରେ ମଧ୍ୟ ଏହି କଟକଣା ଲାଗିନାହିଁ । ଏପରିକି ବାଇକ୍ରେ ମଧ୍ୟ ପ୍ରେସର ହର୍ଣ୍ଣ ଲାଗିଥିବା ଦେଖିବାକୁ ମିଳୁଛି । ପୁଲିସ କାର୍ଯ୍ୟାନୁଷ୍ଠାନ ଅଭାବରୁ ରାସ୍ତାଘାଟରେ ସେଇ ସବୁ ହର୍ଣ୍ଣର କର୍କଶ ଶଦ୍ଦ ଶୁଣିବାକୁ ମିଳିଲାଣି । ଏଥିଯୋଗୁ ଅନେକ ସମୟରେ ଦୁର୍ଘଟଣା ଘଟୁଛି । ତେଣୁ ଏହି ଡିଜେ ମେସିନ୍କୁ ଅଙ୍କୁଶ ଲଗାଇବାକୁ ଦାବି ହେଉଛି ।

ସେଆର କରନ୍ତୁ:



Powered by odothemes.com