dharmasala-Dankari

ଡଙ୍କାରିରେ ପୁଣି ମାତିଲେ ମାଫିଆ

10

୧୪୪ ଉଲ୍ଲଙ୍ଘନ କରି ପଥର କାଟିବାକୁ ମସୁଧା
ଧର୍ମଶାଳା (ଆପ୍ର): ଧର୍ମଶାଳା ତହସିଲରେ ଥିବା ବହୁଚର୍ଚ୍ଚିତ ଡଙ୍କାରୀ ପାହାଡ଼ରେ ୧୪୪ ଧାରା ବଳବତ୍ତର ଥିବା ବେଳେ ମାଫିଆ ଗୋଷ୍ଠୀ ଏହାକୁ ଉଲ୍ଲଂଘନ କରି ପଥର କାଟିବା ଲାଗି ପ୍ରୟାସ ଆରମ୍ଭ କରିଥିବା ଅଭିଯୋଗ ହୋଇଛି । ମାଫିଆ ଗୋଷ୍ଠୀଙ୍କ ପକ୍ଷରୁ କଟକଣାକୁ ଖୋଲା ଚ୍ୟାଲେଞ୍ଜ କରାଯାଇ ପୂଜାପାଠ ହୋଇଛି । ଏପରିକି ଦିନେ ଦୁଇଦିନ ମଧ୍ୟରେ କାର୍ଯ୍ୟଆରମ୍ଭ ପାଇଁ ପ୍ରସ୍ତୁତି ସରିଥିବା ଏକ ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି ।
ଅଭିଯୋଗ ଅନୁଯାୟୀ, ବିରୋଧ ପ୍ରତିବାଦକୁ ବେଖାତିର କରି ପଥର ମାଫିଆ ଡଙ୍କାରିରୁ ପଥର କାଟିବା ସହିତ ଶହଶହ ଏକର ସରକାରୀ ଜାଗା ଦଖଲ କରି ସେଠାରେ ଘର କରିବା ସହିତ କ୍ରସର ବସାଇ ପଥର ବ୍ୟବସାୟ ଚଳାଇଥିଲେ । ବାରମ୍ବାର ବିରୋଧ ପ୍ରତିବାଦ ସତ୍ତ୍ୱେ କିଛି ଫଳ ନାହବାରୁ ଜାତୀୟ ସବୁଜ ପ୍ରାଧିକରଣ (ଏନ୍ଜିଟି)ର ଦ୍ୱାରସ୍ଥ ହୋଇଥିଲେ ମାନବାଧିକାର କର୍ମୀ । ଏନ୍ଜିଟିର ନିଦେ୍ର୍ଦଶକ୍ରମେ ଏକ ସ୍ୱତନ୍ତ୍ର ଦଳ ଗତ ମାସ ୫ ତାରିଖରେ ସଂପଅକ୍ତ ଅଞ୍ଚଳରେ ସରଜମିନ୍ ଅନୁଧ୍ୟାନ କରି ପଥର କଟା ବନ୍ଦ କରିବାକୁ ଜିଲ୍ଲା ପ୍ରଶାସନକୁ ନିଦେ୍ର୍ଦଶ ଦେଇଥିଲେ । ତଦନୁଯାୟୀ
ପ୍ରଶାସନ ପକ୍ଷରୁ ଡଙ୍କାରିକୁ ଅବରୋଧମୁକ୍ତ କରାଯିବା ସହିତ ୧୪୪ ଧାରା ଜାରି କରାଯାଇଥିଲା । କିିଛିଦିନର ନୀରବତା ପରେ ପୁଣି ପଥର ମାଫିଆ କ୍ୱାରି ଉପରେ ଲାଗିଥିବା ନାଲି ପତାକାକୁ ଆଡେଇ ଡଙ୍କାରିକୁ ଶ୍ରୀହୀନ କରିବା ଲାଗି ଜୋର୍ଦାର ଉଦ୍ୟମ ଚଳାଇଥିବା ଦେଖିବାକୁ ମିଳିଛି । ସେମାନେ ନିଷିଦ୍ଧାଞ୍ଚଳରେ ପ୍ରବେଶ ପୂର୍ବକ ଜିଲ୍ଲାପାଳଙ୍କ ନିଦେ୍ର୍ଦଶରେ ଖୋଳାଯାଇଥିବା ଗାତକୁ ମେସିନ ଲଗାଇ ପୋତି ପଥର କାଟିବା ନିମନ୍ତେ ଆବଶ୍ୟକ ଭିତ୍ତିଭୂମି ପୁନର୍ବାର ପ୍ରସ୍ତୁତ କରିଛନ୍ତି ।
ଏ ସଂପର୍କରେ ସ୍ଥାନୀୟ ତହସିଲଦାର ସରୋଜ କୁମାର ପଣ୍ଡାଙ୍କୁ ପଚାରିବାରୁ ସେ କହିଥିଲେ, ତାଙ୍କ ପାଖରେ ସେଭଳି କୌଣସି ତଥ୍ୟ ନାହିଁ କିମ୍ବା ଜିିଲ୍ଲା ପ୍ରଶାସନ ତରଫରୁ ତାଙ୍କୁ କୌଣସି ନିଦେ୍ର୍ଦଶ ଦିଆଯାଇନି । କ୍ୱାରି ଉପରେ ଏବେ ମଧ୍ୟ ୧୪୪ ଧାରା ବଳବତ୍ତର ରହିଛି । ଯଦି କେହି ଆଇନ୍ ଅମାନ୍ୟ କରୁଥାନ୍ତି ତେବେ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଉତ୍ତର ଦେଇଛନ୍ତି । ସଂପ୍ରତି ନିର୍ବାଚନ ତାରିଖ ଘୋଷଣା ସରିଥିବାରୁ ପାହାଡ଼ କାଟୁଥିବା ମାଫିଆଙ୍କୁ ରାଜନୈତିକ ଛତ୍ରଛାୟା ମିଳିଯାଇଛି । ସେମାନେ କଳାଗ୍ରାନାଇଟ୍ କାରବାର କରି ନିର୍ବାଚନୀ ଖର୍ଚ୍ଚ ତୁଲାଇବେ । ଏ ସମ୍ବନ୍ଧରେ ମାମଲା ସର୍ବୋଚ୍ଚ ନ୍ୟାୟାଳୟରେ ଅଛି ଏବଂ ରାଜ୍ୟ ସରକାରଙ୍କୁ ମଧ୍ୟ ୨୫ କୋଟି ଟଙ୍କା ଜମା କରିବା ଲାଗି ନିଦେ୍ର୍ଦଶ ରହିଛି । ଏପରିସ୍ଥଳେ ମାଫିଆ ଗୋଷ୍ଠୀଙ୍କ ସଜବାଜ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି ।

ସେଆର କରନ୍ତୁ:



Powered by odothemes.com