ଡାକସେଲୁନ୍ ରକ୍ତରଞ୍ଜିତ: ୧ ମୃତ, ଜଣେ ଗୁରୁତର

62

ବାଲେଶ୍ୱର (ଆପ୍ର): ଶୁକ୍ରବାର ଟାଉନଥାନା ଅନ୍ତର୍ଗତ ପୁରୁଣା ବାଲେଶ୍ୱରରେ ଥିବା ଡାକ ସେଲୁନ୍ ରକ୍ତରଞ୍ଜିତ ହୋଇଛି । ସେଲୁନରେ ବସିଥିବା ଜଣେ ଯୁବକକୁ ଘଟଣାସ୍ଥଳରେ ଓ ତାର ସହଯୋଗୀଙ୍କୁ ମରଣାନ୍ତକ ଆକ୍ରମଣ କରାଯିବା ଫଳରେ ଜଣଙ୍କର ମୃତୁ୍ୟ ଘଟିଛି ଅନ୍ୟଜଣେ ଦୁଇଟି ଗୋଡ଼ ହରାଇ ପ୍ରଥମେ ବାଲେଶ୍ୱର ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ହତ୍ୟାକାଣ୍ଡ ଘଟିବା ଫଳରେ ପାତ୍ରପଡ଼ା, ଗବଗାଁ, ପୁରୁଣାବାଲେଶ୍ୱରରେ ଉତ୍ତେଜନା ଦେଖାଦେଇଛି । ଖାଲି ସେତିକି ନୁହେଁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ମଧ୍ୟ ଉତ୍ତେଜନା ଲାଗିରହିଥିଲା । ଏହିସବୁକୁ ଆଖି ଆଗରେ ରଖି ୩ ତାରିଖ ବ୍ୟାପକ ପୋଲିସ ୩ଟି ଅଂଚଳରେ ମୁତୟନ କରାଯିବା ସହ ସଶସ୍ତ୍ର ବନ୍ଧୁକଧାରୀ ପୋଲିସ ଏବେ ୩ଟି ଅଂଚଳରେ ବୁଲୁଥିବା ଯୋଗୁଁ ଜନସାଧାରଣଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ଖବରରୁ ପ୍ରକାଶ ଯେ, ୨୦୧୬ ଦୁର୍ଗାପୂଜା ସମୟରେ ପୁରୁଣାବାଲେଶ୍ୱର-ପାତ୍ରପଡ଼ା-ଗବଗାଁ ହତ୍ୟାକାଣ୍ଡ ଘଟଣାରେ ଉତ୍ତେଜନା ସେବେଠାରୁ ଲାଗିରହିଛି । ୩ ତାରିଖ ପୂର୍ବାହ୍ନରେ ଗବଗାଁ ଅଂଚଳର ମକରା ଦାସଙ୍କ ପୁତ୍ର ଜୟନ୍ତ ଦାସ(୨୪) ଏବଂ ରଞ୍ଜିତ ଦାସ(୨୫) ଦୁଇଜଣ ଯୁବକ ପୁରୁଣା ବାଲେଶ୍ୱରର ଛକରେ ଥିବା ଡାକସେଲୁନକୁ ଛର ହେବା ପାଇଁ ଯାଇଥିଲେ । କୋ÷ଣସିମତେ ପାତ୍ରପଡ଼ା ଅଂଚଳର କେତେକ ଯୁବକ ଏହି ଖବର ପାଇ ବିଲବାଟେ ୭/୮ଜଣ ଯୁବକ ହାତରେ ତେଲେଙ୍ଗା କଟୁରି ନେଇ ଘଟଣାସ୍ଥଳରେ ପହଂଚି ସେଲୁନରେ ବସିଥିବା ଜୟନ୍ତ ଦାସ ଓ ରଞ୍ଜିତଙ୍କୁ ଚଳଚ୍ଚିତ୍ର ଢାଞ୍ଚାରେ ମରଣାନ୍ତକ ଆକ୍ରମଣ କରିଥିଲେ । ଯାହାଫଳରେ ସେଲୁନଟି ରକ୍ତରଂଜିତ ହୋଇଥିଲା । ଜୟନ୍ତର ମୃତୁ୍ୟ ଘଟିଥିବା ବେଳେ ରଞ୍ଜିତଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ସୂଚନାଯୋଗ୍ୟଯେ ଦୁର୍ଗାପୂଜା ସମୟରେ ପୂର୍ବ ଶତୃତାକୁ କେନ୍ଦ୍ରକରି ସୃଷ୍ଟି ହୋଇଥିବା ବିବାଦକୁ ସମାଧାନ କରିବା ନିମନ୍ତେ ଟାଉନଥାନାର ପୂର୍ବତନ ଅଧିକାରୀ ବିଜୟ ମୁର୍ମୁ ଚାନ୍ଦିପୁର ଥାନା ଅଧିକାରୀ ରାଜେନ୍ଦ୍ର ଦାସଙ୍କୁ ଦାୟିତ୍ୱ ଦିଆଯାଇଥିଲା । ତା’ଛଡ଼ା ପାତ୍ରପଡ଼ା ସୁନହଟ ଅଂଚଳର କେତେକ ବିଶିଷ୍ଟ ବ୍ୟକ୍ତି ପୋଲିସ ଉପସ୍ଥିତିରେ ବସି ଦେଖାଯାଇଥିବା ବିବାଦକୁ ସମାଧାନ କରିବା ପାଇଁ ପ୍ରସ୍ତୁତି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ହେଲେ ସବୁକିଛି ଅସଫଳ ହେବାରୁ ଓ ପୋଲିସ ଏଥିରେ ସଠିକ୍ ଭାବେ କାର୍ଯ୍ୟ ନକରିବା ଫଳରେ ଏହାର ହିଂସାତ୍ମକ ରୂପ ଧାରଣ କରିଛି ଯାହାଫଳରେ ଜଣଙ୍କର ଜୀବନ ଯାଇଛି ଅନ୍ୟ ଜଣେ ମୃତୁ୍ୟ ସହିତ ସଂଗ୍ରାମ କରୁଛି ।

ସେଆର କରନ୍ତୁ:



Powered by odothemes.com