IMG20190413164951

ଜୟ ଶ୍ରୀରାମ ଧ୍ୱନିରେ ପ୍ରକମ୍ପିତ ଭଦ୍ରକ ସହର

9

ଶ୍ରୀରାମନବମୀ ମହୋତ୍ସବ ଉଦ୍ୟାପିତ
ଭଦ୍ରକ,୧୩ ।୪(ଆପ୍ର): ଭାରତୀୟ ସଂସ୍କୃତିର ମର୍ଯାଦାପୁରୁଷ ଶ୍ରୀରାମଙ୍କର ଆଜି ଜନ୍ମ ଉସôବ । ଭଦ୍ରକର ଐତିହାସିକ ଶ୍ରୀରାମନବମୀ ମହୋସôବ ଆନନ୍ଦ ଉଲ୍ଲାସ ସହକାରେ ପାଳିତ ହୋଇଯାଇଛି । ଐତିହାସିକ ଗାନ୍ଧି ପଡ଼ିଆଠାରେ ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ ଆୟୋଜିତ ମହୋସôବ ଯଜ୍ଞର ପୂର୍ଣ୍ଣାହୂତି ହେବା ସହ ଏକ ବିଶାଳ ନଗର ସଂକୀର୍ତ୍ତନ ସାରା ସହର ପରିକ୍ରମା କରିଥିଲା । ଏହି ନଗର ସଂକୀର୍ତ୍ତନ ଶୋଭାଯାତ୍ରାରେ ହଜାର ହଜାର ଭକ୍ତ ସାମିଲ ହୋଇଥିଲେ । ଜୟଶ୍ରୀରାମ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ସହର ।
ମହାଯଜ୍ଞ ସମିତି ପକ୍ଷରୁ ୨୯ବର୍ଷ ଧରି ଶ୍ରୀରାମ ନବମୀ ଉସôବ ପାଳନ କରାଯାଉଛି । ମହାଯଜ୍ଞ ସମିତି ପକ୍ଷରୁ ବିଗତ ବର୍ଷ ଭଳି ଏବର୍ଷ ୭ଦିନବ୍ୟାପି ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଥିଲା । ଏପ୍ରିଲ ୧୧ ତାରିଖରେ କଳସ ଶୋଭାଯାତ୍ରା ଓ ଯଜ୍ଞର ଶୁଭାରମ୍ଭ ହୋଇଥିଲା । ଏପ୍ରିଲ ୧୨ ତାରିଖରେ ୧୦୮ ହନୁମାନ ଚାଳିଷା ଓ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଆଜି ଅନ୍ତିମ ଦିବସରେ ଭଦ୍ରକ ନେହରୁ ଷ୍ଟାଡ଼ିୟମରୁ ଏକ ବିଶାଳ ନଗର ସଂକୀର୍ତ୍ତନ ଶୋଭାଯାତ୍ରା ବାହାରି ଥିଲା । ସହର ବିଭିନ୍ନ ସାହିବସ୍ତିରୁ ମେଢଗୁଡିକ ଶୋଭାଯାତ୍ରରେ ସାମିଲ ହୋଇଥିଲା । ଏହି ସଂକୀର୍ତ୍ତନ ଶୋଭାଯାତ୍ରା ବନ୍ତଛକ ଅପର୍ତ୍ତିବିନ୍ଧା ଛକ , କଚେରୀ ବଜାର, ଟାଉନ୍ହଲ, ନୂଆବଜାର, ଗୋଶାଳା, କୁଆଁସ କଦମ୍ବବେଡ଼ା, ଚନ୍ଦନ ବଜାର, ବାଙ୍କା ବଜାର , ଲାହାପଟି , ସନ୍ଥିଆ ଦେଇ ଆଦି ପରିକ୍ରମା ପରେ ଶୋଭାଯାତ୍ରା ଗାନ୍ଧି ପଡ଼ିଆରେ ପହଞ୍ଚôଥିଲା । ନଗର ଶୋଭଯାତ୍ରରେ ସବୁ ରାଜଗନୈତିକ ଦଳର ପ୍ରମୁଖ ବ୍ୟକ୍ତିମାନେ ଯୋଗ ଦେଇଥିଲେ । ପ୍ରଭୁଶ୍ରୀରାମଙ୍କ ଭଜନ କୀର୍ତ୍ତନ ଓ ହନୁମାନ ଚାଳିଷା ପାଠରେ ସାରା ସହରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ।
ଏହି ଶୋଭାଯାତ୍ରାରେ ଭଦ୍ରକ ସହର ସମେତ ବିଭିନ୍ନ ସ୍ଥାନରୁ ହଜାର ହଜାର ରାମ ଭକ୍ତ ଶ୍ରଦ୍ଧାଳୁ ଭକ୍ତମାନେ ଯୋଗ ଦେଇଥିଲେ । ଏହି ନଗର ଶୋଭାଯାତ୍ରାରେ ମହାଯଜ୍ଞ ସମିତିର ବଳିଷ୍ଠ ଉପଦେଷ୍ଟା ମନମୋହନ ସାମଲ, ପୂର୍ବତନ ବିଧାୟକ ତଥା ମହାଯଜ୍ଞ ସମିତିର ଉପଦେଷ୍ଟା ବିଷ୍ଣୁସେଠୀ, ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ମହାଯଜ୍ଞ ସମିିତିର ସଭାପତି ରାୟରାମାନନ୍ଦ ମହାପାତ୍ର, ଭାଜପା ଜିଲ୍ଲାସଭାପତି ବଦ୍ରିନାରାୟଣ ଧଳ, ଭାଜପା ନେତା ଡା ପ୍ରଦିପ ନାୟକ, ବିଜେଡି ନେତା ସଂଜୀବ ମଲ୍ଲିକ୍, ଇଂ ପ୍ରୟାସକାନ୍ତି ସାମଲ, କଂଗ୍ରେସ ନେତା ନଳୀନକାନ୍ତ ମହାନ୍ତି, ମହାଯଜ୍ଞ ସମିତିର ସମ୍ପାଦକ ମାନସ ମହାନ୍ତି, ମହାଯଜ୍ଞ ସମିତିର ବରିଷ୍ଠ ସଦସ୍ୟ ବୋମକେସ ସେନାପତି, ଭାଜପା ମହିଳା ସଭାପତି ମନୋସ୍ମିତା ଖୁଣ୍ଟିଆ, ମହାଯଜ୍ଞ ସମିତର ସଂଯୋଜକ ଗୋବିନ୍ଦ ରାଉତ, କାଉନ୍ସିଲର ଶରତ ପଢିଆରି, ଶୋଭାଯାତ୍ରା ପରିଚାଳନା କରିଥିଲେ ।
ଜିଲ୍ଲାପାଳ ଜ୍ଞାନ ଦାସଙ୍କ ନିଦେ୍ର୍ଦଶକ୍ରମେ ୧୧ଜଣ ପ୍ରଶାସନିକ ଅଧିକାରୀଙ୍କୁ ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଦିଆଯାଇଛି । ସେହିପରି ପୂର୍ବାଞ୍ଚଳ ଅମିତାନ୍ଦ୍ରୁନାଥ ସିହ୍ନାଙ୍କ ତତ୍ତ୍ୱାବଧାନରେ ଭଦ୍ରକର ଏସପି ପଣ୍ଡିତ ରାଜେଶ ଉତ୍ତମରାଓ ପ୍ରମୁଖ ଶାନ୍ତିଶୃଙ୍ଖଳା ରକ୍ଷା ଦିଗରେ କଡାସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସହରରେ ୪୦ ପ୍ଲାଟୁନ ଫୋର୍ସ ମୁତୟନ ହେବା ସହ ପ୍ରଶାସନ ପକ୍ଷରୁ ୧୧ଜଣଙ୍କୁ ମାଜିଷ୍ଟ୍ରେଟ୍ଙ୍କୁ ନିୟୋଜିତ କରାଯାଇଛି । ମିଳିଥିବର ସୂଚନା ଅନୁଯାଇ ୪୦ ପ୍ଲାଟୁନ୍ ସଶସ୍ତ୍ର ଫୋର୍ସ ସହ ୨ କମ୍ପାନୀ ରାପିଡ୍ ଆକ୍ସନ୍ ଫୋର୍ସ ଓ କୋଟିଏ କମ୍ପାନୀ ଓଡିଶା ସୁଇଫଟ୍ ଆକ୍ସନ ଫୋର୍ସ ମୁତୟନ କରାଯାଇଛି । ଏତଦ୍ ବ୍ୟତୀତ ୨ଜଣ ଅତିରିକ୍ତ ଏସପି, ୧୨ଜଣ ଡିଏସପି, ୨୫ଜଣ ଇନ୍ସପେକ୍ଟର, ୧୦୨ଜଣ ଏସଆଇ ଓ ଏସସଆଇ, ୬୦ଜଣ ହାବିଲଦାର-କନେଷ୍ଟବଲ,୧୨୦ଜଣ ହୋମ୍ଗାର୍ଡଙ୍କୁ ନିଯୋଜିତି କରାଯାଇଛି । ସହର ୧୨/୧୩ଟି ସମ୍ବେଦନଶୀଳ ସ୍ଥାନରେ ଷ୍ଟାଇକ୍ ଫୋର୍ସଙ୍କୁ ରଖାଯାଇଛି । ସେପରି ଦକ୍ଷ ପୋଲିସ ଅଫିସରଙ୍କୁ ନିୟୋଜିତ କରାଯାଇଛି । ସହର ବିଭିନ୍ନ ଛକ ସ୍ଥାନରେ ଖାଦ୍ୟ, ପାନୀୟଜଳ, ଥଣ୍ଡାଜଳ ରାମଭକ୍ତଙ୍କୁ ବଣ୍ଟନ କରାଯାଇଥିଲା ।

ସେଆର କରନ୍ତୁ:



Powered by odothemes.com