joda-1

ଡକାୟତି ଯୋଜନା ପଣ୍ଡ, ପାଞ୍ଚ ଗିରଫ

9

ପିସ୍ତଲ, ଭୁଜାଲି ସମେତ ୫ ମୋବାଇଲ ଜବତ
ଯୋଡା (ଆପ୍ର): କେନ୍ଦୁଝର ଜିଲ୍ଲା ଯୋଡା ଥାନା ଅନ୍ତର୍ଗତ କଳାପାହାଡର ତେନ୍ତେଇ ଜଙ୍ଗଲରେ ଡକାୟତି ଯୋଜନା ପ୍ରସ୍ତୁତ କରୁଥିବା ଲୁଟେରା ଗ୍ୟାଙ୍ଗ୍ର ପାଞ୍ଚ ସଦସ୍ୟଙ୍କୁ ଯୋଡା ପୁଲିସ ଗୁରୁବାର ଗିରଫ କରି କୋର୍ଟ ଚାଲାଣ କରିଥିବା ଖବର ମିଳିଛି ।
ସୂଚନାଯୋଗ୍ୟ ଯେ, ଏହି ଡକାୟତି ଯୋଜନାର ଘଟଣା ସ୍ଥଳରୁ ପୁଲିସ ଗୋଟିଏ ଦେଶୀ ପିସ୍ତଲ ଓ ଗୋଟିଏ ଭୁଜାଲୀ ସମେତ ୫ ମୋବାଇଲ ଜବତ କରିିଛି । ଗୁରୁବାର ପୂର୍ବାହ୍ନରେ ଯୋଡା ଥାନା ଶହିଦନଗର ଅଞ୍ଚଳର ଜୟୀ ମୁଣ୍ଡା (୨୧), ଜିତେନ ରାଉତିଆ (୧୯), ଛୋଟୁ ଥାପ୍ପା (୨୧), ମଣ୍ଟୁ ପିଙ୍ଗୁଆ (୧୯) ଓ ଅନୀଲ ଲୋହାର (୨୬) କଳାପାହାଡ ସ୍ଥିତ ତେନ୍ତେଇ ଜଙ୍ଗଲରେ ବସି ଡକାୟତି ଯୋଜନା କରୁଥିବା ଖବର ପାଇ ଯୋଡା ଏସ୍ଆଇ ସୁନୀଲ ସୋରେନ ଅଚାନକ ଘଟଣା ସ୍ଥଳରେ ଚଢାଉ କରିଥିଲେ । ପୁଲିସକୁ ଦେଖି ଯୋଜନାକାରୀ ଘଟଣା ସ୍ଥଳରୁ ଖସିଯିବା ନିମନ୍ତେ ପ୍ରୟାସ କରିଥିଲେ ମଧ୍ୟ ପୁଲିସ ଏମାନଙ୍କୁ କାବୁ କରିବାରେ ସଫଳ ହୋଇଛି । ତେବେ ପୁଲିସ ଘଟଣା ସ୍ଥଳରୁ ଏମାନଙ୍କ ନିକଟରୁ ଏକ ଦେଶୀ ପିସ୍ତଲ, ଗୋଟିଏ ଭୁଜାଲୀ ସମେତ ପାଞ୍ଚଟି ମେବାଇଲ ଫୋନ୍ ଜବତ କରିଛି । ଗୁରୁବାର ପୂର୍ବାହ୍ନରେ ଗିରଫକାରୀଙ୍କୁ କୋର୍ଟ ଚାଲାଣ କରାଯାଇଥିବା କୁହାଯାଇଛି ।

ସେଆର କରନ୍ତୁ:



Powered by odothemes.com