dharana

ଡାକ୍ତର ନିଯୁକ୍ତି ଦାବିରେ ଆମରଣ ଅନଶନ

11

ବାଲିଆପାଳ(ଆପ୍ର): ବାଲିଅପାଳ ବ୍ଲକରେ ଥିବା ସାତଟି ଡାକ୍ତରଖାନାରେ ବିଭିନ୍ନ ବିଭାଗରେ ଖାଲିଥିବା ଡାକ୍ତରୀ ପଦବୀରେ ନୂତନ ଡାକ୍ତର ନିଯୁକ୍ତି ଦାବିରେ ମଙ୍ଗଳବାର ବାଲିଆପାଳ ସୂଚନା ଅଧିକାର ଅଭିଯାନ ତରଫରୁ ସିଏଚ୍ସି ସମ୍ମୁଖରେ ଅଭିଯାନର ସଭାପତି ଅନୁଜ ମହାପାତ୍ର, ଉପଦେଷ୍ଟା କୁଶଧ୍ୱଜ ଜେନା ଆମରଣ ଅନଶନରେ ବସିଛନ୍ତି । ଆମରଣ ଅନଶନ ଚାଲୁ ରହିଥିବା ବେଳେ ଅନଶନ ସ୍ଥଳରେ ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ଯୁଧିଷ୍ଠିର ଜେନା ଏବଂ ବିଜେପି ନେତା ଅଜୟ ସାହୁ ନୈ÷ତିକ ସମର୍ଥନ ଜଣାଇ ଧାରଣରେ ବସିଥିଲେ ।
ବାଲିଆପାଳ ବ୍ଲକର ଦୁଇ ଲକ୍ଷରୁ ଅଧିକ ଜନସାଧାରଣ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ଅନ୍ୟ ଛଅଟି ଡାକ୍ତରଖାନା ଉପରେ ନିର୍ଭର କରୁଛନ୍ତି । ମାତ୍ର ବାଲିଆପାଳ ସିଏଚ୍ସିରେ ଦୀର୍ଘଦିନ ହେଲା ସ୍ତ୍ରୀ ଓ ପ୍ରସୂତୀ, ଭେଷଜ, ସର୍ଜରୀ ବିଭାଗର କେହି ଡାକ୍ତର ନାହାଁନ୍ତି । ସେହିପରି ଶ୍ରୀରାମପୁର, ପ୍ରତାପୁର, ଘଣ୍ଟୁଆ, ଲଙ୍ଗଳେଶ୍ୱର, ବୋଳଂ, ଜାମକୁଣ୍ଡା ଆଦି ଡାକ୍ତରଖାନାରେ ଜଣେ ହେଲେ ଡାକ୍ତର ନଥିବା ସ୍ଥଳେ ଫାର୍ମାସିଷ୍ଟ କିମ୍ବା ଆୟୁଷ ଡାକ୍ତର ଡାକ୍ତରଖାନା ଚଳାଉଥିବା ବେଳେ ଜନସାଧାରଣ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ପ୍ରତ୍ୟହ ଶତାଧିକ ରୋଗୀ ଏହି ସବୁ ଡାକ୍ତରଖାନାକୁ ଯାଇ ନିରାଶ ହୋଇ ଫେରୁଥିବା ବେଳେ ଡାକ୍ତର ପଦବୀ ପୂରଣ ପାଇଁ ବାରମ୍ବାର ଜନସାଧାରଣ ଦାବି କରିଆସୁଛନ୍ତି । ମାତ୍ର କିଛି ସୁଫଳ ନମିଳିବାରୁ ବରିଷ୍ଠ ନାଗରିକ ପରିଷଦ ଏବଂ ସୂଚନା ସଂଘ ପକ୍ଷରୁ ପୂର୍ବରୁ ଧାରଣା ଏବଂ ରାସ୍ତାରୋକ ହୋଇଥିଲା । ସେତେବେଳେ ବାଲେଶ୍ୱର ସିଡିଏମ୍ଓ ପନ୍ଦର ଦିନ ମଧ୍ୟରେ ଡାକ୍ତର ପଦବୀ ପୂରଣ ପାଇଁ ପ୍ରତିଶୃତି ଦେଇଥିଲେ । ମାତ୍ର ତିନିମାସ ବିତିଯାଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ନିଯୁକ୍ତି ନକରିବାରୁ ବାଲିଆପାଳ ସୂଚନା ଅଧିକାର ଅଭିଯାନ ଅନ୍ୟଉପାୟ ନପାଇ ଆମରଣ ଅନଶନ କରିବାକୁ ବାଧ୍ୟ ହୋଇଛି । ଏ ସଂପର୍କରେ ସୂଚନା ଅଧିକାର ଅଭିଯାନ ପକ୍ଷରୁ ଜିଲ୍ଲାପାଳ, ସିଡିଏମ୍ଓ, ସ୍ୱାସ୍ଥ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟ ନିଦେ୍ର୍ଦଶକ ଏବଂ ସ୍ୱାସ୍ଥ୍ୟ ସଚିବଙ୍କୁ ଜଣାଇଥିଲେ । ଏହାର ସମାଧାନ ପାାଇଁ ଜିଲ୍ଲା ପ୍ରସାଶନ ପକ୍ଷରୁ କେହି ଅନଶନକାରୀଙ୍କ ସହିତ ଆଲୋଚନା କରା ନଯାଇଛି ସେ ପର୍ଯ୍ୟନ୍ତ ଅନଶନ ଜାରୀ ରହିବ ବୋଲି ଅନୁଜ ମହାପାତ୍ର ଏବଂ କୁଶଧ୍ୱଜ ଜେନା ପ୍ରକାଶ କରିଛନ୍ତି ।

ସେଆର କରନ୍ତୁ:



Powered by odothemes.com